ETV Bharat / state

Train Accident: ଦୁର୍ଘଟଣାସ୍ଥଳ ବାହାନଗାରେ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା, ଆହତଙ୍କୁ ମେଡିକାଲରେ ଭେଟିଲେ - ବାଲେଶ୍ବର ଟ୍ରେନ ଦୁର୍ଘଟଣା

ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

PM Modi arrives at accident spot
PM Modi arrives at accident spot
author img

By

Published : Jun 3, 2023, 3:46 PM IST

Updated : Jun 3, 2023, 5:11 PM IST

ଦୁର୍ଘଟଣାସ୍ଥଳ ବାହାନଗାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାଲେଶ୍ବର ଆସିଛନ୍ତି । ସେଠାରେ ସେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହାପୂର୍ବରୁ ସେ ଟ୍ରେନ ଦୁର୍ଘଟଣା ନେଇ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ବାହାନଗାରେ ସ୍ଥିତି ସମୀକ୍ଷା କରିବା ପରେ କଲାଇକୁଣ୍ଡା ଫେରିଯିବେ ସେଠାରୁ ଦିଲ୍ଲୀ ଅଭିମୁଖେ ବାହାରିବେ । କଟକ ଓ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟକ୍ରମ ନାହିଁ ।

ବାହାନଗାରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ରେଳ ଦୁର୍ଘଟଣାସ୍ଥଳ ପହଞ୍ଚି ବୁଲି ଦେଖିଥିଲେ । ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହିତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଙ୍ଗରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଥିଲେ । ବାହାନଗାରୁ ସ୍ଥିତି ଅନୁଧ୍ୟାନ କରିବା ପରେ ବାଲେଶ୍ବର ମେଡିକାଲ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୂର୍ବାହ୍ନରେ ହେଲିକପ୍ଟରରେ ଆସି ମମତା ସିଧା ବାଲେଶ୍ବରରେ ଅବତରଣ କରିଥିଲେ । ପରେ ସେଠାରୁ ସେ ବାହାନଗା ଷ୍ଟେସନ ନିକଟବର୍ତ୍ତୀ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ମଧ୍ୟ ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି । ଏହାସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କ ଲାଗି ୫ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିଛନ୍ତି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିବା ନେଇ ନବୀନଙ୍କ ପ୍ରସ୍ତାବ ଦେଇଛନ୍ତି । ସେହିପରି ବିଭିନ୍ନ ଦେଶ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ନେପାଳ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଆମେରିକା, କାନାଡା ପ୍ରଧାନମନ୍ତ୍ରୀ ପ୍ରମୁଖ ଟ୍ବିଟ୍ କରି ଦୁଃଖ ବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Train tragedy: ନବୀନଙ୍କ ସହ କଥା ହେଲେ ବଘେଲ, ସହାୟତା ପାଇଁ ଦେଲେ ପ୍ରସ୍ତାବ

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥଇବାବେଳେ ଏବେ ବି ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି । ସମସ୍ତ ବଗି ବାହାରିବା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 3, 2023, 5:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.