ETV Bharat / state

ଧଳା ଜହର କବଳରେ ଖୋର୍ଦ୍ଧା ସହର, ଦୋଷୀ ଉପରେ ଏସଟିଏଫର ତୀକ୍ଷ୍ଣ ନଜର

ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି ଧଳା ଜହରର କାରବାର । ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ସଭିଏଁ ଏହି ଧଳା ଜହର ବଳୟରେ କବଳିତ । ବିଶେଷ କରି ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ରମାନଙ୍କୁ ଟାର୍ଗେଟ କରାଯାଉଥିବା ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 16, 2019, 11:03 PM IST

ଖୋର୍ଦ୍ଧା: ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି ଧଳା ଜହରର କାରବାର । ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ସଭିଏଁ ଏହି ଧଳା ଜହର ବଳୟରେ କବଳିତ । ବିଶେଷ କରି ନିଶା ବେପାରୀମାନେ କଲେଜପଢୁଆ ଛାତ୍ରମାନଙ୍କୁ ଟାର୍ଗେଟ କରାଯାଉଥିବା ଦେଖିବାକୁ ମିଳୁଛି । ଆଉ ଏହି ନିଶା କାରବାର ଉପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତୀକ୍ଷ୍ଣ ନଜର ରଖି କିଛି ଖଣି ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଥିବା ନିଶା ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡାକୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଭୟରେ ଛୋଟା ଆତ୍ମସମର୍ପଣ କରିଥିଲା । ଏହାପରେ ସହରରେ ଚାଲିଥିବା ନିଶା କାରବାର ରୋକ ଲାଗିବା ନେଇ ଆଶା କରାଯାଉଥିବା ବେଳେ ବାସ୍ତବରେ କିନ୍ତୁ ଏହାର ଓଲଟା ଘଟିଛି । ଛୋଟାକୁ ବ୍ୟବସାୟରେ ସାହାଯ୍ୟ କରୁଥିବା ଲୋକେ ଏବେ ଭୟରେ ସହର ଛାଡି ଗାଁ ମୁହାଁ ।

ତେବେ ଗାଁ ମୁହାଁ ଏହି ବ୍ୟବସାୟକୁ ଛୋଟା ଜେଲରେ ଥାଇ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହେଉଛି । ଏନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାରେ ଚାଲିଥିବା ବେଆଇନ ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି । ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି କି ଖୋର୍ଦ୍ଧା ଜିଲ୍ଲା ଚାଲିଥିବା ନିଶା କାରବାରରେ ବିଶେଷ କରି ଯୁବପୀଢିମାନେ ଶିକାର ହେଉଛନ୍ତି । ତେଣୁ ଏହାକୁ ରୋକିବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସହରରୁ ଗ୍ରାମାଞ୍ଚଳ ଆଡେ ମୁଁହାଇଲାଣି ବେପାର

ଖୋର୍ଦ୍ଧାରେ ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ନିଶା ବେପାରୀଙ୍କ ଦୌରାତ୍ମ୍ୟ । ଯୁବକଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଧଳାଜହର କବଜାରେ ।

Body:ବିଶେଷକରି ନିଶା ବେପାରୀ ମାନେ କଲେଜପଢୁଆ ଛାତ୍ର ମାନଙ୍କୁ ଟାର୍ଗେଟ କରାଯାଉଥିବା ଦେଖା ଯାଉଛି । ଆଉ ଏହି ନିଶା ବ୍ୟବସାୟ ଉପରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ ନଜର ରଖି କିଛି ନିଶା ଓ ଖଣି ମାଫିଆଙ୍କୁ ଗୁରଫ କରିବାରେ ସଫଳ ହୋଇଛି । ଏହାପରେ ନିଶା ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡା ଭୟରେ କୋର୍ଟରେ ଆତ୍ମସମର୍ପଣ କରିଥିଲା । ଛୋଟାର ଆତ୍ମସମର୍ପଣ ପରେ ଆଶା କରାଯାଉଥିଲା ଯେମିତି ନିଶା କାରବାର ଉପରେ ରୋକ ଲାଗିବ । କିନ୍ତୁ ସେମିତି କିଛି ହେଲାନି କାରଣ ଛୋଟାର ବ୍ୟବସାୟକୁ ପରିଚାଳନା କରୁଥିବା ଯୁବକ ଏବେ ସହର ଛାଡି ଗ୍ରାମ ଆଡ଼କୁ ମୁହାଁଉଥିବା ଲକ୍ଷ କରାଯାଉଛି ଆଉ ଏହାକୁ ଛୋଟା ଜେଲ ଭିତରେ ଥାଇ ନିୟନ୍ତ୍ରଣ କରୁଥିବା ଚର୍ଚା ହେଉଛି । ଆଜି ଏହି ଘଟଣା ଉପରେ ଖୋର୍ଦ୍ଧା ଜିଲାପାଳ କହିଛନ୍ତି ଜିଲାରେ ବେଆଇନ ନିଶା ବେପାର ରୋକିବାପାଇଁ ଅବକାରୀ ବିଭାଗ କାର୍ଯ୍ୟ କରୁଛି ଏବଂ ଆଗକୁ ଜାରୀରହିବ ।

Conclusion:ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ସମଗ୍ର ଖୋର୍ଦ୍ଧା ଜିଲ୍ଲା ନିଶା ବେପାରୀଙ୍କ କବଜାରେ । ବିଶେଷକରି ଯୁବପିଢ଼ି ଏହାର ଶିକାର ହେଉଛନ୍ତି ଏହାକୁ ରୋକିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

ବାଇଟ1- ସିତାଂଶୁ କୁମାର ରାଉତ , ଜିଲାପାଳ
2- ସୁରେଶ କୁମାର ରାଉତରାୟ , ବିଧାୟକ ଜଟଣୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.