ETV Bharat / state

ସୋମବାରଠାରୁ ଦୂରଦର୍ଶନରେ ପାଠ ପଢିଲେ ମାଟ୍ରିକ ଛାତ୍ରଛାତ୍ରୀ - students starts study at Doordarshan

ଦୂରଦର୍ଶନରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ । ଦୂରଦର୍ଶନ ମାଧ୍ୟମରେ ଏହି ଶିକ୍ଷା ଛାତ୍ରଛାତ୍ରୀଙ୍କୁ ବହୁତ ସହାୟକ ହେଉଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି । ଅଧିକ ପଢନ୍ତୁ...

ସୋମବାରଠାରୁ ଦୂରଦର୍ଶନରେ ପାଠ ପଢିଲେ ମାଟ୍ରିକ ଛାତ୍ରଛାତ୍ରୀ

author img

By

Published : Apr 20, 2020, 5:09 PM IST

ଖୋର୍ଦ୍ଧା: ମହାମାରୀ କୋରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଜାରି । ଜୁନ 17 ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ସରକାର । ଫଳରେ ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ ଏହାର ବ୍ୟାପକ ପ୍ରଭାବ ପଢଛି । ଏହାକୁ ଦୃଷ୍ଟିରେ ରଖି ସରକାର ଦୂରଦର୍ଶନ ମାଧ୍ୟମରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢାର ବ୍ୟବସ୍ଥା କରିଥିଲେ, ଯାହାକି ସୋମବାରଠାରୁ ଆରମ୍ଭ ହୋଇଛି ।

ସୋମବାରଠାରୁ ଦୂରଦର୍ଶନରେ ପାଠ ପଢିଲେ ମାଟ୍ରିକ ଛାତ୍ରଛାତ୍ରୀ

ଦୂରଦର୍ଶନରେ ଏହି ପ୍ରସାରଣ ସପ୍ତାହରେ 6 ଦିନ ତଥା ସୋମବରରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଦିନ 11ଟାରୁ 12ଟା ଏବଂ ପୁନଃ ପ୍ରସାରଣ ଅପରାହ୍ନ 3ଟା 30ରୁ 4ଟା 30 ପର୍ଯ୍ୟନ୍ତ ପ୍ରସାରିତ ହେବ । ସୋମବାର ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଏହାକୁ ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଦୂରଦର୍ଶନ ମାଧ୍ୟମରେ ଏହି ଶିକ୍ଷା ଛାତ୍ରଛାତ୍ରୀଙ୍କୁ ବହୁତ ସହାୟ ହେଉଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି । ସେହିପରି ଆଣ୍ଡ୍ରଏଡ଼ ଫୋନ ମାଧ୍ୟମରେ ଗ୍ରୁପ କରାଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ପାଠ ପଢାଯାଉଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.