ଖୋର୍ଦ୍ଧା: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ବାଙ୍କି ବିଲିପଡା ଓ ତାଳବସ୍ତ ମୁଖ୍ୟ ରାସ୍ତା ଉପରେ 4ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।
ଖୋର୍ଦ୍ଧା ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଯାତାୟତ ପ୍ରଭାବିତ ହେବା ସହ ଚାଷଜମି ଜଳମଗ୍ନ ହୋଇଥିବାବେଳେ ବ୍ୟାପକ ପରିବା ଫସଲ ଓ ଚାଷଜମି ନଷ୍ଟ ହୋଇଛି । ଲଗାଣ ବର୍ଷା ଯୋଗୁ ବାଙ୍କୀରେ ଅବସ୍ତା ଶୋଚନୀୟ ହୋଇପଡିଛି । ମହାନଦୀରେ ପାଣି ଆସିବାରୁ ବାଙ୍କୀରେ ଚାଷ ଜମିରେ ନଦୀର ଭ୍ରମ ସୃଷ୍ଟି ହୋଇଛି । ଏକର ଏକର ଚାଷ ଜମିରେ ପନିପରିବା ଫସଲ ନଷ୍ଟ ହୋଇଛି । ବିଲିପଡା ପଞ୍ଚାଯତର ଅନେକ ଗାଁ ଜଳମଗ୍ନ ହୋଇଯାଇଛି । ତାଳବସ୍ତ ଆପ୍ରୋଚ ରାସ୍ତାରେ ୪ ଫୁଟର ବନ୍ୟା ଜଳ ପ୍ରବହିତ ହେଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ