ETV Bharat / state

Mahanadi Water Dispute: ଟ୍ରିବ୍ୟୁନାଲ ଦ୍ବାରା ହେବନି ସମାଧାନ, ଦ୍ବିପାକ୍ଷିକ ଆଲୋଚନା ଦରକାର !

author img

By

Published : Apr 20, 2023, 10:40 PM IST

ମହାନଦୀ ଜଳ ବିବାଦ ନେଇ ସରଗରମ ରାଜନୀତି । ଢେର କିଛି ଦିନ ଧରି ନିଷ୍କ୍ରିୟ ଥିବା ମହାନଦୀ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବା ପରେ ସକ୍ରିୟ ହୋଇଛି । ନଦୀକୁ ନେଇ ଗଠିତ ଟ୍ରିବ୍ୟୁନାଲ କୌଣସି ସମାଧାନର ବାଟ ବାହାର କରିପାରିନାହିଁ । କାବେରୀ ଟ୍ରିବ୍ୟୁନାଲ 25 ବର୍ଷ ଧରି ଚାଲିଲା । ଶେଷରେ ଏହା ସୁପ୍ରିମକୋର୍ଟରେ ଛନ୍ଦି ହୋଇଗଲା । ଅଧିକ ପଢନ୍ତୁ

ଟ୍ରିବ୍ୟୁନାଲ ଦ୍ବାରା ହେବ ନି ସମାଧାନ, ଦ୍ବିପାକ୍ଷିକ ଆଲୋଚନା ଦରକାର !

ଭୁବନେଶ୍ବର: ଛତିଶଗଡ ଓ ଓଡିଶା ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦରେ ସମାଧାନ ବାହାର କରିପାରିବ କି ଟ୍ରିବ୍ୟୁନାଲ ? ମହାନଦୀକୁ ନେଇ ଉଭୟ ରାଜ୍ୟରେ ରାଜନୀତି ଯୋରଦାର ହୋଇଛି । ଟ୍ରିବ୍ୟୁନାଲ ଏବେ କ୍ଷେତ୍ର ପରିଦର୍ଶନରେ ଅଛନ୍ତି । ଏତିକି ବେଳେ ଟ୍ରିବ୍ୟୁନାଲଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ।

ସୁଦର୍ଶନ କହିଛନ୍ତି, "ଟ୍ରିବ୍ୟୁନାଲ ସମାଧାନର ବାଟ ବାହାର କରିପାରିବନି । କାରଣ ଯଦି ଇତିହାସକୁ ଦେଖାଯାଏ, ତେବେ ନଦୀକୁ ନେଇ ଗଠିତ ଟ୍ରିବ୍ୟୁନାଲ କୌଣସି ସମାଧାନର ବାଟ ବାହାର କରିପାରିନାହିଁ । କାବେରୀ ଟ୍ରିବ୍ୟୁନାଲ 25 ବର୍ଷ ଧରି ଚାଲିଲା । ଶେଷରେ ଏହା ସୁପ୍ରିମକୋର୍ଟରେ ଛନ୍ଦି ହୋଇଗଲା । ଓଡିଶା କ୍ଷେତ୍ରରେ 5ବର୍ଷ ଥିଲା ଟ୍ରିବ୍ୟୁନାଲର ସମାୟ ସୀମା ଥିଲା । ଏହା ପରେ 19 ମାସ କାର୍ଯ୍ୟକାଳ ବୃଦ୍ଧି କରାଗଲା । କିନ୍ତୁ ରିପୋର୍ଟ ଦେଇପାରିଲାନି ଟ୍ରିବ୍ୟୁନାଲ । କାହିଁକି ଏତେ ବିଳମ୍ବ ?" ଏହି ସମସ୍ୟାର ସମାଧାନ କେବଳ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମ୍ଭବ ହେବ ବୋଲି ସୁଦର୍ଶନ କହିଛନ୍ତି ।

ଏହାବି ପଢନ୍ତୁ- BJD Star Campaigners: ବିଜେଡିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ମହାନଦୀ ଟ୍ରିବ୍ୟୁନାଲରୁ ଓଡ଼ିଶାକୁ ନ୍ୟାୟ ମିଳିବ ନାହିଁ କି ସୁଫଳ ମିଳିବ ନାହିଁ । ଆଜି ଯଦି ମହାନଦୀରେ କିମ୍ବା ଶାଖା ନଦୀରେ ଟୋପାଏ ପାଣି ନାହିଁ ସେଥିପାଇଁ ନବୀନ ବାବୁ ଦାୟୀ । ଯେତେବେଳେ ଛତିଶଗଡ଼ ଉପର ମୁଣ୍ଡରେ ବନ୍ଧ ପକାଇଲା ସେତେବେଳେ ନବୀନ ବାବୁ ଜଳ ସମ୍ପଦ ମନ୍ତ୍ରୀ ଥିଲେ । ଚୁପ୍‌ ରହିଲେ। ସମ୍ପୁର୍ଣ୍ଣ ବିଭାଗ ଚୁପ ରହିଲା । ସେମାନେ ମନ ଇଛା କାର୍ଯ୍ୟ କଲେ।" ତଳ ମୁଣ୍ଡରେ ବନ୍ଧ ନିର୍ମାଣ କଲେ କିଛି ମାତ୍ରାରେ ଚାଷୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ସୁର ରାଉତରାୟ । ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଓଡିଶା ସରକାର ମହାନଦୀ ଜଳ ପରିଚାଳନା ପ୍ରସଙ୍ଗରେ ସମ୍ପୂର୍ଣ୍ଣ ବିଫଳ । ଟ୍ରିବ୍ୟୁନାଲ ଆଳରେ ଓଡ଼ିଶା ସରକାର ମହାନଦୀ ପ୍ରସଙ୍ଗକୁ ଏଡାଇ ଯାଉଛନ୍ତି ।

ମହାନଦୀ କ୍ଷେତ୍ର ପରିଦର୍ଶନ ବେଳେ ଛତିଶଗଡ ନିର୍ମାଣ କରିଥିବା ପ୍ରକଳ୍ପର ଅନୁଧ୍ୟାନ କରି ରିପୋର୍ଟ ଦେବ ଟ୍ରିବ୍ୟୁନାଲ । ଛୋଟ ଡ୍ୟାମ୍‌ ପାଇଁ କେନ୍ଦ୍ରୀୟ ଜଳ ଆୟୋଗର ଅନୁମତି ଦରକାର ନାହିଁ । କିନ୍ତୁ ମଧ୍ୟମ ଓ ବଡ ପ୍ରକଳ୍ପ ପାଇଁ ସିଡବ୍ଲୁସିର ଅନୁମତି ନିହାତି ଆବଶ୍ୟକ । ନିୟମ ଅନୁସାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଆନିକଟ ତିଆରି କରାଯାଇପାରିବ । ଏଥିପାଇଁ ଛତିଶଗଡ ଖର୍ଚ୍ଚ କରିବ ୫୭୧ କୋଟି ୭୨ ଲକ୍ଷ ଟଙ୍କା ମହାନଦୀର ପୁରରୁଦ୍ଧାର ଓ ଜଳ ସଂରକ୍ଷଣ ପାଇଁ ଯୋଜନା କରିଛି ଛତିଶଗଡ଼ । ଛତିଶଗଡ଼ ପାଣି ଅଟକାଇଥିବାରୁ ପ୍ରଭାବ ଓଡିଶା ଉପରେ ପଡୁଛି । ଅଣ ମୌସୁମୀ ସମୟରେ ଓଡିଶାକୁ ୩୦ ପ୍ରତିଶତ କମ ପାଣି ମିଳୁଥିବା ଅଭିଯୋଗ ହେଉଛି । ଓଡିଶା ଭାଗର ପାଣି ଛତିଶଗଡ଼ର ୪୮ଟି କଳକାରଖାନାକୁ ଦିଆଯାଇଛି । ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡ଼ର ୫୧୬ଟି ଆନିକଟ କାମ କରୁଛି ।

ଅନ୍ୟପଟେ ଗତ ୧୮ ତାରିଖରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପରିଦର୍ଶନ ଆସନ୍ତା ୨୨ ତାରିଖ ଯାଏଁ ଚାଲିବ । ଦ୍ଵିତୀୟ ପର୍ଯ୍ୟାୟ ପରିଦର୍ଶନ ଏପ୍ରିଲ ୨୯ ରୁ ମେ ୩ ଯାଏଁ ଚାଲିପାରେ । ଦୁଇଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ୨୦ଟି ସ୍ଥାନ ପରିଦର୍ଶନ କରିବେ । ଟିମରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କ ସହ ଦୁଇ ସଦସ୍ୟ, ରେଜିଷ୍ଟ୍ରାର, ପକ୍ଷଭୁକ୍ତ ଓଡିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାରଖଣ୍ଡ ଓ ମଧ୍ୟପ୍ରଦେଶ ପ୍ରତିନିଧି ସାମିଲ ହୋଇଛନ୍ତି । ଓଡିଶା ଟିମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ୪ ଆଇନଜୀବୀଙ୍କ ସମେତ ୨୦ ସଦସ୍ୟ ରହିବେ । ପରବର୍ତ୍ତୀ ସମୟରେ ଓଡ଼ିଶା ଗସ୍ତରେ ଆସିବେ ଟ୍ରିବ୍ୟୁନାଲ ।

ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ । ଏପ୍ରିଲ ୨୯ରୁ ମେ' ୩ ତାରିଖ ଯାଏଁ ହେବାକୁ ଥିବା କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ମଧ୍ୟ ଅବବାହିକା ଅଞ୍ଚଳରୁ ତଳିଆ ଅଞ୍ଚଳ ଯାଏଁ ଗସ୍ତ କରି ନିରୀକ୍ଷଣ କରିବେ । ପୂର୍ବରୁ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଦ୍ୱାରା ନିଯୁକ୍ତ ଆସେସରଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବୈଷୟିକ ଟିମ ମହାନଦୀ ଅବବାହିକାର ୧୩ଟି ଉପ ଅବବାହିକା ଅଞ୍ଚଳର ସୀମା ନିର୍ଦ୍ଧାରଣ କରିଛନ୍ତି । ମହାନଦୀର ଉତ୍ପତ୍ତି ସ୍ତଳରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ସମୁଦାୟ ୧,୩୨,୪୧୪ ବର୍ଗ କିମି ସୀମା ନିର୍ଦ୍ଧାରଣ କରାଯାଇଛି । ଅଣମୌସୁମୀ ସମୟରେ ଓଡ଼ିଶା ୨ ମିଲିୟନ ଏକର ଫୁଟ୍‌ ପାଣି ଯୋଗାଇଦେବାକୁ ଦାବି କରୁଛନ୍ତି । ମାତ୍ର ଛତିଶଗଡ଼ ଉପରୋକ୍ତ ପରିମାଣର ପାଣି ଛାଡ଼ୁନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.