ETV Bharat / state

ବିନା ଭକ୍ତରେ ପୂଜା ପାଉଛନ୍ତି ମା’ ଦଶଭୂଜା

ଖୋର୍ଦ୍ଧା ସହରର ବିଭିନ୍ନ ମଣ୍ଡପ ମାନଙ୍କରେ ମା’ ଦୁର୍ଗାଙ୍କ ବିଜୟାଦଶମୀ ପାଳିତ ହେଉଛି, ତାହା ପୁଣି ବିନା ଭକ୍ତରେ । ଚଳିତ ବର୍ଷ କୋରୋନା କଟକଣା ପାଇଁ ହାତଗଣତି ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଛି ମା’ଙ୍କ ପୂଜା । ଅଧିକ ପଢନ୍ତୁ...

author img

By

Published : Oct 26, 2020, 2:17 PM IST

maa durga puja celebrated without devotees
ବିନା ଭକ୍ତରେ ପୂଜା ପାଉଛନ୍ତି ମା’ ଦଶଭୁଜା

ଖୋର୍ଦ୍ଧା: ମା’ଙ୍କ ଆଗମନରେ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ମନ୍ଦିର ହେଉ ଅବା ମଣ୍ଡପ, ସବୁଠି ପୂଜା ପାଉଛନ୍ତି ମା ଦଶଭୁଜା । ଗତକାଲି ପୀଠ ମାନଙ୍କରେ ମା’ଙ୍କ ଦଶହରା ପୂଜା ପାଳିତ ହୋଇଥିବା ବେଳେ ଆଜି ଖୋର୍ଦ୍ଧା ସହରର ବିଭିନ୍ନ ମଣ୍ଡପ ମାନଙ୍କରେ ମୃମୟ ପ୍ରତିମାଙ୍କ ବିଜୟା ଦଶମୀ ପାଳିତ ହେଉଛି, ତାହା ପୁଣି ବିନା ଭକ୍ତଙ୍କ ଗହଣରେ । ଚଳିତ ବର୍ଷ କୋରୋନା କଟକଣା ପାଇଁ ହାତଗଣତି ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଛି ମା’ଙ୍କ ପୂଜା । ଯେମିତି ପୂଜା ମଣ୍ଡପରେ ଗହଳି ନହେବ ସେଥିଲାଗି ମଣ୍ଡପ ଗୁଡିକୁ ଚାରିପଟୁ ଆବଦ୍ଧ କରାଯାଇଥିବା ଦେଖିବାକୁ ମିଳିଛି ।

ବିନା ଭକ୍ତରେ ପୂଜା ପାଉଛନ୍ତି ମା’ ଦଶଭୁଜା

ଚଳିତ ବର୍ଷ ବିନା ତୋରଣ ଓ ଲାଇଟରେ ପୂଜା ଯେମିତି ଖାଁ ଖାଁ ଲାଗୁଛି । ଚଳିତବର୍ଷ ଖୋର୍ଦ୍ଧା ସହରରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାଇ ଚାରି ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇ ପୂଜା କରାଯାଇଛି । ସେହିପରି କେବଳ ବିଧି ରଖିବା ପାଇଁ ନିରାଡ଼ମ୍ବରରେ ମା’ଙ୍କ ପୂଜା କରାଯାଉଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.