ETV Bharat / state

ଝାରସୁଗୁଡାରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ତାପମାତ୍ରା, ୪୫ଂ ଟପିଲା ପାରଦ

ରାଜ୍ୟରେ ବିଭିନ୍ନ ସହରରେ ୪୦ଂ ପାର୍ କରୁଛି ଦିନ ତାପମାତ୍ରା । ଆଜି ଝାରସୁଗୁଡାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଅଧିକ ପଢନ୍ତୁ

ଝାରସୁଗୁଡାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା

author img

By

Published : Jun 9, 2023, 10:16 PM IST

ଭୁବନେଶ୍ବର: ଆଜି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଚଳିତ ବର୍ଷର ରାଜ୍ୟରେ ସର୍ବାଧିକ ତାପମାତ୍ରା ସହ ଆଜି ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ରହିଥିଲା । ଝାରସୁଗୁଡାରେ ଦିନ ତାପମାତ୍ରା ୪୫.୬ଂ ସେଲସିୟସ ଥିବା ଜଣାପଡିଛି । ଏହାସହ ସମ୍ବଲପୁରରେ ୪୫.୨ଂ ସେଲସିୟସ, ସୋନପୁରରେ ୪୪.୮ଂ ସେଲସିୟସ, ବୌଦ୍ଧରେ ୪୪.୪ଂ ସେଲସିୟସ, ବଲାଙ୍ଗୀରର ଦିନ ତାପମାତ୍ରା ୪୪ଂ ସେଲସିୟସ ଏବଂ ଟିଟିଲାଗଡ଼ର ତାପମାତ୍ରା ୪୩.୫ଂ ସେଲସିୟସ ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ସୁନ୍ଦରଗଡ ତାପମାତ୍ରା ୪୩.୮ଂ ସେଲସିୟସ, ଭବାନୀପାଟଣା ୪୩.୬ଂ ସେଲସିୟସ, ତାଳଚେର ୪୩.୨ଂ ସେଲସିୟସ, ଅନୁଗୋଳ 42.7ଂସେଲସିୟସ, ବାରିପଦା 42.6ଂସେଲସିୟସ, ବରଗଡ଼ 42.4ଂସେଲସିୟସ, ନୂଆପଡା 42ଂ ସେଲସିୟସ, କେନ୍ଦୁଝର 41.2ଂ ସେଲସିୟସ, ଜଗତସିଂହପୁର ଓ ଢେଙ୍କାନାଳରେ 41ଂସେଲସିୟସ,କଟକ 40.4ଂସେଲସିୟସ ରହିଥିଲା । ସେହିପରି କେନ୍ଦ୍ରାପଡାରେ ତାପମାତ୍ରା 40.2ଂ ସେଲସିୟସ, ଭଦ୍ରକରେ 39.4ଂସେଲସିୟସ, ଯାଜପୁର, ନବରଙ୍ଗପୁର ଓ ମାଲକାନଗିରି ଆଦି 3ଟି ଜିଲ୍ଲାରେ 39ଂ ସେଲସିୟସ ତାପମାତ୍ରା ରହିଥିଲା । ପୁରୀରେ 35.6ଂସେଲସିୟସ ଥିବାବେଳେ ପାରାଦୀପରୋ 33.9ଂସେଲସିୟସ ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର ।

ତେବେ ଲଗାତର କିଛି ଦିନ ଧରି ରାଜ୍ୟରେ 40ଂ ପାର୍ କରୁଛି ଅନେକ ସହରର ତାପମାତ୍ରା । ଫଳରେ ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଯଦିଓ କାଳବୈଶାଖୀ ଜନିତ ବର୍ଷା ପାଇଁ ସାମାନ୍ୟ ଆଶ୍ବସ୍ତି ମିଳିଛି, ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ତେବେ ଜୁନ୍‌ ମାସ ପ୍ରାରମ୍ଭରୁ ମୌସୁମୀ ଆଗମନକୁ ଅପେକ୍ଷା ରହିଥିଲେ ବି ଚଳିତ ବର୍ଷ ବିଳମ୍ବରେ କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେଣୁ ଓଡ଼ିଶାରେ ବର୍ତ୍ତମାନ ମୌସୁମୀ ଆଗମନ ନେଇ ପାଗ ଅନୁକୂଳ ନଥିବାରୁ ଏହି ପ୍ରକ୍ରିୟା ଆହୁରି ବିଳମ୍ବ ହୋଇପାରେ ବୋଲି ଆକଳନ କରୁଛି ପାଣିପାଗ ବିଭାଗ ।

ଗୁରୁବାର ମୌସୁମୀ କେରଳ ଛୁଇଁଥିବାବେଳେ ଆସନ୍ତା 48 ଘଣ୍ଟା ମଧ୍ୟରେ ତାମିଲନାଡୁ ଏବଂ କର୍ଣ୍ଣାଟକର କେତେକ ଅଞ୍ଚଳରେ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ଥିବା ଜଣାପଡିଛି । ସେପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା 40ଂ ପାର୍ କରିଥିବାବେଳେ ପ୍ରବଳ ଗରମ ଅନୁଭୂତ ହେଉଛି । ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ସୁଦ୍ଧା ଚଳିତ ବର୍ଷ ବିଳମ୍ବରେ ଆସିଛି ମୌସୁମୀ । ସେହିପରି ରାଜ୍ୟକୁ ମୌସୁମୀ ଛୁଇଁବାରେ ଅଧିକ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି । ଜୁନ ତୃତୀୟ ସପ୍ତାହ ସୁଦ୍ଧା ରାଜ୍ୟକୁ ମୌସୁମୀ ଛୁଇଁବାର ବିଶେଷ ସମ୍ଭାବନା ନଥିବା ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଓଡିଶାରେ ଆହୁରି କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ଗୁଳୁଗୁଳି ଓ ଗରମ ଅନୁଭୂତ ହୋଇପାରେ । ବଙ୍ଗୋପସାଗରୀୟ ଶାଖାରେ ବର୍ତ୍ତମାନ ମୌସୁମୀର ଆଗମନ ନେଇ ସେପରି କୌଣସି ସମ୍ଭାବନା ନଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.