ETV Bharat / state

ରାଜଧାନୀରେ ବର୍ଷା ବିତ୍ପତ୍ତି; ଗଛ ପଡ଼ି ବାଇକ ଆରୋହୀ ଗୁରୁତର, ଏୟାର‌ପୋର୍ଟରେ ଭୁଶୁଡ଼ିଲା ପାଚେରୀ

author img

By

Published : Jul 31, 2023, 10:58 PM IST

ରାଜଧାନୀ ଭୁବନେଶ୍ବରରେ ବର୍ଷା ବିତ୍ପତ୍ତି । ଚନ୍ଦ୍ରଶେଖରପୁର ରେଳକୁଞ୍ଜ ସାମ୍ନାରେ ଗଛ ଉପୁଡ଼ି ବାଇକ ଆରୋହୀ ଗୁରୁତର । ଦୁଇ ଘଣ୍ଟାର ଅତି ପ୍ରବଳ ବର୍ଷାରେ ବିମାନବନ୍ଦର ପାଚେରୀ ଭୁଶୁଡ଼ିଲା । ଅଧିକ ପଢ଼ନ୍ତୁ

heavy rainfall in bhubaneswar
ରାଜଧାନୀରେ ବର୍ଷା ବିତ୍ପତ୍ତି

ରାଜଧାନୀରେ ବର୍ଷା ବିତ୍ପତ୍ତି

ଭୁବନେଶ୍ବର: ରାଜଧାନୀରେ ବର୍ଷା ବିପତ୍ତି । ଦୁଇ ଘଣ୍ଟାର ଅତି ପ୍ରବଳ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ ହୋଇପଡ଼ିଛି । ଏହା ଭିତରେ ଆସିଛି ଅନେକ ଅଘଟଣ ପରିସ୍ଥିତି । ଚନ୍ଦ୍ରଶେଖରପୁର ରେଳକୁଞ୍ଜ ସାମ୍ନାରେ ପ୍ରବଳ ବର୍ଷା ଯୋଗୁଁ ଗଛ ଉପୁଡ଼ି ବାଇକ ଆରୋହୀଙ୍କ ଉପରେ ପଡ଼ିଥିବା ସୂଚନା ମିଳିଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାସ୍ତା ଉପରେ ଗାଡ଼ି ମୋଟର ଭିଡ଼ ଥିବା ବେଳେ ରାସ୍ତା କଡ଼ରେ ଥିବା ବଡ଼ ଗଛଟି ଉପୁଡ଼ି ପଡ଼ିଥିଲା । ଏକ କାର ଉପରେ ପଡ଼ିଥିବା ବେଳେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସହରର ଅଧିକାଂଶ ଅଞ୍ଚଳରେ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା । ତଲିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି । ରାସ୍ତା ଗୁଡ଼ିକରେ ପାଣି ଭର୍ତ୍ତି ହୋଇ କୃତ୍ତିକ ନଦୀ ସୃଷ୍ଟି କରିଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ସହରର ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଛି । ଗଛ ପଡ଼ିବା ଯୋଗୁଁ ଦୀର୍ଘ ସମୟ ରାସ୍ତା ବନ୍ଦ ଥିବାରୁ ଫାୟାର ଟିମ୍ ଓ ଟ୍ରାଫିକ ପୋଲିସ ମିଳିତ ଭାବେ ଗଛ କାଟି ରାସ୍ତା ସଫା କରିଛନ୍ତି । ଅନ୍ୟପଟେ ଏମ୍ସ ହସ୍ପିଟାଲରେ ପାଚେରୀ ଭୁଶୁଡ଼ିଲା ଯୋଗୁଁ ତିନିଜଣ ଚାପି ହୋଇ ରହିଥିଲେ । ଲଗାତାର ଦୁଇ ଘଣ୍ଟାର ପ୍ରବଳ ବର୍ଷା ହେବାରୁ ହଠାତ୍ ପାଚେରୀ ଭୁଶୁଡ଼ି ପଡ଼ିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଛି । ଏଥିରେ ସେମାନେ ସାମାନ୍ୟ ଆହାତ ହୋଇଥିବା ବେଳେ ସ୍ବସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଲଘୁଚାପ ବର୍ଷାରେ ଉବୁଟୁବୁ ପୁରୀ, ବାଇଶି ପାହାଚରେ ଆଣ୍ଠୁଏ ଉଚ୍ଚର ପାଣି

ସେହିପରି ଭୁବନେଶ୍ବର ବିମାନ ବନ୍ଦରର କ୍ରାସ ଗେଟ୍ ତଥା କାର୍ଗିଲ ବସ୍ତି ପଟ ଗେଟ ପ୍ରବଳ ପାଣି ଯୋଗୁଁ ଧସି ପାଚେରି ଭୁଶୁଡ଼ି ପଡିଛି । ସୁରକ୍ଷା ଦୃଷ୍ଟିରୁ ସେଠାରେ‌ ତୁରନ୍ତ ପଦକ୍ଷେପ ନିଆଯାଇଛି । ପ୍ରବଳ ବର୍ଷା ହେଲେ ଅନେକ ସମୟରେ ସେପଟ ପାଚେରି ଦବିଯାଏ । ଲଗାଣ ବର୍ଷା ଯୋଗୁଁ ହଠାତ୍ ପାଚେରୀ ଭାଙ୍ଗି ଯାଇଥିବା ବେଳେ ଦୀର୍ଘ ସମୟ ଧରି ପାଣି ନିଷ୍କାଷିତ ହୋଇଥିଲା । ଯେହେତୁ ସେହିପଟେ ଏୟାର‌ପୋର୍ଟର କ୍ରାସ ଗେଟ୍ ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ସେଠାରେ ସିଆଇଏସ ଏବଂ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସ୍ଥାନୀୟ ଏୟାରପୋର୍ଟ ପୋଲିସ ମଧ୍ୟ ପଇଁତରା ମାରୁଛି । ବର୍ଷା ଫଳରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅନେକ ଅଘଟଣ ଘଟିଛି । ଅଗ୍ନିଶମ ଟିମ ଜଳବନ୍ଦୀ ଅଞ୍ଚଳରେ ପାଣି ପମ୍ପ ଲଗାଇ ଜଳ ନିିଷ୍କାସନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.