ETV Bharat / state

ଲିଙ୍ଗରାଜ ମନ୍ଦିରର ଅଲୌକିକ ସ୍ଥାନ, ହସି ହସି ଦର୍ଶନ ଦିଅନ୍ତି ହସମୁଖ ସୁର୍ଯ୍ୟନାରୟଣ - ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ରହିଛନ୍ତି ହସମୁଖ ସୂର୍ଯ୍ୟ ନାରାୟଣ । ଭକ୍ତଙ୍କୁ ହସି ହସି ଦର୍ଶନ ଦିଅନ୍ତି ହସମୁଖ ସୂର୍ଯ୍ୟ ନାରାୟଣ । ଅଧିକ ପଢ଼ନ୍ତୁ

ଲିଙ୍ଗରାଜ ମନ୍ଦିରର ଅଲୌକିକ ସ୍ଥାନ
ଲିଙ୍ଗରାଜ ମନ୍ଦିରର ଅଲୌକିକ ସ୍ଥାନ
author img

By

Published : Feb 18, 2023, 10:24 PM IST

ଲିଙ୍ଗରାଜ ମନ୍ଦିରର ଅଲୌକିକ ସ୍ଥାନ

ଭୁବନେଶ୍ବର: ମହାଶିବରାତ୍ରିରେ ଜାଣନ୍ତୁ ଲିଙ୍ଗରାଜ ମନ୍ଦିରର ଏକ ଅଜଣା ଓ ଅଲୌକିକ କଥା । ଏମିତି ଏକ ସ୍ଥାନ ଯେଉଁଠି ବରୁଣ ବୃକ୍ଷ ମୂଳରେ ଦର୍ଶନ ଦିଅନ୍ତି ହସମୁଖ ସୁର୍ଯ୍ୟ ନାରୟଣ । ଯାହାଙ୍କୁ ଦର୍ଶନ କରିବା ସମୟରେ ଭକ୍ତଙ୍କୁ ହସି ହସି କରିବାକୁ ପଡ଼ିବ ଦର୍ଶନ । ଆଉ ଯେପରି ଆପଣ ହସିବେ ସେପରି ହସି ହସି ଦର୍ଶନ ଦେବେ ହସମୁଖ ସୂର୍ଯ୍ୟ ନାରୟଣ । ଜାଣନ୍ତୁ ଏପରି କିଛି ମହାତ୍ମ୍ୟ ଓ ଅଲୌକିକ କଥା, ଯାହା ବହୁତ କମ୍ ଲୋକଙ୍କୁ ଜଣା ।

ଏନେଇ ସେଠାରେ ଦାୟିତ୍ବରେ ଥିବା ମନ୍ଦିରର ପୂଜକ କୁହନ୍ତି, "କେଉଁ ଅନାଦି କାଳରୁ ରହିଛି ଏପରି ଅଲୌକିକ ରହସ୍ୟ । ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ବାର ଆଡ଼କୁ ତଥା ଭୁବନେଶ୍ୱରୀ ମନ୍ଦିର ସାମ୍ନାରେ ଏକ ଚାନ୍ଦିନୀ ଉପରେ ଏକ ବୃକ୍ଷ ରହିଛି । ଯାହାକୁ ବରୁଣ ବୃକ୍ଷ କୁହାଯାଏ । ଯାହାର ମୂଳରେ ରହିଛନ୍ତି ହସମୁଖ ସୂର୍ଯ୍ୟ ନାରୟଣ । ଯେଉଁଠିକୁ ଭକ୍ତମାନେ ଆସିଲେ ସେଠାରେ ପ୍ରଥମେ ସେହି ବରୁଣ ବୃକ୍ଷ ମୂଳରେ ୭ ଥର ପରିକ୍ରମା କରି ପରେ ସୁର୍ଯ୍ୟ ନାରୟଣଙ୍କର ଦର୍ଶନ କରନ୍ତି । ଦର୍ଶନ ସମୟରେ ସୂର୍ଯ୍ୟ ନାରୟଣଙ୍କ ମୂର୍ତ୍ତି ସାମ୍ନାରେ ଆଣ୍ଠୁମାଡ଼ି ହସି ହସି ଠାକୁରଙ୍କୁ ଚାହିଁ ଦର୍ଶନ କରନ୍ତି ଭକ୍ତ । ଆଉ ହସି ହସି ଦର୍ଶନ ଦିଅନ୍ତି ହସମୁଖ ସୂର୍ଯ୍ୟ ନାରୟଣ ।"

ଲିଙ୍ଗରାଜ ମନ୍ଦିରରେ ଏହି ହସମୁଖ ସୂର୍ଯ୍ୟନାରାୟଣଙ୍କୁ ଦର୍ଶନ କଲେ ଆପଣଙ୍କୁ ସୂର୍ଯ୍ୟଙ୍କର ମୂର୍ତ୍ତି ନୁହେଁ ବରଂ ଜୀବନ୍ତ ଠାକୁରଙ୍କ ଦର୍ଶନ ଭଳି ଅନୁଭବ ହେବ । ଏହା ସହିତ ପୂଜକ ଓ ବୟଜ୍ୟୋଷ୍ଠଙ୍କ କହିବା ଅନୁସାରେ ମାଳିକାରେ ଉଲ୍ଲେଖ ରହିଛି, "କଳିଯୁଗ ଶେଷ ସମୟରେ ପାଖରେ ପୁଜା ପାଉଥିବା ନନ୍ଦି, ଏହିଠାରେ ବୃକ୍ଷକୁ ଖାଇ ବିନ୍ଦୁସାଗର ପୁଷ୍କରିଣୀରେ ଜଳପାନ କରି ଖଣ୍ଡଗିରି ଯିବ । ସେହି ସମୟରେ ଯୁଗ ଶେଷ ହେବ ।" ତେବେ ଆଜି ମହାଶିବରାତ୍ରିରେ ଲିଙ୍ଗରାଜ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ପ୍ରବଳ ସମାଗମ ହୋଇଛି । ଏହି ଅବସରରେ ମନ୍ଦିର ପରିସରରେ ଥିବା ଏହି ହସମୁଖ ସୂର୍ଯ୍ୟ ନାରାୟଣଙ୍କ ବିଷୟରେ ପୂଜକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତାପସ ପରିଡ଼ା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.