ETV Bharat / state

ପାଣିପାଗ ଅପଡେଟ: ଆସନ୍ତା ୨ ତାରିଖରେ ଘୂର୍ଣ୍ଣିବାତ୍ୟାର ରୂପ ନେବ ଲଘୁଚାପ - ଘୂର୍ଣ୍ଣିବାତ୍ୟାର ରୂପ ନେବ ଲଘୁଚାପ

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଆସନ୍ତା ୨ ତାରିଖରେ ଘୂର୍ଣ୍ଣିବାତ୍ୟାର ରୂପ ନେବ ଲଘୁଚାପ । ଅଧିକ ପଢନ୍ତୁ

Cyclonic storm
Cyclonic storm
author img

By ETV Bharat Odisha Team

Published : Nov 28, 2023, 8:42 PM IST

Updated : Nov 28, 2023, 8:56 PM IST

ପାଣିପାଗ ଅପଡେଟ: ଆସନ୍ତା ୨ ତାରିଖରେ ଘୂର୍ଣ୍ଣିବାତ୍ୟାର ରୂପ ନେବ ଲଘୁଚାପ

ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ଅବପାତର ରୂପ ନେବ ଦକ୍ଷିଣ ଅଣ୍ଡାମାନ ସାଗର ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ଧୀରେଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ବର୍ତ୍ତମାନ ଓଡ଼ିଶା ପାଇଁ କୌଣସି ବିପଦ ସଙ୍କେତ ନଥିବା ବେଳେ କେବଳ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ସମ୍ଭାବ୍ୟ ବାତ୍ୟା ୨ ତାରିଖରେ ଘୁର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି ।

କେନ୍ଦ୍ରୀୟ ବଙ୍ଗୋପସାଗର ୨ ତାରିଖରେ ବେଶୀ ବିପଦ ରହିବ । ସେଥିପାଇଁ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ୧ ତାରିଖ ସୁଦ୍ଧା ଫେରି ଆସିବା ପାଇଁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ବର ସୂଚନା ଦେଇଛି ବାତ୍ୟା ମିଞ୍ଚାଉଙ୍ଗ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୩୦ ନଭେମ୍ବରରେ ଏକ ଅବସାଦରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲାଗିଥିବା ଘୂର୍ଣ୍ଣିବଳୟ ମଧ୍ୟରେ ଆହୁରି ତୀବ୍ର ହେବ । ଏଥିପାଇଁ ସାଉଥ ଆଣ୍ଡାମାନ ନିକୋବର ଅଞ୍ଚଳ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି ।

ଏହା ବି ପଢନ୍ତୁ- ବଙ୍ଗୋପସାଗରରେ ପୁଣି ବାତ୍ୟା !, ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା

ଏହି ସମୟରେ ପବନର ବେଗ ୪୦ରୁ ୫୦ ସର୍ବାଧିକ ୬୦ କିମି ରହୁଥିବାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ୨ ଡିସେମ୍ବର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ୩ ଡିସେମ୍ବରରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା । ଡିସେମ୍ବର ୪ରେ ଉପକୂଳ ଓଡ଼ିଶା ଏବଂ ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 28, 2023, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.