ETV Bharat / state

18 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା - ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ଚଳିତ ବର୍ଷ ପ୍ରାୟ 18 ହଜାର ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନ ଥିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଅଧିକ ପଢନ୍ତୁ

education minister
education minister
author img

By

Published : Mar 13, 2023, 10:23 PM IST

Updated : Mar 13, 2023, 10:40 PM IST

18 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଚଳିତ ବର୍ଷ ପ୍ରାୟ 18 ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ପ୍ରସଙ୍ଗରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଏନେଇ ସେ କହିଛନ୍ତି ଯେ ମୁଁ ଜାଣିନି ଚଳିତ ବର୍ଷର କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାଁନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଡ୍ରପ ଆଉଟ ସ୍ଥିତି। ଚଳିତ ବର୍ଷ ପ୍ରାୟ 18 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନ ଥିବା ବେଳେ ଏ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଡାଟା ଆମ ପାଖକୁ ଆସିନାହିଁ ଯେ କେତେ ପିଲା ଅନୁପସ୍ଥିତ ଅଛନ୍ତି । ପରୀକ୍ଷା ସରିଲେ ତାହା ଜଣାଯିବ। ଏଥି ସହ ଯେଉଁ ୧୪ହଜାର ପିଲା ସମ୍ମେଟିଭ ୧ ଦେଇନାହାନ୍ତି ସେମାନେ ସମ୍ମେଟିଭ୍ ୨ ଦେଇପାରିବେ ନାହିଁ । ବାକି ଯେଉଁ ୪ ହଜାର କଥା ଉଠିଛି ସେମାନେ କାହିଁକି ଅନୁପସ୍ଥିତ ତାହା ପରବର୍ତ୍ତୀ ସମୟରେ ଜଣାଯିବ। କିଛି ସାମାଜିକ କାରଣ ଥିବା ଜଣାପଡ଼ୁଛି କିନ୍ତୁ ଏହାର କଣ ସତ୍ୟାସତ୍ୟ ପରେ ଜଣାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ତେବେ ଚଳିତ ମାଟ୍ରିକ ପରୀକ୍ଷା ରେ ୨୦ ହଜାର ପିଲା କାହିଁକି ଅନୁପସ୍ଥିତ ରହିଲେ ବା ପିଲାମାନେ କାହିଁକି ପରୀକ୍ଷା ଦେଇନାହାନ୍ତି ସେ ନେଇ ପୁଣି ହାଉସ୍ ହୋଲ୍ଡ ସର୍ଭେ କରାଯିବ। ଏହାପରେ କଣ କାରଣ ରହିଛି ତାହା ଜଣାପଡିବ। ଯଦି କେହି ମେନ୍ strim କୁ ଆସିବେ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ। ନଚେତ୍ ଯଦି କେହି ଭୋକେଶନାଲ ବା ଧନ୍ଦାମୂଳକ ଶିକ୍ଷା ପାଇଁ ଆଗ୍ରହୀ ହେବେ ସେମାନଙ୍କୁ ବ୍ୟବସ୍ଥା କରାଯିବ ବୋଲି ଗଣଶିକ୍ଷା ସଚିବ ପ୍ରତିକ୍ରିୟା ରଖିଛନ୍ତି।

ସୂଚନା ମୁତାବକ, ମାଟ୍ରିକ ପରୀକ୍ଷାରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ା ୪୨୫ ଜଣ, ଜଗତସିଂହପୁରରେ ୨୩୫ ଜଣ, ଖୋର୍ଦ୍ଧାରେ ୪୯୪ ଜଣ, କୋରାପୁଟରେ ୬୮୬ ଜଣ, ଯାଜପୁରରେ ୭୫୫, ଭଦ୍ରକରେ ୫୦ ଜଣ ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ସେହିଭଳି ବାଲେଶ୍ୱରରେ ୧୧୫୮, ବଲାଙ୍ଗୀରରେ ୧୧୯୯ ଜଣ , କଳାହାଣ୍ଡିରେ ୭୬୬ ଜଣ , ଦେବଗଡ଼ରେ ୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନ ଥିଲେ । ଅନ୍ୟପଟେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ଶହରୁ ଅଧିକ ପିଲା ପରୀକ୍ଷା ଦେଇନାହାନ୍ତି । ପୂର୍ବରୁ ମାଟ୍ରିକ ପରୀକ୍ଷାର ସମ୍ମେଟିଭ୍-1ରେ ରାଜ୍ୟରେ ମୋଟ ୧୩ ହଜାର ୫୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 13, 2023, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.