ETV Bharat / state

ଜାଗର ଯାତ୍ରା ପାଇଁ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର - ଲିଙ୍ଗରାଜ ମନ୍ଦିରରେ ଜୋରଦାର ପ୍ରସ୍ତୁତି

ରାତି ପାହିଲେ ମହାଶିବରାତ୍ରୀ । ରଙ୍ଗୀନ ଆଲୋକରେ ମାଳାରେ ଝଲସୁଛି ଲିଙ୍ଗରାଜ ମନ୍ଦିର। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 17, 2023, 10:56 PM IST

Updated : Feb 17, 2023, 11:04 PM IST

ରଙ୍ଗୀନ ଆଲୋକରେ ମାଳାରେ ଝଲସୁଛି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ରାତି ପାହିଲେ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଆଉ ଏଥିପାଇଁ ସଜେଇ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ରଙ୍ଗୀନ ଆଲୋକରେ ଆଲୋକରେ ଝଲସୁଛି । ଅନ୍ୟପଟେ ରଙ୍ଗୋଲିରେ ମହାଦେବ। ସେହିଭଳି ଅର୍ଦ୍ଧ ନାରିଶ୍ୱର, ଓ ଅନ୍ୟ ତିନୋଟି ଛବି ଆଙ୍କିଛନ୍ତି ଷ୍ଟୁଡେଣ୍ଟ୍ ମାନେ । ଏମାନେ ସବୁ ବିଜ୍ଞାନ, ବାଣିଜ୍ୟ ଓ କଳାର ଛାତ୍ରଛାତ୍ରୀ ।

ତେବେ ମନ୍ଦିର ବାହାରେ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ପ୍ରବେଶ କରିବାକୁ ହେଲେ ଗଙ୍ଗା ଯମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟରେ ରଖି ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଥିବା କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି । ଜାଗର ଯାତ୍ରା ପାଇଁ ଟ୍ରାଫିକ କଟକଣା କରାଯାଇଛି। ମନ୍ଦିର ବାହାରେ ଏସଓଜି ମୁତୟନ ହେବେ । ଏହସହ ସାଦା ପୋଷାକରେ ମଧ୍ଯ ପୋଲିସ ରହିବେ । ଅଗ୍ନିଶମ ବିଭାଗର ଏକ ଟିମ ରହିବ । ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୋଲିସ। ଚୋରଙ୍କ ଉପରେ କଡାନଜର ରଖିବା ପାଇଁ କ୍ଯାମେରା ସରଭେଲେନ୍ସ ରହିବ ।

ତେବେ କମିସନରେଟ ପୋଲିସ ପକ୍ଷରୁ ୫ଜଣ ଆଡସିନାଲ ପୋଲିସ, ୧୧ଜଣ ଏସ୍ପି , ୧୯ଜଣ ଆଇଆଇସି, ୮୦ ଜଣ ଏଏସଆଇ, ୧୧୦ ଜଣ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ବାହାରେ ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ର ଅନ୍ୟ ୧୦ ଟି ମନ୍ଦିରରେ ମଧ୍ୟ କମିସନରେଟ ପୋଲିସ ମୁତୟନ ହୋଇଛନ୍ତି। କମିସନରେଟ ପୋଲିସ ଏବଂ ଲିଙ୍ଗରାଜ ମନ୍ଦିର ପ୍ରଶାସନର ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କୁ ଗୁରୁତ୍ଵ ଦିଆଯାଉଛି।

ଅନ୍ୟପଟେ ଦେବ ଦେବ ମହାଦେବ ମହାପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଉତ୍ସବ ପାଳନ ଉପଲକ୍ଷେ ନୀତି ନିର୍ଘଣ୍ଟ କରାଯାଇଛି। ତେବେ ମଙ୍ଗଳ ଆଳତି ଓ ଅବକାଶ ନୀତି ଭୋର 3 ଟା ସମୟରୁ 3 ଟା 30 ସମୟ ମଧ୍ୟରେ ଅନୁଷ୍ଠିତ ହେବ। ସାହଣମେଲା ଦର୍ଶନ ସହିତ ରୋଷ ହୋମ ନୀତି ଭୋର 3 ଟା 30 ସମୟରୁ ଦିନ 11 ଟା ପର୍ଯ୍ୟନ୍ତ ଚାଲିବ । ଛାମୁ ପରିଷ୍କାର ଦିନ 11 ଟା ରୁ 12 ଟା ପର୍ଯ୍ୟନ୍ତ। ମହାସ୍ନାନ ଓ ବେଶ 12 ଟା ସମୟରୁ 12 ଟା 45 ସମୟ ମଧ୍ୟରେ ଅନୁଷ୍ଠିତ ହେବ। ସୂର୍ଯ୍ୟପୂଜା ,ଦ୍ଵାରାପାଳ, ସକାଳ ଧୂପ ଆଦି ନୀତିକାନ୍ତୀ ଅପରାହ୍ନ 12 ଟା 45 ରୁ 2 ଟା 30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ରାତି 10 ଟା ସମୟରେ ମହାଦୀପ ଦର୍ଶନ ନୀତି ଅନୁଷ୍ଠିତ ହେବ। ରବିବାର ଭୋର 3 ଟା 30 ରୁ 4 ଟା 30 ସମୟ ମଧ୍ୟରେ ହରିହର ଭେଟ ନୀତି ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 17, 2023, 11:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.