ETV Bharat / state

ବିଜେଡି ନେତାଙ୍କ ନାହିଁ ରକ୍ତ ମାଂସ; ‘ସ୍ବାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଅଫିସର ଶରଣରେ ନେତା’ - ବିଜେଡି ନେତାଙ୍କ ସ୍ବାଭିମାନ ନାହିଁଟ

ଜୟନାରାୟଣ କହିଛନ୍ତି ଯେ, ବିଜେଡିର ଯେଉଁ ବିଧାୟକ ମାନେ ଅଛନ୍ତି ସେମାନେ କଣ ମଣିଷ ? ସେମାନେ ଘୁଷୁରୀଠାରୁ ହୀନ । ସେମାନେ କାହାକୁ ପ୍ରତିବାଦ କଲେ ତାହାର କିଛି ମାନେ ନାହିଁ । ତାଙ୍କର ଯଦି ସାମାନ୍ୟ ଆତ୍ମସମ୍ମାନ ଥାନ୍ତା ତାହାଲେ ସେମାନେ ପାଣ୍ଡିଆନ ପାଇଁ ମିଟିଂ ଆୟୋଜନ କରନ୍ତେ ନାହିଁ । ପାଣ୍ଡିଆନକୁ ଫୁଲ ମାଳ ଦିଅନ୍ତେ ନାହିଁ । ପାଣ୍ଡିଆନ ଗୋଡ଼ ଧରନ୍ତେ ନାହିଁ । ଅଧିକ ପଢନ୍ତୁ

ବିଜେଡି ନେତାଙ୍କ ନାହିଁ ରକ୍ତ ମାଂସ; ‘ସ୍ବାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଅଫିସ ଶରଣରେ ନେତା’

author img

By ETV Bharat Odisha Team

Published : Sep 8, 2023, 10:11 PM IST

Updated : Sep 8, 2023, 10:58 PM IST

ବିଜେଡି ନେତାଙ୍କ ନାହିଁ ରକ୍ତ ମାଂସ; ‘ସ୍ବାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଅଫିସ ଶରଣରେ ନେତା’

ଭୁବନେଶ୍ବର: ବିଜେଡି ନେତାଙ୍କର ନାହିଁ ରକ୍ତ ଓ ମାଂସ । ବିଜେଡି ବିଧାୟକ ମାନେ ଜଣେ ଜଣେ ଘୁଷୁରୀ ! ବିଜେଡି ବିଧାୟକ ମାନେ ଜଣେ ସରକାରୀ କର୍ମଚାରୀଙ୍କ ଶରଣ ପଶିଛନ୍ତି । ସ୍ବାଭିମାନକୁ ଜଳାଞ୍ଜଳି ଦେଇ ସଚିବଙ୍କ ପାଇଁ ମିଟିଂ ଆୟୋଜନ କରୁଛନ୍ତି । ସୌମ୍ୟ ରଞ୍ଜନ ପଟ୍ଟନାୟକ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି ତାହା ଯୁକ୍ତିଯୁକ୍ତ । ଯାହା ଓଡ଼ିଶା ଓ ଭାରତ ଇତିହାସରେ ହୋଇନଥିଲା ତାହା 5ଟି ସଚିବ କରୁଛନ୍ତି । ବିଜେଡି, ସୌମ୍ୟରଞ୍ଜନ ଓ ବିବାଦ ଭିତରେ ଧସେଇ ପଶି ଏପରି ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ।

ଜୟନାରାୟଣ କହିଛନ୍ତି ଯେ, ବିଜେଡିର ଯେଉଁ ବିଧାୟକ ମାନେ ଅଛନ୍ତି ସେମାନେ କଣ ମଣିଷ ? ସେମାନେ ଘୁଷୁରୀଠାରୁ ହୀନ । ସେମାନେ କାହାକୁ ପ୍ରତିବାଦ କଲେ ତାହାର କିଛି ମାନେ ନାହିଁ । ତାଙ୍କର ଯଦି ସାମାନ୍ୟ ଆତ୍ମସମ୍ମାନ ଥାନ୍ତା ତାହାଲେ ସେମାନେ ପାଣ୍ଡିଆନ ପାଇଁ ମିଟିଂ ଆୟୋଜନ କରନ୍ତେ ନାହିଁ । ପାଣ୍ଡିଆନକୁ ଫୁଲ ମାଳ ଦିଅନ୍ତେ ନାହିଁ । ପାଣ୍ଡିଆନ ଗୋଡ଼ ଧରନ୍ତେ ନାହିଁ । ଯାହାର କିଛି ଆତ୍ମ ସମ୍ମାନ ନାହିଁ, ସେମାନେ ମଣିଷ ଭାବେ ଗଣତିରେ ଯାଉ ନାହାଁନ୍ତି । ସେମାନେ କାହାକୁ ପ୍ରତିବାଦ କଲେ, ତାହାର ଫଳ ଶୂନ୍ୟ । ସୌମ୍ୟ ବାବୁ ବିଜେଡିକୁ ବ୍ଲାକମେଲ କରିବା ଅଭିଯୋଗ ତାଙ୍କ ଦଳର କଥା, ସେ ବାବଦରେ ମୁଁ ଜାଣିନାହିଁ । କିନ୍ତୁ ଯେଉଁଭଳି ଆଚରଣ ବିଜେଡି ନେତା ଦେଖାଉଛି । ଜଣେ ସରକାରୀ କର୍ମଚାରୀଙ୍କ ପାଖରେ ନିଜ ମୁଣ୍ଡକୁ ବିକ୍ରି କରିଦେଇଛନ୍ତି । ସବୁ ପ୍ରକାର ସ୍ୱାଭିମାନ ଓ ଆତ୍ମ ସମ୍ମାନ ଜଳାଞ୍ଜଳି ଦେଇ ଜଣେ ଅଫିସର ପାଖରେ ସରଣ ପଶିଛନ୍ତି । ସେଇଟା ହେଉଛି ବଡ଼ ଦୁଃଖର କଥା । ଏଥିରୁ ଜଣାପଡୁଛି ବିଜେଡିରେ ଥିବା ଲୋକଙ୍କର ରକ୍ତ ମାଂସ ନାହିଁ ।

ଏହାବି ପଢନ୍ତୁ- BJP to File Charge Sheet: 108 ପ୍ରସଙ୍ଗ ନେଇ ବିଜେଡି ବିରୋଧରେ ଚାର୍ଜସିଟ ଆଣିବ ବିଜେପି: LOP

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ତାହା ଯୁକ୍ତିଯୁକ୍ତ । ଚନ୍ଦ୍ରାୟନରେ ଯେତିକି ଖର୍ଚ୍ଚ ହୋଇନାହିଁ, ତାହା ଠାରୁ ଅଧିକ ପାଣ୍ଡିଆନଙ୍କ ଗସ୍ତରେ ଖର୍ଚ୍ଚ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ତାହା ଚିନ୍ତାର ବିଷୟ । ସରକାରୀ ସ୍ତରରେ ଏତିକି ଖର୍ଚ୍ଚ । ପରୋକ୍ଷ ଭାବରେ ଯେଉଁ ଟଙ୍କା ଲାଞ୍ଚ ଆକାରରେ ଲୋକଙ୍କୁ ଦେଉଛନ୍ତି ତାହାର ମଧ୍ୟ ଅନୁସନ୍ଧାନ ହେବା କଥା । ପାଣ୍ଡିଆନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା କଥା । ସୌମ୍ୟ ବାବୁ ଯେଉଁ କଥା କହିଛନ୍ତି, ତାହା ଉପରେ ବିଜେଡି ନେତାମାନେ ପ୍ରତିକ୍ରିୟା ରଖୁ ନାହାନ୍ତି । ସୌମ୍ୟ ବାବୁ ବ୍ଲାକମିଲିଙ୍ଗ କଲେ ସେ ବାବଦରେ ଓଡିଶାବାସୀଙ୍କର କିଛି ଜାଣିବାର ନାହିଁ । ସୌମ୍ୟ ବାବୁ ଯେଉଁ ପଏଣ୍ଟ ଉଠାଇଛନ୍ତି, ତାହା ଉପରେ ବିଜେଡି ନେତା କୁହନ୍ତୁ । ତାଙ୍କର ଯଦି ସତ ସାହସ ଅଛି ।

ଯେଉଁମାନେ 5ଟି, ରାଜ୍ୟରେ ଦୁର୍ନୀତି, ମହିଳାଙ୍କ ପ୍ରତି ହିଂସା କଥା ଉଠାଉଛନ୍ତି, ସେମାନଙ୍କୁ ବିଜେଡି ନେତା ପାଗଳ କହୁଛନ୍ତି । ମୋତେ ପାଗଳ କହୁଛନ୍ତି । କାହାକୁ ବ୍ଲାକମିଲର କହୁଛନ୍ତି । ବିଧାନସଭାରେ ଆମେ ଯେଉଁ ପ୍ରସଙ୍ଗ ଉଠାଉ ତାହାର ଉତ୍ତର ଦିଅନ୍ତି ନାହିଁ । ଛତ୍ରଭଙ୍ଗ ଦେଇ ପଳାୟନ ପନ୍ଥି ହୋଇ ପଳେଇଲେ । ଯେଉଁ କଥା ଗୁଡିକ ଭାରତ ଓ ଓଡିଶା ଇତିହାସରେ ହୋଇନାହିଁ ତାହା ବିଜେଡି କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 8, 2023, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.