ETV Bharat / state

Make In Odisha Conclave: ଆଜିଠୁ ଶିଳ୍ପ ମହାକୁମ୍ଭ, ସାମିଲ ହେବେ ବିଜନେସ ଟାଇକୁନ - ବୁଧବାର ଠାରୁ ମେକ ଇନ ଓଡିଶା ୨୦୨୨

ଆଜି ଠାରୁ ଆରମ୍ଭ ହେଉଛି ଶିଳ୍ପ ମହାକୁମ୍ଭ ମେକ ଇନ ଓଡ଼ିଶା ୨୦୨୨ (Make In Odisha Conclave 2022) । ୭ଟି ପ୍ରମୁଖ ସେକ୍ଟର ଉପରେ ଫୋକସ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ କରାଯାଇଛି । ଅଧିକ ପଢନ୍ତୁ

କାଲିଠୁ ଶିଳ୍ପ ମହାକୁମ୍ଭ, ସାମିଲ ହେବେ ବିଜନେସ ଟାଇକୁନ

author img

By

Published : Nov 29, 2022, 9:40 PM IST

Updated : Nov 30, 2022, 6:54 AM IST

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେଉଛି ଶିଳ୍ପ ମହାକୁମ୍ଭ ମେକ ଇନ ଓଡ଼ିଶା ୨୦୨୨ (Make In Odisha Conclave 2022) । ୭ଟି ପ୍ରମୁଖ ସେକ୍ଟର ଉପରେ ଫୋକସ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ କରାଯାଇଛି । ଏଥିରେ ୧୦୦ ରୁ ଅଧିକ ଶିଳ୍ପପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୩୦ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଏନେଇ ଗତକାଲି(ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।

କାଲିଠୁ ଶିଳ୍ପ ମହାକୁମ୍ଭ, ସାମିଲ ହେବେ ବିଜନେସ ଟାଇକୁନ

ଶିଳ୍ପ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆର୍ସେଲର ମିତ୍ତଲ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ଏଲଏନ ମିତ୍ତଲ, ଆଦିତ୍ୟ ବିର୍ଲା ଗୃପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡର ଚେୟାରମ୍ୟାନ୍ ଅନୀଲ ଅଗ୍ରୱାଲ, ଜେଏସଡବ୍ଲୁ ଗୃପର ଚେୟାରମ୍ୟାନ୍ ସଜ୍ଜନ ଜିନ୍ଦଲ, ଜେଏସପିଏଲର ଚେୟାରମ୍ୟାନ ନବୀନ ଜିନ୍ଦଲ, ଟାଟା ଷ୍ଟିଲର ସିଇଓ ତଥା ଏମଡି ଟି ଭି ନରେନ୍ଦ୍ରନ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ । ଏଥିପାଇଁ ୧୧,୬୦୦ ପଞ୍ଜିକରଣ ହୋଇଛନ୍ତି । ଏହାସହ ୧୨୪ ଜଣ ବକ୍ତା ରହିଛନ୍ତି ।

ଏହାବି ପଢନ୍ତୁ- SHGଙ୍କ ପାଇଁ ବଡ ଘୋଷଣା, ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୬ ଓ ୨୦୧୮ ରେ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ହୋଇସାରିଛି । ରାଜ୍ୟକୁ ସ୍ୱାବଲମ୍ବୀ ଓ ସମୃଦ୍ଧ ଓଡିଶା ଗଠନ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା, ସେଥିରୁ ୩୫ ପ୍ରତିଶତ ବାସ୍ତବ ରୂପ ନେଇଛି । ୨୦୧୮ ରେ ୪ ଲକ୍ଷ ୨ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା ସେଥିରୁ ୪୦ ପ୍ରତିଶତ ବାସ୍ତବ ରୂପ ନେଇଛି । କୋଭିଡ ସମୟରେ ବି ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଛି । ଖଣି, ପାଣି, ଜମି ଓ ବନ୍ଦରର ସୁବିଧା ଥିବାରୁ ପୁଞ୍ଜିପତିମାନେ ଏଠି ଅଧିକ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ୨୦୨୫ ସୁଦ୍ଧା ଟେକ୍ସଟାଇଲରେ ଉତ୍ପାଦନରେ ଆରମ୍ଭ ହେବ । ୨୦୨୮ ସୁଦ୍ଧା ଆଲୁମିନିୟମ ଉତ୍ପାଦନରେ ଓଡିଶା ପ୍ରଥମ ହେବ ବୋଲି ମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।

Padmapur By Poll: ମତଦାନ ପୂର୍ବରୁ ରେଡ୍ ରାଜନୀତି, ବିଜେଡି-ବିଜେପି ଛକାପଞ୍ଝା

ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ ଶିଳ୍ପ ମହାକୁମ୍ଭ ମେକ ଇନ ଓଡ଼ିଶା । ପୂର୍ବରୁ ଦେଶ ଏବଂ ଦେଶ ବାହାରେ ରୋଡ ଶୋ ଜରିଆରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik ) ଆମନ୍ତ୍ରଣ କରିଥିଲେ । ମେକ ଇନ ଓଡିଶା ୨୦୧୬ ଏବଂ ୨୦୧୮ର ସଫଳତା ପରେ ଏହାର ତୃତୀୟ ସଂସ୍କରଣ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆୟୋଜିତ ହେଉଛି । ଦେଶବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ବ୍ୟବସାୟିକ ନେତୃତ୍ୱ ସମ୍ପର୍କିତ ପାରସ୍ପରିକ ଆଲୋଚନା ସହ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନକୌଶଳରେ ଅଭିନବତ୍ୱ ଆଣିବା, ସ୍କିଲଡ ଇନ ଓଡିଶା, ଷ୍ଟାର୍ଟ ଅପ ଓଡିଶା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ, ଓଡିଶାର ଶିଳ୍ପ ବିକାଶର ଦକ୍ଷତା ଓ ପୁଞ୍ଜି ନିବେଶ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏହା ସହ ରାଜ୍ୟ ସରକାର ନୂଆ ଶିଳ୍ପନୀତି ଘୋଷଣା କରିବେ ବୋଲି ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 30, 2022, 6:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.