ETV Bharat / state

ଜଙ୍ଗଲରୁ ଅଜଣା ଯୁବକର ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

author img

By

Published : Nov 17, 2022, 8:55 PM IST

ଜଙ୍ଗଲରୁ ଅଜଣା ଯୁବକର ମୃତଦେହ ଉଦ୍ଧାର । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗି ଜଙ୍ଗଲ ଭିତରୁ ପୋତାଯାଇଥିବା ଅଜଣା ଯୁବକର ମୃତଦେହ ଉଦ୍ଧାର । ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର , ପରିଚୟ ଖୋଜୁଛି ପୋଲିସ

ଖୋର୍ଦ୍ଧା : ଜଙ୍ଗଲରୁ ଅଜଣା ଯୁବକର ମୃତଦେହ ଉଦ୍ଧାର । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗି ଜଙ୍ଗଲରେ ପୋତାଯାଇଥିବା ଅଜଣା ଯୁବକର ମୃତଦେହ ଉଦ୍ଧାର(Man dead body rescued from Khordha) । ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଗତକାଲି(ବୁଧବାର) ସ୍ଥାନୀୟ ଲୋକେ ଦୁର୍ଗନ୍ଧ ହେଉଥିବା ଦେଖି ପୋତାଯାଇଥିବା ସ୍ଥାନକୁ ଖୋଳିଥିଲେ । ପରେ ସେଠାରୁ ଏକ ବ୍ୟକ୍ତିଙ୍କ ହାତ ବାହାରିଥିଲା ଯାହାକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଲୋକେ । ଏନେଇ ସରପଞ୍ଚ ତୁରନ୍ତ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ । ଖବରପାଇ ଆଜି ସକାଳୁ ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓ, ପୋଲିସ ଟିମ ପହଞ୍ଚି ଆରମ୍ଭ କରିଥିଲେ ତଦନ୍ତ ।

ତଦନ୍ତ ସମୟରେ ଜଙ୍ଗଲର ୫ଫୁଟ ମାଟି ତଳୁ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ୫ଫୁଟ ତଳେ ମୁଁହ ମାଡ଼ି ପଡ଼ିରହିଥିଲା ମୃତଦେହ । ଏ ଅଞ୍ଚଳ ପାଇଁ ଏଭଳି ଘଟଣା ପ୍ରଥମଥର ହୋଇଥିବା ବେଳେ ଏହାକୁ ନେଇ ଅନେକ ଆଲୋଚନା ହେଉଛି । ତେବେ ମୃତ ବ୍ୟକ୍ତି ଜଣକ କିଏ ତାହାର ପରିଚୟ ଖୋଜୁଛି ପୋଲିସ । ଏହାସହ କେମିତି ଘଟିଲା ଏଭଳି ଘଟଣା ତାହାର ତଦନ୍ତ ପାଇଁ ଗଠନ ହୋଇଛି ୪ଟି ଟିମ୍ ।

ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କୋଟାରିଆ ଘଟଣାସ୍ଥଳରେ ପହଞ୍ଚି ମୃତଦେହ, ପୋତା ହୋଇଥିବା ସ୍ଥାନ, ଆଖପାଖ ଅଞ୍ଚଳରେ ତନଖି କରିଥିଲେ । ଏହାସହ ସାଇଣ୍ଟିଫିକ ଟିମ୍, ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ତେବେ ଉଦ୍ଧାର ହୋଇଥିବା ମୃତଦେହର ବୟସ ଆନୁମାନିକ ୪୦ ରୁ ୪୫ବର୍ଷ ହେବ ବୋଲି ଆକଳନ କରାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଏନେଇ ୪ଟି ଟିମ୍ ଗଠନ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି । ସେହିପରି ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଭରପୁର କେମିକାଲ ବ୍ୟବହାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେପଟେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ଏ ସମ୍ପର୍କରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କୋଟାରିଆ କହିଛନ୍ତି, ''ଆମେ ଖବରପାଇ ଏଠାକୁ ଆସିଛୁ । ଆମ ସହ ଏସଡିପିଓ ମଧ୍ୟ ଆସିଛନ୍ତି । ଏହାସହ ଡଗ ସ୍କ୍ବାର୍ଡ, ସାଇଣ୍ଟିଫିକ ଟିମ ପହଞ୍ଚି ଜୋରସୋରରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡୁଛି । ବହୁତ ଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବୁ । ଏହାସହ ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।'' ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ ଆଖପାଖ ଲୋକଙ୍କ ଉପରେ କଡ଼ା ନଜର ରଖିଥିବା ବେଳେ କିଛି ଲୋକଙ୍କୁ ପଚରାଉଚରା ମଧ୍ୟ କରୁଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.