ETV Bharat / state

ଚିଲିକାରେ ମାଛ ମାରିବା ବେଳେ ଡଙ୍ଗାରୁ ଖସି ଜଣେ ମୃତ - ଚିଲିକାରେ ମାଛ ମାରିବା ହେଲା କାଳ

ଚିଲିକାରେ ମାଛ ମାରିବା ହେଲା କାଳ । ଡଙ୍ଗାରୁ ଖସି ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଭୀମପାଟଣା ସାହିରେ ।

ଚିଲିକାରେ ମାଛ ମାରିବା ହେଲା କାଳ
ଚିଲିକାରେ ମାଛ ମାରିବା ହେଲା କାଳ
author img

By

Published : Aug 30, 2020, 8:28 PM IST

ଖୋର୍ଦ୍ଧା: ଚିଲିକାରେ ମାଛ ମାରିବା ହେଲା କାଳ । ଡଙ୍ଗାରୁ ଖସି ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଭୀମପାଟଣା ସାହିରେ ।

ଚିଲିକାରେ ମାଛ ମାରିବା ହେଲା କାଳ
ଚିଲିକାରେ ମାଛ ମାରିବା ହେଲା କାଳ

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗନ୍ଧର୍ବ ଘଡେଇ ପ୍ରତିଦିନ ମାଛ ଧରିବା ପାଇଁ ଚିଲିକା ଭିତରକୁ ଜାଲ ପକେଇବାକୁ ଯାଇଥାନ୍ତି । ହେଲେ ଅସାବଧାନତା ବଶତଃ ଜାଲ କାଢ଼ିବା ବେଳେ ଗନ୍ଧର୍ବ ଚିଲିକାର ଗଭୀର ଜଳରାଶି ମଧ୍ୟରେ ବୋଟରୁ ପଡି ବୁଡିଯାଇଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ବୋଟ ଚାଳକ ଜୋରରେ ପାଟି କରି ଅନ୍ୟ ସହଯୋଗୀଙ୍କୁ ଡାକି ଗନ୍ଧର୍ବଙ୍କ ପରିବାରକୁ ଖବର ଦେଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚିଥିଲେ । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବହୁତ ସମୟ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଣପୁର ଡାକ୍ତରଖାନାକୁ ପଠାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.