ETV Bharat / state

ନବୀନଙ୍କୁ ଜନ୍ମଦିନ ଉପହାର: ବିଜେଡିରେ ମିଶିଲେ ବାଣପୁର ବ୍ଲକ ସମେତ ଏନଏସି ବିଜେପି ନେତା

ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଓ ଏନଏସିର ବହୁ ନେତା ଓ କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଲୋକାଭିମୁଖି କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ନବୀନଙ୍କୁ ମାନସଙ୍କ ଜନ୍ମଦିନ ଉପହାର; ବିଜେଡିରେ ମିଶିଲେ ବାଣପୁର ବ୍ଲକ  ସମେତ ଏନଏସି ବିଜେପି ନେତା
ନବୀନଙ୍କୁ ମାନସଙ୍କ ଜନ୍ମଦିନ ଉପହାର; ବିଜେଡିରେ ମିଶିଲେ ବାଣପୁନବୀନଙ୍କୁ ମାନସଙ୍କ ଜନ୍ମଦିନ ଉପହାର; ବିଜେଡିରେ ମିଶିଲେ ବାଣପୁର ବ୍ଲକ ସମେତ ଏନଏସି ବିଜେପି ନେତାର ବ୍ଲକ ସମେତ ଏନଏସି ବିଜେପି ନେତା
author img

By ETV Bharat Odisha Team

Published : Oct 16, 2023, 5:58 PM IST

ନବୀନଙ୍କୁ ମାନସଙ୍କ ଜନ୍ମଦିନ ଉପହାର; ବିଜେଡିରେ ମିଶିଲେ ବାଣପୁର ବ୍ଲକ ସମେତ ଏନଏସି ବିଜେପି ନେତା

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । ଜନ୍ମଦିନ ଅବସରରେ ହୋଇଛି ନବୀନଙ୍କ ହାତମୁଠା ଟାଣ । ନବୀନଙ୍କ ନେତୃତ୍ବକୁ ସମର୍ଥନ କରି ବିଜେଡିରେ ସାମିଲ ହୋଇଛନ୍ତି ବିରୋଧୀ ବିଜେପିର ନେତା ଓ କର୍ମୀ । ଏହି ମିଶ୍ରଣର ନେତୃତ୍ବ ନେଇଛନ୍ତି ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ବିରୋଧୀଙ୍କୁ ଦଳ ସାମିଲ କରି ନବୀନଙ୍କୁ ଜନ୍ମଦିନର ଉପହାର ଦେଇଛନ୍ତି ମାନସ ।

ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଓ ଏନଏସିର ବହୁ ନେତା ଓ କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଲୋକାଭିମୁଖି କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଆଜି ବିଜେଡିରେ ସାମିଲ ହୋଇଥିବା ନେତା ହେଲେ ବାଣପୁର ଏନଏସିର ବିଜେପିର ପୂର୍ବତନ କାଉନସିଲର ପ୍ରଣତି ମାର୍ଥା, ପୂର୍ବତନ କାଉନସିଲର ରବି ପ୍ରଧାନ, ୱାର୍ଡ ସଭାପତି ବିଶ୍ବନାଥ ଦଳେଇ, ବିଜେପରି ବରିଷ୍ଠ ନେତ୍ରୀ ପ୍ରତିମା ମଲ୍ଲିକ ଓ ତାଙ୍କ ନେତୃତ୍ବରେ ଆସିଥିବା ଶତାଧିକ ନେତା ଓ କର୍ମୀ ।

ଅଧିକ ପଢନ୍ତୁ- BJD Mishrana Parva: ପଦ୍ମ ଛାଡି ଶଙ୍ଖ ଶିବିରରେ ଜଗଦୀଶ ବିଶ୍ବାଳ

ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ମୁଖ୍ୟମନ୍ତ୍ରୀ ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି । ସେ ସାଢେ ଚାରି କୋଟି ଓଡ଼ିଆଙ୍କ ମଉଡମଣୀ ଓ ଜଣେ ବିରଳ ବ୍ୟକ୍ତିତ୍ବ । ଆଜି ଏହିଭଳି ଏକ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ ହୋଇଛି । ଆମେ ନିଜକୁ ଖୁସି ଓ ଗର୍ବ ଅନୁଭବ କରୁଛୁ । ଏଭଳି ଦିନରେ ଆମେ ଏକାଠି ହୋଇଛୁ । ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଏହିପରି ସେବା କରି ଚାଲନ୍ତୁ । ତାହା ହିଁ ପ୍ରାର୍ଥନା । ବିରୋଧୀ ଦଳର ନେତା ଓ କର୍ମୀ ବିଜେଡି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ଲୋକାଭିମୁଖୀ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କ ଯୋଗଦାନ ଯୋଗୁଁ ବିଜେଡି ସଂଗଠନ ଆହୁରି ମଜବୁତ ହେବ ।’’

ବାଣପୁରର ବିରୋଧୀ ନେତା ଓ କର୍ମୀ ସାମିଲ ହେବା ଯୋଗୁଁ ବିଜେଡି ଆହୁରି ସଶକ୍ତ ଓ ସୁଦୃଢ ହେବ ବୋଲି ଚିଲିକା ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ର କହିଛନ୍ତି । ଦଳର ମୁଖପାତ୍ର ପ୍ରିୟବ୍ରତ ମାଝୀ କାର୍ଯ୍ୟକ୍ରମର ସଂଯୋଜନା କରିଛନ୍ତି । କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଯଦୁ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାନସ ପ୍ରଧାନ, ମନୋଜ ପ୍ରଧନ ପ୍ରମୂଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.