ETV Bharat / state

Odisha Weather: ଦୁର୍ବଳ ହେଲା ଲଘୁଚାପ, କମିଲା ବର୍ଷାର ପ୍ରଭାବ

author img

By

Published : Aug 4, 2023, 6:31 PM IST

ଦୁର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ଆଜିଠୁ ରାଜ୍ୟରେ କମିଲା ବର୍ଷା ପ୍ରଭାବ । ଅଧିକ ପଢନ୍ତୁ

ଆଜିଠୁ ରାଜ୍ୟରେ କମିଲା ବର୍ଷା
ଆଜିଠୁ ରାଜ୍ୟରେ କମିଲା ବର୍ଷା
ଆଜିଠୁ ରାଜ୍ୟରେ କମିଲା ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଝାଡଖଣ୍ଡ ନିକଟରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରୁଛି । ଏହା ମଧ୍ୟ ପ୍ରଦେଶର ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳଠାରୁ ୭.୬ କମି ପର୍ଯ୍ୟନ୍ତ ବ୍ୟାପି ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ କମିଛି ।

ଆଗାମୀ ୨୪ ଘଣ୍ଟାରେ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଛି । ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଅର୍ଥାତ ଆଜିଠାରୁ ତାରିଖରୁ ୮ ତାରିଖ ଯାଏଁ ରାଜ୍ୟରେ କେବଳ ବିସ୍ତୃତ ବର୍ଷା ଦେଖିବାକୁ ମିଳିବ । ଆଗମୀ ୩-୪ ଦିନ ପାଇଁ କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇନାହିଁ । ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏହା ବି ପଢନ୍ତୁ.. Weather Update: ଦୁର୍ବଳ ହେଉଛି ଅବପାତ, କମିବ ବର୍ଷାର ପରିମାଣ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି,"ଆଗାମୀ ୫ ଦିନରେ ରାଜ୍ୟରେ ସେମିତି କିଛି ବଡ଼ ଧାରଣର ବର୍ଷା ନାହିଁ । ତାପମାତ୍ରା ମଧ୍ୟ ସ୍ୱାଭାବିକ ରହିବ ।ରାଜ୍ୟରେକେବଳ ବିସ୍ତୃତ ବର୍ଷା ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ଆଗମୀ ୩ରୁ ୪ ଦିନ ପାଇଁ କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇନାହିଁ ।"

ଅଧିକ ପଢନ୍ତୁ: ଡ଼ରାଉଛି ଦୟା ନଦୀ: ବନ୍ୟା ପାଣିରେ ବୁଡ଼ିଲା ସ୍କୁଲ, ଧୋଇଗଲା ରାସ୍ତା

ଅନ୍ୟପଟେ ରାଜ୍ୟରେ ଜୁନ ୧ ରୁ ଅଗଷ୍ଟ ୪ ମଧ୍ୟରେ ୬୩୧.୧ ମିମି ବର୍ଷା ହୋଇଛି ଯାହାକି ସ୍ବାଭାବିକ ବର୍ଷା ଠାରୁ ୫ ପ୍ରତିଶତ ଅଧିକ । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୦୭.୩ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ଜିଲ୍ଲାରେ ବିଶେଷ ଭାବେ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ର ହେମଗିରିରେ ସର୍ବାଧିକ ୪୦.୪ ବର୍ଷା ରେକର୍ଡ ହୋଇଛି । ଗତ ୩ ଦିନ ଭିତରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ଏହା ରାଜ୍ୟର ନିଅଣ୍ଟିଆ ବର୍ଷାକୁ ଭରଣା କରିବାରେ ସହାୟକ ହୋଇଛି ବୋଲି କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.