ETV Bharat / state

ଦୂର ହେଉଛି ନିଃସନ୍ତାନ ଦମ୍ପତିଙ୍କ ଦୁଃଖ, ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ହେଉଛି ସନ୍ତାନ ପ୍ରାପ୍ତି - ନିଃସନ୍ତାନଙ୍କ ସନ୍ତାନ ପ୍ରାପ୍ତି

ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ନିଃସନ୍ତାନଙ୍କ ପିତାମାତା ହେବାର ସ୍ୱପ୍ନକୁ ସାକାର ହୋଇଛି । ଉନ୍ନତ କୌଶଳ ମାଧ୍ୟମରେ ନିଜର ପ୍ରଜନନ କ୍ଷମତା ବୃଦ୍ଧି କରିପାରୁଛନ୍ତି ଦମ୍ପତି । ଅଧିକ ପଢ଼ନ୍ତୁ

couple conceived through IVF
ଅତ୍ୟାଧୁନିକ ଚିକିତ୍ସା ଯୋଗୁ ହେଉଛି ସନ୍ତାନ ପ୍ରାପ୍ତି
author img

By ETV Bharat Odisha Team

Published : Sep 10, 2023, 6:52 PM IST

Updated : Sep 10, 2023, 7:03 PM IST

ଅତ୍ୟାଧୁନିକ ଚିକିତ୍ସା ଯୋଗୁ ହେଉଛି ସନ୍ତାନ ପ୍ରାପ୍ତି

ଭୁବନେଶ୍ବର: ଦମ୍ପତିଙ୍କ ପାଇଁ ଖୁସି ଖବର। ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ଦିଗରେ ଓଡ଼ିଶାରେ କାର୍ଯ୍ୟ କରୁଛି ଓଆସିସ୍(OASIS) ଫର୍ଟିଲିଟି । ଏହା ଦ୍ଵାରା ନିଃସନ୍ତାନ ମହିଳା ମାଆ ହେବାର ସ୍ବଭାଗ୍ୟ ପାଇଛନ୍ତି । ସେପଟେ ମାତୃତ୍ୱ ଲାଭ କରିବାକୁ ଯାଉଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡାକ୍ତର ଟିମ୍ । ବିବାହର 1 ବର୍ଷ ପରେ ଗର୍ଭଧାରଣରେ ଅକ୍ଷମତା ପରିଲକ୍ଷିତ ହେବା ବନ୍ଧ୍ୟାକରଣର ଲକ୍ଷଣ ହୋଇପାରେ । ବର୍ତ୍ତମାନ ୧୫ ପ୍ରତିଶତ ଭାରତୀୟ ଏହାର ଶିକାର ହେଉଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ।

ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ମେଦବହୁଳତା, ହରମୋନ୍ ସମସ୍ୟା, ଦମ୍ପତିଙ୍କ ଦ୍ୱାରା ବିଳମ୍ବ, ଧୂମ୍ରପାନ, ଅତ୍ୟଧିକ ମଦ୍ୟପାନ ଏବଂ ପରିବେଶର ପ୍ରଭାବ ଆଦି ଭାରତରେ ସନ୍ତାନହୀନତା ସମସ୍ୟା ବୃଦ୍ଧିର ଏକ ମୁଖ୍ୟ କାରଣ ପାଲଟିଛି । ସନ୍ତାନହୀନତା ସମ୍ପର୍କରେ ସାମାଜିକ ମାନସିକତାରେ ଏପର୍ଯ୍ୟନ୍ତ ଅଧିକ ପରିବର୍ତ୍ତନ ଆସିନାହିଁ । ଯାହା ଦମ୍ପତିଙ୍କ ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଜନନ ଚିକିତ୍ସା ଆପଣାଇବାକୁ ବାରଣ କରିଥାଏ । ତେବେ ଭୁବନେଶ୍ବରରରେ ଥିବା ଫର୍ଟିଲିଟି ସେଣ୍ଟର ଓଆସିସ୍ ଫର୍ଟିଲିଟି ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପତିଙ୍କୁ ଉତ୍ସାହିତ କରିବା ପାଇଁ ଏକ ସମୁହ ବେବ ସାୱର କାର୍ଯ୍ୟକ୍ରମ ଆୟୋଜନ କରିଛି ।

ଏହି ଅବସରରେ ଓଆସିସ୍ ଫର୍ଟିଲିଟିର କ୍ଲିନିକାଲ ମୁଖ୍ୟ ଓ ଫର୍ଟିଲିଟି ସ୍ପେଶାଲିଷ୍ଟ ଡ. ପ୍ରଶାନ୍ତ କୁମାର ନାୟକ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, "ବୟସ ସହିତ ଅନେକ ସମୟରେ ପ୍ରଜନନ କ୍ଷମତା ଧୀରେ ଧୀରେ ହ୍ରାସ ପାଇଥାଏ। ତେଣୁ ବିଳମ୍ବ ନକରି ପ୍ରଜନନ ସହାୟତା ପାଇଁ ସଠିକ ସମୟରେ ଜଣେ ଫର୍ଟିଲିଟି ସ୍ପେଶାଲିଷ୍ଟଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦମ୍ପତ୍ତିମାନଙ୍କ ବୟସ, ପୂର୍ବ ଚିକିତ୍ସା ଏବଂ ଜୀବନଶୈଳୀ ଇତ୍ୟାଦିକୁ ଆଧାର କରି ସେମାନଙ୍କୁ ବ୍ୟକ୍ତିଗତ ପ୍ରଜନନ ଚିକିତ୍ସା ପ୍ରଦାନ କରାଯାଉଛି। ଯାହା ସଫଳତା ହାରକୁ ବଢାଇବାରେ ସହାୟକ ହୋଇଥାଏ ।"

ଏହା ବି ପଢନ୍ତୁ...ଦମ୍ପତିଙ୍କ ପାଇଁ ଖୁସି ଖବର: ପିତାମାତା ହେବାର ସ୍ୱପ୍ନକୁ ସାକାର କରିବ ଓଆସିସ୍ ଫର୍ଟିଲିଟି

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, "ଆଣ୍ଡ୍ରୋଲାଇଫ୍‌ ହେଉଛି ଏକ ସ୍ୱତନ୍ତ୍ର ପୁରୁଷ ପ୍ରଜନନ କ୍ଲିନିକ୍। ଯାହା ମାଧ୍ୟମରେ ଆମେ ମାଇକ୍ରୋ ଟେସ୍ ପରି ଉନ୍ନତ ଶୁକ୍ରାଣୁ ପୁନରୁଦ୍ଧାର କୌଶଳ ବ୍ୟବହାର କରି କମ୍ ଶୁକ୍ରାଣୁ ଥିବା ପୁରୁଷମାନଙ୍କୁ ମଧ୍ୟ ପିତୃତ୍ୱ ହାସଲ କରିବାରେ ସକ୍ଷମ କରିଥାଉ। ଏପରିକି କ୍ୟାନ୍ସର ରୋଗୀମାନେ ମଧ୍ୟ ପ୍ରଜନନ ସଂରକ୍ଷଣ କରି ଉନ୍ନତ କୌଶଳ ମାଧ୍ୟମରେ ନିଜର ପ୍ରଜନନ କ୍ଷମତାକୁ ସଂରକ୍ଷିତ ରଖି ପିତାମାତା ହେବାର ସୌଭାଗ୍ୟ ପାଇପାରିବେ ।"

ଏହା ବି ପଢନ୍ତୁ...181ଟି ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ ଗାଡ଼ିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏଠାକୁ 2 ବର୍ଷ ମଧ୍ୟରେ ପାଖପାଖି 2 ହଜାରରୁ ଅଧିକ ରୋଗୀ ଆସିଥିବା ସୂଚନା ମିଳିଛି । ଅନେକ ମାଆ ହେବାର ସୌଭାଗ୍ୟ ପାଇଥିବାବେଳେ ଅନେକଙ୍କର ଚିକିତ୍ସା ମଧ୍ୟ ଚାଲିଛି । ଖୁବଶୀଘ୍ର ସେମାନେ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି । ଏପଟେ ମା' ହେବାର ସୌଭାଗ୍ୟ ପାଇଥିବା ସଞ୍ଜୁକ୍ତା କହିଛନ୍ତି , "49 ବର୍ଷରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛି । ପୂର୍ବରୁ 3 ଥର ଗର୍ଭଧରଣ ପାଇଁ ଚେଷ୍ଟା କରିଆସୁଥିଲେ ମଧ୍ୟ ତାହା ସମ୍ଭବପର ହେଉନଥିଲା । ଏହାଦ୍ଵାରା ବହୁତ ଉପକୃତ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2023, 7:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.