ETV Bharat / state

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ରାଜ୍ୟ ସରକାର ସୋମବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୯ ଜଣଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି।

author img

By

Published : Feb 12, 2019, 8:13 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଆଇଏଏସ ପରେ ଏବେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ନିର୍ବାଚନ ପୂର୍ବରୁ ଗୋଟିଏ ଜିଲ୍ଲାରେ 3 ବର୍ଷରୁ ଅଧିକ ରହିଥିବା ଅଧିକାରୀଙ୍କୁ ବଦଳି କରାଯିବା ନେଇ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଆଧାରରେ ଏହି ବଦଳି କରାଯାଇଛି। ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୯ ଜଣଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି।

ସୂଚନା ଅନୁସାରେ ପୂର୍ବରୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଦାୟିତ୍ବରେ ଥିବା ସୁନୀଲ ରାୟଙ୍କୁ ସ୍ବତନ୍ତ୍ର ଡ଼ିଜି ଗୁଇନ୍ଦା ବିଭାଗର ଦାୟିତ୍ବ ମିଳିଛି । ସେହିପରି ବିନୟାନନ୍ଦ ଝା ଓଏଚଆରସି ଅତିରିକ୍ତ ଡ଼ିଜି ଓ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହ ସିଦ୍ଧାର୍ଥ ମହୁଡ ନରଭଣେ ହୋଇଛନ୍ତି ଏଚଆରପିସି ଏଡିଜି । ଏଚଆରପିସି ଅତିରିକ୍ତ ଡ଼ିଜିପି ଦାୟିତ୍ବରେ ଥିବା ମହେନ୍ଦ୍ର ପ୍ରତାପଙ୍କୁ ଜେଲ ଏବଂ ଡ଼ିସିଏସ ଅତିରିକ୍ତ ଡ଼ିଜି କମ୍ ଆଇଜି ଦାୟିତ୍ବ ମିଳିଛି । ସଞ୍ଜୀବ ପଣ୍ଡାଙ୍କୁ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ପଦବୀ ମିଳିଥିବାବେଳେ ଅମିତାଭ ଠାକୁରଙ୍କୁ ଏସଏପି ଆଇଜି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।

ଏସ୍. ସାଇନିଙ୍କୁ ବିଜୁ ପଟ୍ଟନାୟକ ଏକାଡେମୀର ଆଇଜି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ହିମାଂଶୁ ଲାଲଙ୍କୁ କୋରାପୁଟ ରେଞ୍ଜ ଡିଆଇଜି କରାଯାଇଛି। ଯତୀନ୍ଦ୍ର କୋୟଲଙ୍କୁ ବ୍ରହ୍ମପୁର ରେଞ୍ଜ ଦାୟିତ୍ୱ ମିଳିଛି । ଆଶିଷ ସିଂଙ୍କୁ ଇଣ୍ଟେଲିଜେଣ୍ଟ ଡ଼ିଆଇଜି ତଥା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ ଦାୟିତ୍ବ ଦିଆଯାଇଛି।

ଏହାସହ ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ରାଉରକେଲା ଏସପି ଭାବରେ ନୂଆ ଦାୟିତ୍ବ ମିଳିଛି । ସେହିଭଳି ରାଉରକେଲା ଏସପି ଉମାଶଙ୍କର ଦାଶଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି । ସାରା ଶର୍ମାଙ୍କୁ ଗଜପତି ଏସ୍‌ପି ଭାବେ ବଦଳି କରାଯାଇଥିବାବେଳେ ଏସ୍‌ପି ଅନୁପମା ଜେମ୍ସଙ୍କୁ ଢେଙ୍କାନାଳ ଏସ୍‌ପି କରାଯାଇଛି । ରାହୁଲ ପି.ଆର୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି ଦାୟିତ୍ବ ମିଳିଥିବାବେଳେ ବିବେକାନନ୍ଦ ଶର୍ମାଙ୍କୁ ପୁଲିସ୍ ମୁଖ୍ୟାଳୟରେ ଏଆଇଜି ଭାବେ ଅବସ୍ଥାପିତ କରାଯାଇଛି।

undefined

ପାନପୋଷ ଏସଡିପିଓ ପଦ୍ମିନୀ ସାହୁଙ୍କୁ ଡିସିପି ହେଡକ୍ବାର୍ଟର୍ସ ଦାୟିତ୍ବ ମିଳିଥିବାବେଳେ ବଡବିଲ ଏସଡିପିଓ ରାହୁଲ ଜୈନଙ୍କୁ ଦେବଗଡ଼ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବରୁ ଏସଡିପିଓ ମାଲକାନଗିରି ଦାୟିତ୍ବରେ ଥିବା ଶର୍ଭଣା ବିବେକଙ୍କୁ ରାୟଗଡ଼ା ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ କୁଶାଲକର ନୀତିନ ଡୁଗଡୁ ନବରଙ୍ଗପୁର ଏସ୍‌ପି ହୋଇଛନ୍ତି।

ପ୍ରତ୍ୟୁଷ ଦିବାକରଙ୍କୁ ଗର୍ଭଣ୍ଣରଙ୍କ ଏଡିସି ଦାୟିତ୍ବ ମିଳିଥିବାବେଳେ ମାଧବଚନ୍ଦ୍ର ସାହୁ ଏଆଇଜି ପର୍ସୋନେଲ ଦାୟିତ୍ୱ ପାଇଛନ୍ତି । ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଏସ୍‌ପି କରାଯାଇଥିବାବେଳେ ଦୀପ୍ତିରଞ୍ଜନ ରାୟ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ନୂଆ ଦାୟିତ୍ବ ପାଇଛନ୍ତି । ରାଧା ବିନୋଦ ପାଣିଗ୍ରାହୀଙ୍କୁ କଟକ ଏସପି ଭାବେ ଅବସ୍ଥାପିତ କରାଯାଇଛି । ସନ୍ତୋଷ କୁମାର ନାୟକଙ୍କୁ ଏସ୍‌ପି,ଏସଆଇଡବ୍ଲ୍ୟୁ ରୂପେ ନୂତନ ଦାୟିତ୍ବ ମିଳିଛି । ରାଧା ବିନୋଦ ପାଣିଗ୍ରାହୀଙ୍କୁ କଟକ ଏସପି ରୂପେ ନୂତନ ଦାୟିତ୍ବ ମିଳିଛି । ପ୍ରାଣଧନ ମହାପାତ୍ର ଓ ରବିନାରାୟଣ ବେହେରାଙ୍କୁ ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ହେଡକ୍ବାଟର୍ସ ଦାୟିତ୍ବ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ସାଢେ 7 କୋଟି ଟଙ୍କାର ରୋପ-ୱେ ପ୍ରକଳ୍ପର ଶିଳାନ୍ୟାସ

ସୁବର୍ଣ୍ଣପୁର: କୋଟ୍ ସମଲେଇର ପାତାଳୀ ଶ୍ରୀକ୍ଷେତ୍ରଠାରେ ରୋପ-ୱେ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଚତୁର୍ଦ୍ଦଶ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ ଅବସରରେ ସୋମବାର ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରାୟ ସାଢେ 7 କୋଟି ଟଙ୍କା ବ୍ୟୟରେ ରୋପ-ୱେ ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।

ଆୟୋଜିତ ଶିଳାନ୍ୟାସ ପର୍ବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଐତିହାସିକ ପୀଠରେ ଶ୍ରୀଜଗନ୍ନାଥ ଗୁମ୍ଫା, ମାଧବ ଗୁମ୍ଫା ଓ ଧ୍ବନିଗୁମ୍ଫା ସହିତ ଛୋଟ ବଡ 27ଟି ଗୁମ୍ଫା ରହିଛି । ଯାହାକୁ ପରିଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଶ୍ରଦ୍ଧାଳୁଙ୍କ ଆଗମନ ଏବଂ ଦର୍ଶନକୁ ଦୃଷ୍ଟିରେ ରଖି ଏହି ଯୁଗପୋଯୋଗୀ ରୋପ-ୱେର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି ।

ସୂଚନାଯୋଗ୍ୟ, ଏହି ରୋପ-ୱେର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ସଂକଳ୍ପ ବଦ୍ଧ ବୋଲି କହିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.