ETV Bharat / state

ଡାକୋଟା ଉଦଘାଟନରେ ଓଡ଼ିଆ ପାଇଲଟଙ୍କୁ ଟିକେ ମନେ ପକାଇଲେନି: ମନ୍ମଥ ରାଉତରାୟ

author img

By

Published : Mar 13, 2023, 9:26 PM IST

ଡାକୋଟା ଉଦଘାଟନରେ ଓଡିଆ ପାଇଲଟ ମାନଙ୍କୁ ଡାକିଲେ ନାହିଁ । ଡାକିଥିଲେ ତାଙ୍କୁ ଉତ୍ସାହିତ କଲା ଭଳି ଲାଗିଥାନ୍ତା ବୋଲି କହିଲେ ପାଇଲଟ ତଥା କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଅଧିକ ପଢନ୍ତୁ

Manmath Routray
Manmath Routray

ଭୁବନେଶ୍ବର: ଡାକୋଟା ଉଦଘାଟନ କଲେ ହେଲେ ଓଡ଼ିଆ ପାଇଲଟଙ୍କୁ ଟିକେ ମନେ ପକାଇଲେନି। ସାଇଡରେ କି ପଛରେ ଠିଆ କରି ଦେଇଥିଲେ ବି ଚଳିଥାନ୍ତା । ରାଜ୍ୟ ସରକାର ଗୋଟେ ଭଲ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଟିକେ ଓଡିଆ ପାଇଲଟ ମାନଙ୍କୁ ଡାକିଲେ ନାହିଁ । ଡାକିଥିଲେ ତାଙ୍କୁ ଉତ୍ସାହିତ କଲା ଭଳି ଲାଗିଥାନ୍ତା। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଡାକୋଟାକୁ ଅବସ୍ଥାପିତ କରାଯିବା ପରେ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ପାଇଲଟ ତଥା କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ।

ବିଜୁ ବାବୁ ଓଡ଼ିଶାର ଗର୍ବ ଆଉ ଗୌରବ। ଡାକୋଟା ଚଳାଇବା ତାଙ୍କ ସାହାସିକତା ଏବଂ ବୀରତ୍ବର ପ୍ରମାଣ ଦିଏ। ଏହାର ଲୋକାର୍ପିତ ଉତ୍ସବରେ ସମସ୍ତ ଓଡ଼ିଆ ପାଇଲଟ ଙ୍କୁ ଡାକିବା କଥା ସେମାନେ ମଧ୍ୟ ଖୁସି ଅନୁଭବ କରିଥାନ୍ତେ। ଅନ୍ୟପଟେ ବିଜୁ ବାବୁ ଥିଲେ ପୁରା ଅଞ୍ଚଳରେ ପାଇଲଟରେ ଭର୍ତ୍ତି କରି ଦେଇଥାନ୍ତେ ବୋଲି କହିଛନ୍ତି ମନ୍ମଥ।ଏଥିସହ ସେ ପାଇଲଟ ବେଶରେ ଖାଲି ପାଦରେ ଆସି ଡାକୋଟା ବିମାନକୁ ପୁଷ୍ପାଗୁଛ ପ୍ରଦାନ କରିବା ସହ ବିଜୁ ଙ୍କୁ ପ୍ରଶଂସାରେ କରିଛନ୍ତି ମନ୍ମଥ। ବିଜୁ ବାବୁଙ୍କ ବୀରତ୍ବର କଥା ପ୍ରକାଶ କରିବା ସହ ମୋ ପାଇଁ ମନ୍ଦିର ଭଳି ଏ ସ୍ଥାନ ତେଣୁ ଖାଲି ପାଦରେ ଆସିଛି ବୋଲି ପ୍ରତିକ୍ରିୟା ରଖିଥିଲେ ପାଇଲଟ।

ଏଥିସହ ସେ କହିଛନ୍ତି ଯେ, ଏହା ଗୋଟେ ଓଡ଼ିଆ ହିରୋର ସଫଳତା। ଓଡ଼ିଆ ହୋଇ ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଥିଲେ ବିଜୁ ବାବୁ। ସେ ଜଣେ ଓଡ଼ିଆ ପାଇଲଟ ଭାବରେ ସାରା ପୃଥିବୀରେ ଯଶ ଖ୍ୟାତି ଅର୍ଜନ କରିଥିଲେ। ତେଣୁ ଲୋକ ଇତିହାସ ପଢନ୍ତୁ ଓ ଓଡ଼ିଆଙ୍କ ଗର୍ବ ଜାଣନ୍ତୁ। ତେବେ ଯାଇ ବିଜୁ ବାବୁ ପାଇଲଟଙ୍କ କାହାଣୀ ସମସ୍ତେ ଜାଣି ପାରିବେ। ସେହିପରି ୟୁଟୁବରେ ଭିଡିଓ ଛାଡିବା ପାଇଁ କି ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିବା ପାଇଁ ଏଭଳି ବିମାନ ଉପରେ ଜୋତା ନ ରଖିବାକୁ ସାଧାରଣ ଲୋକଙ୍କୁ କଲେ ନିବେଦନ।

ତେବେ ଗତ ସପ୍ତାହରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିସରରେ ଡାକୋଟାକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଦେଖିବାକୁ ଉତ୍ସର୍ଗୀକୃତ କରାଯାଇଥିଲା । ଡାକୋଟା ବିଜୁ ବାବୁଙ୍କ ସାହାସିକତାର ଗାଥା ଗାଉଛି। ମନ୍ମଥ ରାଉତରାୟ ହେଉଛନ୍ତି ପେସାରେ ଜଣେ ପାଇଲଟ। ମନ୍ମଥ ଙ୍କ ମତରେ ଯେହେତୁ ବିଜୁ ବାବୁ ଜଣେ ସାହସୀ ଓଡ଼ିଆ ପାଇଲଟ ,ଡାକୋଟା ତାଙ୍କର ବୀରତ୍ବର ପ୍ରମାଣ ଦିଏ। ତେଣୁ ଏହାର ଉତ୍ସର୍ଗୀକୃତ ଉତ୍ସବରେ ଯେତେ ଓଡ଼ିଆ ପାଇଲଟ ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲେ ନିଶ୍ଚିତ ବିଜୁଙ୍କ ଡକୋଟାର ପ୍ରଚାର ପ୍ରସାର ଅଧିକ ହୋଇପାରି ଥାନ୍ତା ବୋଲି ସେ କହିଥିଲେ। ଡାକୋଟା କୁ କିଛି ଦିନ ତଳେ କଲିକତା ବିମାନ ବନ୍ଦରରୁ ଭୁବନେଶ୍ୱର କୁ ଅଣାଯାଇଥିଲା ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.