ଭୁବନେଶ୍ୱର: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଔଷଧ ଗୋଦାମରେ ଭୟବାହ ଅଗ୍ନିକାଣ୍ଡ ହୋଇଛି । ମଞ୍ଚେଶ୍ୱରରେ ମହିନ୍ଦ୍ରା ଶୋ ରୁମ ପାଖରେ ଥିବା ରାଜ୍ୟ ଔଷଧ ନିଗମ ଲିମିଟେଡ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ରବିବାର ରାତି ପ୍ରାୟ 11ଟା15 ମିନିଟରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି l ଅଗ୍ନିକାଣ୍ଡ ଏତେ ଭୟାବାହ ଥିଲା ଯେ, ସବୁକିଛି ଜଳିପୋଡି ପାଉଁଶ ହୋଇଛି । ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇଥିବା ସୂଚନା ମିଳିଛି ।
ନିଆଁର ଭୟାବହତା ଏତେ ଥିଲା ଯେ କେହି ପାଖକୁ ଯାଇପାରୁନଥିଲେ । ଖବର ପାଇ 4ଟି ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରିବା ଆରମ୍ଭ କରିଥିଲା ମାତ୍ର ଗୋଦାମଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ 7 ଘଣ୍ଟାର ଅପରେସନ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା । ଗୋଦାମରେ ଥିବା ଅକ୍ସିଜେନ, ସିଲିଣ୍ଡର, ସାନିଟାଇଜର, ମାସ୍କ ଭଳି ସମଗ୍ରୀ ଥିବାରୁ ନିଆଁକୁ ଦ୍ରୁତ ଗତିରେ ବ୍ୟାପୀ ଥିଲା । ଏହାକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା ।
ଏହା ବି ପଢନ୍ତୁ...ବାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ଉଦ୍ୟମ ଜାରି
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମଞ୍ଚେଶ୍ବରରେ ଥିବା ସରକାରୀ ଔଷଧ ଗୋଦାମରେ କୋଭିଡ ବେଳର ବଳକା ମେଡ଼ିସିନ, ମାସ୍କ, ସାନିଟାଜର ଥିଲା । ରବିବାର ବିଳମ୍ବିତ ରାତି ପ୍ରାୟ 11ଟା 15ରେ ଗୋଦାମରୁ ଧୂଆଁ ବାହାରିଲା ଓ ହୁତୁହୁତୁ ହୋଇ ଗୋଦାମଟି ଜଳିବାକୁ ଲାଗିଲା । ଆଖାପାଖ ଲୋକ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିନ୍ତୁ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଏହା ବି ପଢନ୍ତୁ...ରାଜଧାନୀରେ ଅଗ୍ନିକାଣ୍ଡ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଲାଗିଲା ନିଆଁ, ରସୁଲଗଡ଼ରେ ଜଳିଲା ଦୋକାନ
ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ନିଆଁ ଲିଭାଇବା ପାଇଁ ୬ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା । ଏତେ ବଡ଼ ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଚି ହୋଇଛି । ଅକ୍ସିଜେନ୍ ସିଲିଣ୍ଡର ଥିବାରୁ ଗୋଦାମ ଭିତରେ ନିଆଁ ଲିଭାଇବା କଷ୍ଟକର ହୋଇଥିଲା । ବହୁତ ବଡ଼ ବିସ୍ଫୋରଣର ହେବା ନେଇ ଆଶଙ୍କା ରହିଥିଲା । ଏଠାରେ କୋଭିଡ ବେଳେ ଆସିଥିବା ସାମଗ୍ରୀ ମହଜୁଦ ହୋଇ ରହିଥିଲା । ଲକ୍ଷାଧିକ ଟଙ୍କାର ମାସ୍କ, ସାନିଟାଇଜର ଜଳି ପୋଡି ପାଉଁଶ ହୋଇଛି । ଗୋଦାମ ବନ୍ଦ ଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ କିପରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଅଗ୍ନିକାଣ୍ଡକୁ ନେଇ ପୋଲିସକୁ ରାତିଅଧରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା ।
ଇଟିଭି ଭାରତ, ଭୁବନେଶ୍ବର