ETV Bharat / state

ପଦ୍ମଭୂଷଣ ମନୋଜ ଦାସଙ୍କ ପୂଣ୍ୟତିଥି, ଶଙ୍ଖାରୀ ହେବ ଆଧୁନିକ ଭାରତର ସାରସ୍ଵତ ତୀର୍ଥକ୍ଷେତ୍ର - ଶଙ୍ଖାରୀ ହେବ ଆଧୁନିକ ଭାରତର ସାରସ୍ଵତ ତୀର୍ଥକ୍ଷେତ୍ର

ଶଙ୍ଖାରୀ ହେବ ଆଧୁନିକ ଭାରତର ସାରସ୍ଵତ ତୀର୍ଥକ୍ଷେତ୍ର । ପଦ୍ମଭୂଷଣ ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ କହିଲେ ଅତିରିକ୍ତ ଶାସନ ସଚିବ । ଅଧିକ ପଢନ୍ତୁ

ପଦ୍ମଭୂଷଣ ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ

author img

By

Published : Apr 28, 2023, 11:09 AM IST

ପଦ୍ମଭୂଷଣ ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ କଥା ସାରସ୍ବତ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗକୁ ପୁରୁଛି ଦୁଇବର୍ଷ । ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପଦ୍ମଭୂଷଣ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କଳାକାର ତଥା ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ ନାୟକ । ସଂସଦର ସଭାପତି ସୁଖ୍ୟାତ କଥାକାର ଅଧ୍ୟାପକ ବିଶ୍ୱରଂଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାକୁ ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଛନ୍ତି । ଏହି ଅବସରରେ ଅନିତା ପଣ୍ଡାଙ୍କ ସ୍ମୃତି ନୈବେଦ୍ୟ ପୁସ୍ତକ ଉନ୍ମୋଚନ ହୋଇଥିଲା ।

ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ଏହି ଅବସରେ ସେ କହିଛନ୍ତି," ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟ ସରକାର ଲେଖକଙ୍କ ଗାଁରେ ଯେଉଁ ଭବ୍ୟ ସ୍ମାରକୀ ନିର୍ମାଣ କରୁଛନ୍ତି, ତାହା ଅଳ୍ପ ଦିନ ମଧ୍ୟରେ ଶେଷ ହେବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ସ୍ମାରକୀ ହେଉଥିବା ବେଳେ ଶଙ୍ଖାରୀ ଗ୍ରାମ ହେବ ଆଧୁନିକ ଭାରତର ସାରସ୍ଵତ ତୀର୍ଥକ୍ଷେତ୍ର ।" ଏହାସହ ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ଭୁବନେଶ୍ୱର ଏକ ସ୍ମାରକୀ ସହ ତାଙ୍କ ନାମରେ ଏକ ମାର୍ଗ ବା ପଥକୁ ନାମିତ ପାଇଁ ପ୍ରସ୍ତାବ ରଖାଯାଇଥିଲା ।

ତେବେ ଭାରତ ଏକ ଭୌତିକ ଅବସ୍ଥିତି କେବଳ ନୁହେଁ, ଭାରତ ବର୍ଷର ଏକ ସୂକ୍ଷ୍ମ ସତ୍ତା ରହିଛି । ବାଲ୍ମିକୀ, ବ୍ୟାସ ଶଙ୍କରାଚାର୍ଯ୍ୟ, କବୀର, ନାନକ, ଚୈତନ୍ୟ, ଅତିବଡ଼ି ଜଗନ୍ନାଥ ଦାସ, ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ଭଳି ମନୀଷିମାନେ ସେହି ସୁକ୍ଷ୍ମ ସତ୍ତାକୁ ଅନ୍ୱେଷଣ କରିଛନ୍ତି । ସେମାନଙ୍କ ଭଳି ଯଶସ୍ଵୀ ଲେଖକ ତଥା ଅଧ୍ୟାତ୍ମିକ ପଥର ଯାତ୍ରୀ ମନୋଜ ଦାସ ମଧ୍ୟ ସେହି ସୁକ୍ଷ୍ମ ସତ୍ତାର ଅନ୍ୱେଷଣରେ ବ୍ରତୀ ଥିଲେ । ଆଉ ତାଙ୍କ ସେହି ଅନ୍ୱେଷାର ମାଧ୍ୟମ ଥିଲା କଥା ଓ କାହାଣୀ । ଆମେ ମଧ୍ୟ ତାଙ୍କଠାରୁ ପ୍ରେରଣା ନେଇ ନିଜ ନିଜ ବାଟରେ ସେହି ଅନନ୍ତ ଅନ୍ୱେଷାରେ ଅଗ୍ରସର ହୋଇ ପାରିବା ।

ଅନ୍ୟପଟେ ଏହି ଅବସରେ ଅଭିଭାଷଣରେ ଅଧ୍ୟାପକ ବିଶ୍ୱରଞ୍ଜନ କହିଛନ୍ତି, "ସାରସ୍ଵତ ପୁରୁଷ ମନୋଜ ଦାସ ବ୍ୟକ୍ତିରୁ ବିଚାରରେ ପରିଣତ ହୋଇ ଯାଇଥିଲେ । ଆଉ ତାଙ୍କ ବିଚାର ଥିଲା ମହତ୍ତର ଆଧ୍ୟାତ୍ମିକତା । ମନୋଜଙ୍କ କାବ୍ୟ ପୁରୁଷର ଦ୍ୟୁତି ମଧ୍ୟ କିଛି କମ ନୁହେଁ । ତାଙ୍କ କବିତାରେ ଅଛି ଖରା ଓ ଜ୍ୟୋସ୍ନାର ପୁଲକପ୍ରଦ ଅନୁଭବ ।" ମନୋଜ ଦାସ ସ୍ମୃତି ସଂସଦର ସାଧାରଣ ସଂପାଦକ ଗୌତମବୁଦ୍ଧ ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଏହି ସ୍ମୃତି ସଭାରେ ବହୁ ବିଶିଷ୍ଟ ଲେଖକ, କବି, ବୁଦ୍ଧିଜୀବୀ, ସାମ୍ବାଦିକ ଓ ମନୋଜ ପ୍ରେମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.