ETV Bharat / state

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା; ଓଡ଼ିଶାକୁ ନାହିଁ ବିପଦ - ପାଣିପାଗ ସୂଚନା

Cyclone Midhili: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମିଧିଲି । ଓଡ଼ିଶା ଉପରେ ପଡ଼ିବନି ସିଧାସଳଖ ପ୍ରଭାବ । ଅଧିକ ପଢ଼ନ୍ତୁ

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା
author img

By ETV Bharat Odisha Team

Published : Nov 17, 2023, 10:11 AM IST

Updated : Nov 17, 2023, 4:03 PM IST

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା; ଓଡ଼ିଶାକୁ ନାହିଁ ବିପଦ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି । ବାତ୍ୟାର ନାମ 'ମିଧିଲି' ରଖାଯାଇଛି । ଏହି ବାତ୍ୟା ଉତ୍ତର-ପୂର୍ବ ଦିଗକୁ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି । ଏହା ବାଲାଂଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ବାତ୍ୟା 'ମିଧିଲି'ର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ହେଲେ ଏହା ପ୍ରଭାବରେ ଆଜି ରାଜ୍ୟର ଦୁଇଟି ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ: ୨୪ ଘଣ୍ଟାରେ ବାତ୍ୟା: ଓଡ଼ିଶାରେ ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବାଂଲାଦେଶରେ ଲ୍ୟାଣ୍ଡ୍‌ଫଲ କରିବ ବାତ୍ୟା: ପାରାଦ୍ବୀପଠାରୁ ୧୯୦, ଦୀଘାଠାରୁ ୨୦୦ କିମି ଦୂରରେ ବାତ୍ୟା ମିଧିଲି ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ । ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟାପ୍ରତି ୨୦ କିମି ବେଗରେ ଗତି କରୁଛି । ଆସନ୍ତାକାଲି(ଶନିବାର) ଭୋର୍ ସୁଦ୍ଧା ଏହା ବାଂଲାଦେଶରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ବାତ୍ୟା ବଡ଼ ଧରଣର ନୁହେଁ । ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ରହିପାରେ । ପବନର ବେଗ ସର୍ବାଧିକ ୮୦ କିଲୋମିଟର ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ: ବାତ୍ୟା ପ୍ରଭାବରେ ଜଗତସିଂହପୁରରେ ପ୍ରବଳ ବର୍ଷିବ ! ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ: ବାତ୍ୟା ପାଇଁ ଓଡ଼ିଶା ଉପରେ କୌଣସି ବିପଦ ନାହିଁ । କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷ ଭାବେ ପୁରୀଠାରୁ ଆରମ୍ଭ କରି ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ହେଲେ ଆଜି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିିଛି । ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପବନର ବେଗ ନେଇ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରୁ ଯିବାକୁ ବାରଣ କରଛି ପାଣିପାଗ ବିଭାଗ ।

ଅନ୍ୟପଟେ ରାଜ୍ୟରେ ଏବେ ଶୀତ ଜାରି ରହିଛି । ଆଗାମୀ ୪-୫ ଦିନ ଏପରି ଶୀତ ଅନୁଭୂତ ହେବ । ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୨.୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀରେ ୧୬.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2023, 4:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.