ETV Bharat / state

Suspension Of Lord Lingaraj Rituals: ଜମି ବିବାଦକୁ ନେଇ ଉପାସରେ ପ୍ରଭୁ ଲିଙ୍ଗରାଜ, ସମାଧାନ ପାଇଁ ବସିବ ବୈଠକ - ମହାପ୍ରଭୁ ଲିଙ୍ଗରାଜ

ବନ୍ଦୋବସ୍ତ ଜମି ବିବାଦକୁ ନେଇ ଆଜିବି ଉପାସରେ ଲିଙ୍ଗରାଜ । ସମାଧାନ ପାଇଁ ବୈଠକ ଡାକିଲା ଦେବୋତ୍ତର ବିଭାଗ । ଅଧିକ ପଢନ୍ତୁ

Rituals Suspended Again In Lingaraj Temple

author img

By ETV Bharat Odisha Team

Published : Oct 26, 2023, 1:06 PM IST

Rituals Suspended Again In Lingaraj Temple

ଭୁବନେଶ୍ବର: ଆଜିବି ଉପାସରେ ମହାପ୍ରଭୁ ଲିଙ୍ଗରାଜ । ଜମି ବିବାଦକୁ ନେଇ ଦୁଇ ଦିନ ହେଲା ଉପାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ । ବୁଧବାର ସକାଳୁ ସିଂହ ଦ୍ୱାର ଫିଟା ନୀତି ହୋଇଥିଲା, କିନ୍ତୁ ଏହାପରେ ମଙ୍ଗଳ ଆଳତି ବନ୍ଦ ରହିଥିଲା । ବ୍ରାହ୍ମଣ ନିଯୋଗର ପତ୍ରୀ ସେବକ, ପୂଜା ପଣ୍ଡା ନିଯୋଗ ଅନୁପସ୍ଥିତି ଯୋଗୁଁ ନୀତି କାନ୍ତି ବନ୍ଦ ରହିଛି । ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଆରମ୍ଭ ହୋଇନାହିଁ । ଫଳରେ ଲଗାତାର ଦୁଇ ଦିନ ହେଲେ ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହିଛନ୍ତି ।

ମନ୍ଦିର ସୁପରଭଇଜର ଏନେଇ ମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ପ୍ରକାର ବୈଠକ ବସିନାହିଁ । ଫଳରେ ପୂଜା ବା ଠାକୁରଙ୍କ ନୀତି ବନ୍ଦ ରହିଛି । ନିଯୋଗ ନିଯୋଗ ଭିତରେ ମନମାଳିନ୍ୟ ଯୋଗୁଁ ନୀତି ବନ୍ଦ ରହିଛି, ଏଣୁ ପ୍ରଶାସନିକ ଅଧିକାରୀ ହସ୍ତକ୍ଷେପ କରି ନିଯୋଗ ମାନଙ୍କର ସମସ୍ୟା ଶୁଣନ୍ତୁ ଓ ଏହାର ସମାଧାନ କରନ୍ତୁ ବୋଲି ଦାବି ହୋଇଛି । ଏହି ଦାବିକୁ ନେଇ ଆଜି ବୈଠକ ଡାକିଛି ଦେବୋତ୍ତର ବିଭାଗ ।

ଏହା ମଧ୍ୟ ପଢନ୍ତୁ-ଜମି ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ

ସେପଟେ ମନ୍ଦିରକୁ ଶ୍ରଦ୍ଧାଳୁ ଆସି ଦର୍ଶନ କରୁଛନ୍ତି । ଭକ୍ତ ଆଣିଥିବା ଭୋଗ ଲାଗି ହେଉଛି । ହେଲେ ଦିନକୁ ୮ ଥର ଲିଙ୍ଗରାଜଙ୍କ ପାଖରେ ଯେଉଁ ଭୋଗ ମନ୍ଦିର ପକ୍ଷରୁ ନୀତି ହିସାବରେ ଲାଗିବା କଥା ତାହା ଲାଗି ହେଉନାହିଁ । ଅର୍ଥାତ୍ କାଲିଠୁ ଠାକୁର ଉପାସ ରହିଛନ୍ତି । ଦେବୋତ୍ତର ବିଭାଗ ନିୟମ ଅନୁଯାୟୀ ପାଳିଆ ସେବକ ମାନେ ନୀତି କରିବେ, ଯଦି ନ କରିବେ ତେବେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରି ଅନ୍ୟଙ୍କୁ ଦିଆଯିବ । ଗତକାଲି ଠାରୁ ଯେଉଁମାନେ ନୀତି ବନ୍ଦ କରିଛନ୍ତି ସେମାନଙ୍କୁ କାହିଁକି ଆଜି ଯାଏଁ ନୋଟିସ ହୋଇନାହିଁ ବୋଲି ବଡୁ ନିଯୋଗ ସମ୍ପାଦକ କହିଛନ୍ତି ।

''ଗଙ୍ଗୁଆ କୂଳରେ ଯେଉଁ ଲିଙ୍ଗରାଜଙ୍କ ଜମି ଅଛି ସେଥିରୁ ଏକର ୧୮୨ ବଡୁ ନିଯୋଗକୁ ଦିଆଯାଇଛି । ଅର୍ବାନ ଏରିଆ ହୋଇଥିବାରୁ ସେଥିରେ ଆମେ ଦୋକାନ ଘର ନିର୍ମାଣ କରିଛୁ । ଆଗରୁ ମଧ୍ୟ ଏ ବିବାଦ ରହିଥିଲା, ହାଇକୋର୍ଟର ହସ୍ତକ୍ଷେପ ପରେ ବଡୁ ନିଯୋଗ ଘର ତୋଳିବା ନେଇ ନିର୍ଦ୍ଦେଶ ଦେଲେ । ତାକୁ ଆଧାର କରି ଆମେ ଦୋକାନ ଘର କରୁଛୁ । ଏଥିରେ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ କାହିଁକି ପୂଜା ନୀତି ବନ୍ଦ କରିଛନ୍ତି ତା ଆମେ ଜାଣିନୁ । ଆମେ ଆମ ଠାକୁର ନୀତି କରୁଛୁ ବୋଲି ବଡୁ ନିଯୋଗ କହିଛି।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.