ETV Bharat / state

IPS Reshuffle; ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ

author img

By

Published : May 18, 2023, 8:10 PM IST

1990 ବ୍ୟାଚର ସୁଧାଂଶୁ ଷଡଙ୍ଗୀଙ୍କୁ ଅଗ୍ନିଶମ, ହୋମଗାର୍ଡ ଡିଜି ଭାବେ ନୂଆ ନିଯୁକ୍ତି ମିଳିଛି । ପୂର୍ବରୁ ସେ ରେଳବାଇ ଏବଂ ତଟ ସୁରକ୍ଷା ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ଅତିରିକ୍ତ ଡିଜିପି ହେଡକ୍ବାର୍ଟର ଭାବେ ବଦଳି ହୋଇଛନ୍ତି ରାଧାକୃଷ୍ଣ ଶର୍ମା । 1995 ବ୍ୟାଚର ଏହି ଅଫିସର ପୂର୍ବରୁ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ । ଅଧିକ ପଢନ୍ତୁ

ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ

ଭୁବନେଶ୍ବର: ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ସ୍ତରରେ ବଡଧରଣର ଅଦଳ ବଦଳ । 18 ଜଣ ଆଇପିଏସଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସେଣ୍ଟ୍ରାଲ ଡେପୁଟେସନରୁ ଫେରିଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିପରି ଅବକାରୀ ଓ ପରିବହନ କମିଶନରଙ୍କୁ ବଦଳାଇଛନ୍ତି ସରକାର । ଅମିତାଭ ଠାକୁରଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଭାବେ ଦାୟିତ୍ବ ମିଳିଛି । ସମ୍ବଲପୁର ହିଂସା ଘଟଣାକୁ ନେଇ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଥିବା ବିଜ୍ଞପ୍ତିରୁ ସୂଚନା ମିଳୁଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ବିଜ୍ଞପ୍ତି ଅନୁସାରେ, 1989 ବ୍ୟାଚ୍‌ର ଏ.ଏମ୍‌ ପ୍ରସାଦଙ୍କୁ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ସେଲ୍‌ (HRPC)ର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଦିଆଯାଇଛି । କିଛିଦିନ ପୂର୍ବରୁ ସେ ସେଣ୍ଟ୍ରାଲ୍‌ ଡେପୁଟେସନରୁ ଫେରିଛନ୍ତି । 1990 ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ, ହୋମଗାର୍ଡ ଡିଜି ଭାବେ ନୂଆ ନିଯୁକ୍ତି ମିଳିଛି । ପୂର୍ବରୁ ସେ ରେଳବାଇ ଏବଂ ତଟ ସୁରକ୍ଷା ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ଅତିରିକ୍ତ ଡିଜିପି ହେଡକ୍ବାର୍ଟର ଭାବେ ବଦଳି ହୋଇଛନ୍ତି ରାଧାକୃଷ୍ଣ ଶର୍ମା । 1995 ବ୍ୟାଚର ଏହି ଅଫିସର ପୂର୍ବରୁ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ । ସମ୍ବଲପୁର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳାକୁ ନେଇ ସରକାର ବଦନାମ ମୁଣ୍ଡେଇଛନ୍ତି । ଏହାର ଫଳ ସ୍ବରୂପ ବଦଳିଛନ୍ତି ଆଇନ ଶୃଙ୍ଖଳା ଡିଜି ।

ଏହାବି ପଢନ୍ତୁ- ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, ଡବଲ ଇଞ୍ଜିନ ପ୍ରସଙ୍ଗରେ ପୁଣି ପ୍ରହାର

ସେହିପରି ଅତ୍ୟାଧୁନିକରଣ ଡିଜି ଥିବା 1997 ବ୍ୟାଚର ସଞ୍ଜୟ କୁମାରଙ୍କୁ ବଦଳି କରାଯାଇଛି । ସେ ବର୍ତ୍ତମାନ ହୋଇଛନ୍ତି ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଏବଂ ଯୋଗାଯୋଗ । 1998 ବ୍ୟାଚର ଅମିତାଭ ଠାକୁର ହୋଇଛନ୍ତି ନୂଆ ପରିବହନ କମିଶନର । ପୂର୍ବରୁ ସେ ଅତିରିକ୍ତ ଡିଜି ଅପରେସନ ଭାବେ ଦାଇତ୍ୱ ତୁଲାଉଥିଲେ । ଅତିରିକ୍ତ ଡିଜିପି ହେଡକ୍ବାର୍ଟର ଥିବା 1998 ବ୍ୟାଚର ସୁରେଶ ଦେବଦତ୍ତ ସିଂଙ୍କୁ ନୂଆ ନିଯୁକ୍ତି ମିଳିଛି । ସେ ହୋଇଛନ୍ତି ପରବର୍ତ୍ତୀ ଅତିରିକ୍ତ ଡିଜି ଅପରେସନ । ସେଣ୍ଟ୍ରାଲ ଡେପୁଟେସନରୁ ଫେରିଥିବା ଦୟାଲ ଗଙ୍ଗୱାରଙ୍କୁ ରେଳବାଇ ଏବଂ ତଟସୁରକ୍ଷାର ଅତିରିକ୍ତ ଡିଜିପି ଭାବେ ନିଯୁକ୍ତି ମିଳିଛି । SFSLର ଅତିରିକ୍ତ ଡିଜି ଥିବା ରାଜେଶ କୁମାରଙ୍କର ବଦଳି ହୋଇଛି । 1998 ବ୍ୟାଚର ଏହି ଅଫିସରଙ୍କୁ ମିଳିଛି ଅତ୍ୟାଧୁନିକରଣର ଅତିରିକ୍ତ ଡିଜି ଦାୟିତ୍ବ ।

ସେହିଭଳି ବଦଳିଛନ୍ତି ଅବକାରୀ କମିଶନର ଥିବା ଆଶିଷ ସିଂ । ନୂଆ ଅବକାରୀ କମିଶନର ହୋଇଛନ୍ତି 2002 ବ୍ୟାଚର ଅଫିସର ନରସିଂହ ଭୋଳ । ସେ ପୂର୍ବରୁ ସେଣ୍ଟ୍ରାଲ ରେଞ୍ଜ(କଟକ) ଆଇଜି ଭାବେ କାର୍ଯ୍ୟ କରୁଥିଲେ । ଅବକାରୀ କମିଶନର ଥିବା ଆଶିଷ ସିଂଙ୍କୁ ନୂଆ ଦାୟିତ୍ବ ମିଳିଛି । 2004 ବ୍ୟାଚ୍‌ର ଏହି ଅଫିସର ହୋଇଛନ୍ତି ଆଇଜି ସେଣ୍ଟ୍ରାଲ ରେଞ୍ଜ୍‌ । ଏହାସହ ତାଙ୍କୁ SFSLର ଆଇଜି ଭାବେ ମଧ୍ୟ ନିଯୁକ୍ତି ମିଳିଛି । ସାଉଥ ରେଞ୍ଜ୍‌(କୋରାପୁଟ)ର ଡିଆଇଜି ଥିବା ରାଜେଶ ପଣ୍ଡିତଙ୍କୁ ବଦଳି କରାଯାଇଛି । 2007 ବ୍ୟାଚର ଏହି ଅଫିସର ଏବେ ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ଭାବେ କାର୍ଯ୍ୟ କରିବେ । ଡିଆଇଜି SAP ଥିବା 2009 ବ୍ୟାଚର ଅଖିଲେଶ୍ବର ସିଂଙ୍କୁ ଡିଆଇଜି SIW ଭାବେ ବଦଳି କରାଯାଇଛି । ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ଥିବା ଚରଣ ସିଂ ମିନାଙ୍କୁ ସାଉଥ ରେଞ୍ଜ୍‌(କୋରାପୁଟ)ର ଡିଆଇଜି ଭାବେ ବଦଳି କରାଯାଇଛି ।

ଅନ୍ୟପଟେ 2010 ବ୍ୟାଚ୍‌ର ମିତ୍ରଭାନୁ ମହାପାତ୍ର ହୋଇଛନ୍ତି ରାଉଲକେଲା ଏସପି । ପୂର୍ବରୁ ସେ କେନ୍ଦୁଝର ଏସପି ଭାବେ କାର୍ଯ୍ୟ କରୁଥିଲେ । ବତୁଲା ଗଙ୍ଗାଧରଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଛି । ସେ ସମ୍ବଲପୁର ଏସପି ଭାବେ କାର୍ଯ୍ୟ କରୁଥିଲେ । ସମ୍ବଲପୁର ହିଂସା ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ 2011 ବ୍ୟାଚର ଏହି ଅଫିସର । ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ଘଟଣାକୁ ନେଇ ସରକାର ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଆଜି ତାଙ୍କୁ ବଦଳି କରାଯାଇଛି । 2015 ବ୍ୟାଚର କୁସଲକର ନୀତିନ ଡାଗଡୁ ହୋଇଛନ୍ତି କେନ୍ଦୁଝରର ନୂଆ ଏସପି । 2016 ବ୍ୟାଚର ଅଫିସର ଖିଲାରୀ ଋଷିକେଶଙ୍କୁ ବଲାଙ୍ଗୀର ଏସପି ଭାବେ ବଦଳି କରାଯାଇଛି । ପୂର୍ବରୁ ସେ ମୟୁରଭଞ୍ଜ ଏସପି ଭାବେ କାର୍ଯ୍ୟ କରୁଥିଲେ । ତେବେ ପରିବହନ କମିଶନର ଥିବା ଅରୁଣ ବୋଥ୍ରାଙ୍କୁ ଦାୟିତ୍ବରୁ ଅପସାରଣ କରିନିଆଯାଇଥିଲେ ବି ତାଙ୍କୁ ନୂଆ ନିଯୁକ୍ତି ମିଳିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.