ଭୁବନେଶ୍ବର: ବିଧାନସଭା ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ ହେବା ନେଇ ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର । ସରକାର ଭୟଭୀତ ହୋଇ ପଳାୟନପନ୍ଥୀ ହୋଇଛନ୍ତି । ଏଠି ସରକାର ଡୁପ୍ଲିକେଟ ସବୁକିଛି ଡୁପ୍ଲିକେଟରେ ଚାଲିଛି ।
ଗତକାଲି ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ଜୟ କହିଛନ୍ତି ‘‘ ସବୁ ଏଠି ଡୁପ୍ଲିକେଟ, ମହାନଦୀ ମୋସନ, ମେଡିସିନ ଡୁପ୍ଲିକେଟ, ଆଲୋଚନା କରିବାକୁ ହଁ କହିଥିଲେ ହେଲେ କଲେ ନାହିଁ । ନବ ଦାସ ହତ୍ୟା, ମିଶନ ଶକ୍ତି ଫେଲ ମାରିବା, ଜଙ୍ଗଲ ନିଆଁ, କ୍ରୀତଦାସ, ଗୃହରକ୍ଷୀ, କୋଇଡା ବିଡ଼ିଓ, ସୀମା ବିବାଦ, କୋଟିଆ ବିବାଦ,ମହାନଦୀ ଟ୍ରିବୁନାଲ ଭଳି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲୁ । ହେଲେ ରାଜ୍ୟ ସରକାରଙ୍କ ପାଖରେ ଏସବୁର ଉତ୍ତର ନଥିଲା ।’’ ତେଣୁ ସରକାର ପଳାୟନପନ୍ଥୀ ସାଜିଲେ ।
ଜୟ ଆହୁରି କହିଛନ୍ତି, ଜଣେ ଜଣେ ଆଇଏଏସ ଅଫିସର ଗୋଟେ ଗୋଟେ ପଦବୀରେ ଦଶ ବର୍ଷ ଧରି କେମିତି ରହୁଛନ୍ତି । ଅବସର ପ୍ରାପ୍ତ ବ୍ୟକ୍ତି ମାନଙ୍କୁ କିପରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ରଖାଯାଇଛି । ସେହିଭଳି ତାଙ୍କ ପାଇଁ ଯିଏ ଭଲ କାମ କଲା ତାକୁ ଦୁଧିଆଳୀ ବିଭାଗ ଦିଆଯାଉଛି । ଉଦାହରଣ ହେଲେ ଅରୁଣ ବୋଥ୍ରା ଯିଏ କି କ୍ରାଇମବ୍ରାଞ୍ଚ ମୁଖ୍ୟ ଏବଂ ବୀର ବିକ୍ରମ ସିଂ ଯାଦବ । ସୁପ୍ରିମକୋର୍ଟ କଥାକୁ ବି ଏମାନେ ମାନୁନାହାନ୍ତି । ସବୁଠୁ ବଡ଼ କଥା ହେଲା ଜଣେ ବିଧାୟକ କହୁଛନ୍ତି ମୁଁ କ୍ରୀତଦାସ ।
ଗତକାଲି(ଶନିବାର) ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ଜୟ କହିଛନ୍ତି,‘‘ ସବୁ ଏଠି ଡୁପ୍ଲିକେଟ, ମହାନଦୀ ମୋସନ, ମେଡିସିନ ଡୁପ୍ଲିକେଟ, ଆଲୋଚନା କରିବାକୁ ହଁ କହିଥିଲେ ହେଲେ କଲେ ନାହିଁ । ନବ ଦାସ ହତ୍ୟା, ମିଶନ ଶକ୍ତି ଫେଲ ମାରିବା, ଜଙ୍ଗଲ ନିଆଁ, କ୍ରୀତଦାସ, ଗୃହରକ୍ଷୀ, କୋଇଡା ବିଡ଼ିଓ, ସୀମା ବିବାଦ, କୋଟିଆ ବିବାଦ,ମହାନଦୀ ଟ୍ରିବୁନାଲ ଭଳି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲୁ । ହେଲେ ରାଜ୍ୟ ସରକାରଙ୍କ ପାଖରେ ଏସବୁର ଉତ୍ତର ନଥିଲା ।’’ ତେଣୁ ସରକାର ପଳାୟନପନ୍ଥୀ ସାଜିଲେ ।
ସବୁ ବିଧାୟକ ମାନଙ୍କ ପାଇଁ ଏହା ଏକ ଲଜ୍ଜାର ବିଷୟ । କ୍ରୀତଦାସ ପ୍ରଥା କେବେଠାରୁ ଗଲାଣି । କ୍ରୀତଦାସ ମାନେ କିଣା ଚାକର । ଜଣେ ବିଧାୟକ କଣ କିଣା ଚାକର ହୋଇପାରେ ? ସେହିପରି ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଆଇନ ତା ବାଟରେ ଯିବ । ସତରେ କଣ ଆଇନ ତା ବାଟରେ ଯାଉଛି ? ଓଡ଼ିଶାର ଜନତା ବିଚାର କରନ୍ତୁ । ଯାହା ସବୁ ପ୍ରସଙ୍ଗ ଉଠାଇଥିଲୁ ତାହା ଏବେ ଜନତାଙ୍କ ଦରବାରକୁ ନିଆଯିବ ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର