ETV Bharat / state

ଓଡିଶାବାସୀଙ୍କୁ ଭୂଆଁ ବଲାଉଛନ୍ତି ରାଜ୍ୟ ସରକାର କହିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ, ଭୁପେଶ ବଘେଲ କହିଲେ ଆହୁରି ବ୍ୟାରେଜ କରିବୁ

author img

By

Published : Apr 19, 2023, 8:28 PM IST

କେବେ ହେବ ମହାନଦୀ ଜଳ ବିବାଦର ସମାଧାନ ? ଛତିଶଗଡ଼ ଉପରମୁଣ୍ଡରେ ବ୍ୟାରେଜ କରି ପାଣି ଅଟକାଇବା ପରେ ଓଡିଶାରେ ଅଣ ମୌସୁମୀରେ ଶୁଖିଲା ପଡିଲାଣି ମହାନଦୀ । ସେପଟେ ଆହୁରି ବ୍ୟାରେଜ କରିବାକୁ ଚାହୁଁଥିବା କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଓଡ଼ିଶା ସରକାରଙ୍କୁ ଦାୟୀ କଲେ ବିରୋଧି । ଅଧିକ ପଢ଼ନ୍ତୁ

ଟ୍ରିବ୍ୟୁନାଲରେ ହେବ କି ସମାଧାନ ?
ଟ୍ରିବ୍ୟୁନାଲରେ ହେବ କି ସମାଧାନ ?
ଟ୍ରିବ୍ୟୁନାଲରେ ହେବ କି ସମାଧାନ ?

ଭୁବନେଶ୍ବର: ମହାନଦୀ ଜଳ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଗୋଟିଏ ପଟେ ଛତିଶଗଡ଼ ଉପରମୁଣ୍ଡରେ ବ୍ୟାରେଜ କରି ପାଣି ଅଟକାଇବା ପରେ ଓଡିଶାରେ ଅଣ ମୌସୁମୀରେ ଶୁଖିଲା ପଡିଲାଣି ମହାନଦୀ । ଏପଟେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ରାୟକୁ ଅପେକ୍ଷା କରିବସିଛନ୍ତି । ନା ତଳ ମୁଣ୍ଡରେ ବ୍ୟାରେଜ ହେଉଛି, ଆଉ ନା ପାଣି ଅଟକାଇବା ପାଇଁ କିଛି ବ୍ୟବସ୍ଥା ହେଉଛି । ମହାନଦୀ ପାଣିକୁ ନେଇ ଓଡିଶା ସରକାର ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମତଭେଦ ରହୁଛି । ତେଣୁ କୌଣସି ନିଷ୍କର୍ସରେ ପହଞ୍ଚି ପାରୁନାହାନ୍ତି ଉଭୟ ସରକାର । ତେବେ ଏହାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପୂର୍ବରୁ ୫ ବର୍ଷ ସମୟ ନେଇଥିବା ବେଳେ ଏବେ ଆହୁରି ୨ ବର୍ଷ ସମୟ ନେଇଛନ୍ତି । ସେମାନଙ୍କର ଅହେତୁକ ବିଳମ୍ବ ଓଡ଼ିଶାକୁ ଅନେକ କ୍ଷତି ପହଞ୍ଚାଉଛି । ତେବେ ଏସବୁ ପାଇଁ ବିରୋଧି ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିବା ବେଳେ ତୁରନ୍ତ ଉଭୟ ରାଜ୍ୟକୁ ସୁହାଇବା ଭଳି ସମାଧାନ କରାଯାଉ ବୋଲି ଦାବି କରିଛନ୍ତି ରାଜନୀତି ସମୀକ୍ଷକ ।

'ହୀରାକୁଦକୁ ଅକାମୀ କରି ଛତିଶଗଡ଼ କାର୍ଯ୍ୟ କରିବା ଭୁଲ': ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ମହାନଦୀର ପାଣି ଉପରେ ଛତିଶଗଡ଼ର ଯେତିକି ଅଧିକାର, ଓଡିଶାର ମଧ୍ୟ ସେତିକି ଅଧିକାର ରହିଛି । ଯେତେବେଳେ ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନଥିଲା, ସେତେବେଳେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା । ଛତିଶଗଡ଼ ସରକାର ଏପରି କିଛି ନକରିବା ଦରକାର, ଯାହା ଦ୍ବାରା ହୀରାକୁଦ ବନ୍ଧ କ୍ଷତିଗ୍ରସ୍ତ ହେବ । ବିଶେଷ କରି ଅଣମୌସୁମୀ ସମୟରେ କେତେ ପାଣି ଛାଡିବା ଦରକାର ସେନେଇ ଛତିଶଗଡ଼ ସରକାର ନିଷ୍ପତ୍ତି ନିଅନ୍ତୁ । ତଳପଟେ ବ୍ୟାରେଜ ନିର୍ମାଣ ନକରିବା ରାଜ୍ୟ ସରକାରଙ୍କ ବିଫଳତା ହୋଇପାରେ, କିନ୍ତୁ ଅଣମୌସୁମୀ ସମୟରେ ଛାଡିବାକୁ ଥିବା ପାଣିର ପରିମାଣ ଛତିଶଗଡ଼ ନିର୍ଦ୍ଧାରଣ କରିବା ଦରକାର ।" ତେବେ ଟ୍ରିବ୍ୟୁନାଲ ସେହି ଫର୍ମୁଲା ବାହାର କରିବା ଦରକାର, ଯାହାଦ୍ବାରା ଉଭୟ ରାଜ୍ୟର ସ୍ବାର୍ଥ ସାଧନ ହୋଇପାରିବ ବୋଲି ସେ କହିଛନ୍ତି ।

'ଓଡିଶାବାସୀଙ୍କ ଜୀବନରେଖା ଲୋପ ପାଇଯିବ': ସେପଟେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "ଯେତେ ଯାହା ହେଲେ ବି ଓଡିଶାବାସୀଙ୍କୁ କିଛି ଲାଭ ମିଳିବ ବୋଲି ମୋର ଆଶା ନାହିଁ । ଓଡିଶାବାସୀଙ୍କ ଜୀବନରେଖା ମହାନଦୀ ଲୋପ ପାଇଯିବ ବୋଲି ଆଶଙ୍କା ହେଉଛି । ୨୦୦୯ ମସିହାରେ ମୁଁ ଏହି ପ୍ରସଙ୍ଗ ଉଠାଇଥିଲି । ହେଲେ ଏହା ପୂର୍ବରୁ ୨୦୦୪ରୁ ଛତିଶଗଡ଼ ଉପର ମୁଣ୍ଡରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ସେତେବେଳେ ବିଜେଡିର ଅର୍ଜୁନ ସେଠୀ କେନ୍ଦ୍ରରେ ଜଳ ସମ୍ପଦ ମନ୍ତ୍ରୀ ଥିଲେ । ସେତେବେଳେ ମୁଁ ଅନେକ ଥର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ହେଲେ କିହି ଶୁଣିଲେ ନାହିଁ । ଏବେ ନେଡ଼ି ଗୁଡ଼ କହୁଣୀକୁ ବହି ଗଲାଣି । ତଳେ ଆନିକଟ ନିର୍ମାଣ କରି ପାଣିକୁ ଅଟକାଇବା କାମ ଚାହିଁଥିଲେ ଓଡିଶା ସରକାର କରିପାରିଥାନ୍ତେ । ସେତିକି କରିଥିଲେ ମଧ୍ୟ ଓଡିଶାବାସୀ ଏହାର ଲାଭ ଏବେ ପାଇ ପାରିଥାନ୍ତେ । କିନ୍ତୁ ସେମିତି କିଛି ହେଲାନି । ଏବେ ଯଦି ରାଜ୍ୟ ସରକାରଙ୍କ ଦୟା ହେବ, ତେବେ ମହାନଦୀକୁ ବଞ୍ଚାଇବା ପ୍ରକ୍ରିୟା ଆରମ୍ଭ କରିବେ । ବିଶେଷ କରି ମୌସୁମୀ ସମୟରେ ବହି ଯାଉଥିବା ପାଣିକୁ ଇନଷ୍ଟ୍ରିମ ବ୍ୟାରେଜ ନିର୍ମାଣ କରି ରୋକି ପାରିଲେ, ତାକୁ ଅଂଶୁପାରେ ପକାଇ ହେବ କିମ୍ବା କଟକ ଭୁବନେଶ୍ବର ଭଳି ସହରରେ ବା କେନାଲ ମାଧ୍ୟମରେ ମଧ୍ୟ ବ୍ୟବହାର କରିହେବ ।" କାରଣ ଅଣମୌସୁମୀ ସମୟରେ ଯଦି ଓ ଛତିଶଗଡ଼ ରାଜି ହୋଇଯାଏ ପାଣି ଛାଡିବା ପାଇଁ ଓ ପରବର୍ତ୍ତୀ ସମୟରେ ଯଦି ବନ୍ଦ କରିଦିଏ ଓଡିଶାର ସମସ୍ୟା ବଢ଼ିଯିବ ବୋଲି ସେ କହିଛନ୍ତି ।

'ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାର ନାଟକ କରୁଛନ୍ତି': ଅନ୍ୟପଟେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି, "ରାଜ୍ୟ ସରକାର ଭୁଆଁ ବୁଲାଉଛନ୍ତି । ବ୍ୟାରେଜ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କିମ୍ବା ଅନୁମତି ଆବଶ୍ୟକ ନଥାଏ । ଉପର ମୁଣ୍ଡରେ ଛତିଶଗଡ଼ ପରି ତଳ ମୁଣ୍ଡରେ ରାଜ୍ୟ ସରକାର ଛୋଟ ଛୋଟ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର ନାଟକ କରୁଛନ୍ତି । ମୁଁ ମନ୍ତ୍ରୀ ହେବାକୁ ଦେଢ଼ ବର୍ଷ ହେଲାଣି, କିନ୍ତୁ ମୋ ସହିତ ରାଜ୍ୟ ସରକାର ଆଲୋଚନା କରିନାହାନ୍ତି ।" ତେବେ ନିର୍ବାଚନ ଆସୁଥିବାରୁ ଏବେ ରାଜ୍ୟ ସରକାର ନାଟକ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ।

'ଟ୍ରିବ୍ୟୁନାଲର ଅହେତୁକ ବିଳମ୍ବରୁ ଓଡିଶାବାସୀ ନ୍ୟାୟ ପାଇବାରୁ ବଞ୍ଚିତ': ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହି ମାମଲା ଟ୍ରିବ୍ୟୁନାଲକୁ ଯିବାର ନଥିଲା । ଛତିଶଗଡ଼ରେ କେବଳ ୭ଟି ବ୍ୟାରେଜ ତିଆରି ହୋଇଛି । କୌଣସି ବନ୍ଧ ନିର୍ମାଣ ହୋଇନାହିଁ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଟ୍ରିବ୍ୟୁନାଲରେ ମାମଲା ଥିବାରୁ ଛତିଶଗଡ଼ ଅଧିକ ବ୍ୟାରେଜ ନିର୍ମାଣ କରିପାରୁନାହିଁ ।" ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିବା ଦରକାର ବୋଲି କହିଛନ୍ତି ଭୁପେଶ ବଘେଲ ।

ସେପଟେ ବିଜୟ ମହାପାତ୍ର ଏହାର ଜବାବ ରଖିଛନ୍ତି । ସେ କହିଛନ୍ତି, "ଟ୍ରିବ୍ୟୁନାଲ ପୂର୍ବରୁ ୫ ବର୍ଷ ସମୟ ନେଇଥିବା ବେଳେ ଏବେ ଆହୁରି ୨ ବର୍ଷ ସମୟ ନେଇଛନ୍ତି । ତେଣୁ ଏଥର ମଧ୍ୟ ଓଡ଼ିଶା ପାଇଁ ସେଭଳି ସକାରାତ୍ମକ ସମାଧାନ ହୋଇ ପାରିବ ବୋଲି ଆଶା ନାହିଁ । ଟ୍ରିବ୍ୟୁନାଲ ବିଳମ୍ବିତ ରାୟ ଦେଉଥିବାରୁ ଆମେ ଓଡିଶାବାସୀ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛୁ ।" ପ୍ରକାଶ ଥାଉ କି, ଏବେ ମହାନଦୀ ଟ୍ରିବ୍ୟୁନାଲ ଗ୍ରାଉଣ୍ଡ ରିୟଲିଟି ଚେକ କରିବା ପାଇଁ ଛତିଶଗଡ଼ରେ ପହଞ୍ଚିଛନ୍ତି । ପରବର୍ତ୍ତୀ ସମୟରେ ଓଡିଶା ମଧ୍ୟ ଆସିବେ । ତାଙ୍କ ସହିତ ଓଡିଶାର ଅଧିକାରୀ ମଧ୍ୟ ଅଛନ୍ତି ।

ଇଟିଭି ଭରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.