ଖୋର୍ଦ୍ଧା: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଏଥିରେ ଖୋର୍ଦ୍ଧା ଜିଲ୍ଲାର ପାସ ହାର ରହିଛି 87.28 ପ୍ରତିଶତ । ଚଳିତବର୍ଷ ମୋଟ 26727 ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ 6 ଜଣ କପି କରି ଧରା ପଡ଼ିଥିଲେ ।
ସେହିପରି ଆଜି(ବୁଧବାର) 26721 ଜଣଙ୍କ ରେଜଲ୍ଟ ପ୍ରକାଶ ପାଇଛି । A1ରେ 182 ଜଣ କୃତିତ୍ୱ ଅର୍ଜନ କରିଥିବାବେଳେ A 2ରେ 952 ଜଣ ରହିଛନ୍ତି । ସେହିପରି ଜିଲ୍ଲାରେ 338ଟି ବିଦ୍ୟାଳୟର ଛାତ୍ରଛାତ୍ରୀ 125ଟି ସେଣ୍ଟରରେ ପରୀକ୍ଷା ଦେଇଥିଲେ।
ତେବେ ଚଳିତ ବର୍ଷ ପରୀକ୍ଷା ଫଳ ସନ୍ତୋଷଜନକ ଥିବାବେଳେ ଭଲ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଶ୍ରେୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ନିଜ ପିତାମାତାଙ୍କୁ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ