ETV Bharat / state

ମା' ରମାଦେବୀଙ୍କ ଚେୟାର, ଲଞ୍ଚ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ - ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ମା' ରମାଦେବୀଙ୍କ ନାମରେ ନିର୍ମିତ ଚେୟାରର ଉଦଘାଟନ ହୋଇଛି । ହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଚେୟାର ଉଦଘାଟନ କରିଛନ୍ତି। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 4, 2023, 10:37 PM IST

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ମା' ରମାଦେବୀଙ୍କ ନାମରେ ନିର୍ମିତ ଚେୟାରର ଉଦଘାଟନ ହୋଇଛି । ଏହା ହେଉଛି ବିଶ୍ଵବିଦ୍ୟାଳୟର ପ୍ରଥମ ଚେୟାର । ଏହାକୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଚେୟାର ଉଦଘାଟନ କରିଛନ୍ତି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଏହି ଚେୟାରର ଶୁଭାରମ୍ଭ ନାରୀ ଜାଗରଣର ଏକ ମାଇଲ ଖୁଣ୍ଟ ବୋଲି କୁହାଯାଇଛଇ । ମା' ରମାଦେବୀଙ୍କ ତ୍ୟାଗ ଓ ସମର୍ପଣର ପ୍ରତୀକ ଏହି ଅନୁଷ୍ଠାନ। ଏହି ଚେୟାର ପ୍ରତିଷ୍ଠା ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ସମୟ ବୋଲି କହିଛନ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ଏନେଇ ସେ କହିଛନ୍ତି, " ମାଆ ଶିକ୍ଷିତ ହେଲେ ପରିବାର ଶିକ୍ଷିତ ହୁଏ । ମାଆ ହେଉଛନ୍ତି ଆମ ସମସ୍ତଙ୍କ ପ୍ରଥମ ଶିକ୍ଷକ । ଅନେକ ନାରୀ ଏଠାରେ ଶିକ୍ଷିତ ହୋଇଛନ୍ତି । ନାରୀ ସମାନତା, ନ୍ୟାୟ ପାଇଁ ଏ ଚେୟାର ଗବେଷଣା କରିପାରିବ । ଆଗାମୀ ସମୟ ମହିଳାମାନଙ୍କର ହେବ । ନାରୀମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଲକ୍ଷ୍ୟ ରହିଛି ସେ ସ୍ବପ୍ନକୁ ସାକାର କରିବାରେ ରମାଦେବୀ ବିଶ୍ବବିଦ୍ୟାଳୟର ଏଭଳି ଶତ ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ଅଟେ ।"

ଏହା ବି ପଢନ୍ତୁ- ଆଜି ରମାଦେବୀଙ୍କ ୧୨୨ତମ ଜୟନ୍ତୀ, ସ୍କୁଲ ନଯାଇ ବି 4 ଭାଷାରେ ଥିଲା ଦକ୍ଷତା

ଅନ୍ୟପଟେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି ଯେ, ଶିକ୍ଷା ମହିଳାମାନଙ୍କୁ ସଶକ୍ତ ଓ କ୍ଷମତାପନ୍ନ କରିପାରିବ । ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିବେ । ମିଳିତ ଜାତିସଂଘ ଦ୍ଵାରା ଘୋଷିତ ୨୦୩୦ ପୋଷଣୀୟ ବିକାଶ ଲକ୍ଷ୍ୟ ମଧ୍ୟରୁ ୧୦ଟି ଲକ୍ଷ୍ୟ ହାସଲ କ୍ଷେତ୍ରରେ ମହିଳାମାନେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି କହିଛନ୍ତି କୁଳପତି । ଉତ୍କଳ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ପୂର୍ବତନ ପ୍ରଫେସର ଓ ଓମେନ୍ସ ଷ୍ଟଡିଜ୍ ନିର୍ଦ୍ଦେଶିକା ପ୍ରଫେସର ଆଶା ହଂସ କହିଛନ୍ତି ଯେ, ମହିଳା ସଶକ୍ତିକରଣ, ଦେଶର ଉନ୍ନୟନ ସହିତ ଓଡ଼ିଶାର ଅର୍ଥନୈତିକ ବିକାଶ ରମାଦେବୀ ଚେୟାର ପ୍ରତିଷ୍ଠାର ମୂଳ ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ସେ ଆହ୍ଵାନ ଦେଇଛନ୍ତି ।

ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ସେ ଜନ୍ମଗ୍ରହଣ କରିଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜ୍ଜଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ କହିପାରୁଥିଲେ । ସ୍ବାଧୀନତା ସଂଗ୍ରାମରେ ତାଙ୍କର ଏକ ବଳିଷ୍ଠ ଭୂମିକା ମଧ୍ୟ ରହିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.