ETV Bharat / state

ମହାନଦୀ ଜଳ ବିବାଦ: ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜନୀତି

author img

By

Published : Jul 6, 2023, 9:17 PM IST

ବୁଧବାର ଭୁବନେଶ୍ୱର ଗସ୍ତରେ ଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓ ଦେଇଥିବା ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି। ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଥିବାବେଳେ ଉଭୟ ଦଳ ଉପରେ ବର୍ଷିଛି କଂଗ୍ରେସ। ଅଧିକ ପଢନ୍ତୁ

ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜନୀତି

ଭୁବନେଶ୍ବର: ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଆରମ୍ଭ ହୋଇଛି ମହାନଦୀ ରାଜନୀତି। ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓ। ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ସେ କହିଥିଲେ, "ମହାନଦୀ ଜଳ ବିବାଦ ଆପୋଷ ସମାଧାନ ହୋଇପାରିବ, ଉଭୟ ରାଜ୍ୟର ସମନ୍ୱୟ ଅଭାବ ଯୋଗୁଁ ସମାଧାନ କ୍ଷେତ୍ରରେ ବିଳମ୍ବ ହେଉଛି।" ଯାହାକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। "ସମସ୍ୟାର ସମାଧାନ ହେବା ଦିଗରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସ୍ୱାଗତଯୋଗ୍ୟ। ହେଲେ ଶାସକ ବିଜେଡିର ଆନ୍ତରିକତାର ଅଭାବ ରହିଛି" ବୋଲି ବିଜେପି କହିଛି । ସେପଟେ ବିଜେଡି ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ କେନ୍ଦ୍ର ସରକାରଙ୍କ ଦୋଷ ଦେଇଛି। ତେବେ ପୂର୍ବରୁ ମହାନଦୀ ଜଳ ବିବାଦ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଦୋଷ ଲଦାଲଦି ପର୍ବ ଚାଲିଥିଲା ।

ଛତିଶଗଡ଼ରେ ମହାନଦୀରେ ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁ ଓଡିଶାକୁ ଜଳ ପ୍ରବାହରେ ସମସ୍ୟା ଦେଖାଦେଇଥିଲା। ଫଳରେ ଓଡ଼ିଶା ପଟେ ମହାନଦୀ ଶୁଖିଲା ପଡିଥିଲା। ମହାନଦୀ ଜଳ ବିବାଦକୁ ନେଇ ଉଭୟ ଓଡିଶା ଏବଂ ଛତିଶଗଡ଼ ମଧ୍ୟରେ ତୁ ତୁ ମେ ମେ ଲାଗିରହିଥିଲା। ଟ୍ରିବୁନାଲ ଟିମ୍ କିଛି ଦିନ ପୂର୍ବରୁ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ଏକାଧିକ ମହାନଦୀ ଅବବାହିକା ବୁଲି ଦେଖିଥିଲେ। ସମସ୍ତ ଘଟଣା, ସରଜମିନ ଅନୁଧ୍ୟାନ ପରେ କ'ଣ ନିଷ୍ପତ୍ତି ନେବେ ଟ୍ରିବୁନାଲ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହାରି ଭିତରେ ମହାନଦୀକୁ ନେଇ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କ ଆଭିମୁଖ୍ୟ ଏବେ ଓଡିଶା ପାଇଁ ଆଶା ସଞ୍ଚାର କରିଛି ।

ରାଜ୍ୟ କଂଗ୍ରେସ ଏହାକୁ ସ୍ୱାଗତ କରିବା ସହ ମହାନଦୀ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଆଶା ପ୍ରକଟ କରିଛି। ମହାନଦୀ ଜଳବିବାଦ ସମ୍ପର୍କରେ ପିସିସି ସଭାପତି କହିଛନ୍ତି, "ଛତିଶଗଡର ଉପମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ। ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ। ଛତିଶଗଡ଼ର କଂଗ୍ରେସ ସରକାର ଓଡିଶାର ଆବଶ୍ୟକତା କଥା ଚିନ୍ତା କରୁଛନ୍ତି କିନ୍ତୁ ଆଗରୁ ଶାସନରେ ଥିବା ବିଜେପି ସରକାର ତ ସଫା ସଫା ଗେଟ ଖୋଲାଯିବନି ବୋଲି ମନା କରିଦେଉଥିଲେ" ବୋଲି କହି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ।

ଏହା ମଧ୍ୟ ପଢନ୍ତୁ...2024 Election: ଓଡ଼ିଶାରେ କାହିଁକି ଖସିଲା ବିଜେପି ଟାର୍ଗେଟ୍ ?

ଅପରପକ୍ଷେ, ସାଧାରଣ ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶାସକ ବିଜେଡି ପକ୍ଷରୁ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେଇ ନିର୍ବାଚନରେ ବଡ଼ ଆୟୁଧ କରିବା ପାଇଁ ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ଯୁବ, ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଛି। ସେପଟେ ଆସାମ ରାଜଧାନୀ ଗୌହାଟୀରେ ନବଭାରତର ଉଦୟ ନେଇ ପୂର୍ବଭାରତରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ପୂର୍ବଭାରତର ସମସ୍ତ ରାଜ୍ୟ ସାମିଲ ହୋଇଥିବାବେଳେ ଓଡିଶା ବିଜେପିର ମୁଖିଆଙ୍କ ସମେତ ବହୁ ନେତା ସାମିଲ ହୋଇଛନ୍ତି। ଗୌହାଟୀରେ 2024 ସାଧାରଣ ନିର୍ବାଚନ ର ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଛି।ରାଜ୍ୟରେ ବିଜେଡ଼ି ସରକାରକୁ ଗାଦିଚ୍ୟୁତ କରି ବିଜେପି କ୍ଷମତା ଦଖଲ କରିବାକୁ ଯୋଜନା କରୁଛି।

ତେବେ ବିଜେପିର ବୈଠକ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ବିଜେପି ବିଭିନ୍ନ ସମୟରେ ଏଭଳି କାର୍ଯ୍ୟକ୍ରମ କରିଥାଏ। କିନ୍ତୁ ତାର କିଛି ସୁଫଳ ଦଳକୁ ମିଳେନାହିଁ। କେନ୍ଦ୍ରରେ ସରକାର ଗଠନ କରିବା ପୂର୍ବରୁ ଭାରତବାସୀଙ୍କୁ ଯାହା ପ୍ରତିଶୃତି ଦେଇଥିଲେ, କିଛି ବି ପୂରଣ କରିନାହାନ୍ତି ବିଜେପି ସରକାର। ଜନତାଙ୍କ ଭାବାବେଗକୁ ନେଇ ରାଜନୀତି କରିବା ଛଡା ତାଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ" ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି। ଯେତେବେଳେ "ଉଭୟ ବିଜେଡି ଓ ବିଜେପି 9 ବର୍ଷ ମିଶିକି ଶାସନରେ ଥିଲେ ସେତେବେଳେ ରାଜ୍ୟବାସୀଙ୍କ କେତେ ବିକାଶ କରିଛନ୍ତି?" ବୋଲି ପ୍ରଶ୍ନ କରିଛି କଂଗ୍ରେସ। 2024 ସାଧାରଣ ନିର୍ବାଚନରେ ବିଜେଡି ସରକାରଙ୍କୁ ଜନତା ଠିକ ଜବାବ ଦେବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.