ETV Bharat / state

ଲକ୍ଷ୍ମୀସାଗର ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୬ ଗିରଫ

ଲକ୍ଷ୍ମୀସାଗର ପୋଲିସକୁ ସଫଳତା । 6 ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଉକ୍ତ ଗ୍ୟାଙ୍ଗରେ 3ଜଣ ନାବାଳକ ଥିବା ସୂଚନା ମିଳିଛି ।

author img

By

Published : Jul 11, 2023, 12:47 PM IST

Updated : Jul 11, 2023, 2:08 PM IST

lootera gang arrested
ଲକ୍ଷ୍ମୀସାଗର ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ
ଲକ୍ଷ୍ମୀସାଗର ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ବର: ଲକ୍ଷ୍ମୀସାଗର ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି । ଉକ୍ତ ଗ୍ୟାଙ୍ଗର ୩ ନାବାଳକ ସହ ୬ ଗିରଫ ହୋଇଛନ୍ତି । ଲକ୍ଷ୍ମୀସାଗରରୁ ଏକ ବଡ଼ଧରଣର ଲୁଟ୍‌ପାଟ କରି ଫେରାର ଥିବା ଲୁଟେରା ଗ୍ୟାଙ୍ଗକୁ ସ୍ପେଶାଲ ସ୍କ୍ୱାଡ୍‌ ଠାବ କରିବାରେ ସଫଳ ହୋଇଛନ୍ତି । ଗ୍ୟାଙ୍ଗର ୩ଜଣ ନାବାଳକ ସହ ପୋଲିସ ୬ଜଣଙ୍କୁ ଗିରଫ କରିଛି । ନାବାଳକଙ୍କୁ ବାଳ ସୁଧାରଗୃହକୁ ପଠାଯାଇଛି ।

ଗିରଫ ଅଭିଯୁକ୍ତମୋନ ହେଲେ ବମିଖାଲେର ରହୁଥିବା ବିହାରର ସୁବୋଧ ଦାସ ଓରଫ ବିହାରୀ, ଧଉଳିର ରାହୁଲ ଭୋଇ ଓ ବୁଦ୍ଧନଗରର କାଳିଆ ଓରଫ ଅଜୁ ଦାସ । ପୋଲିସ ଏମାନଙ୍କଠାରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ ହୋଇଛି । ଭଗବାନ୍ ମହାପାତ୍ର କନଷ୍ଟ୍ରକ୍ସନରୁ ଚୋରି ହୋଇଥିବା ସବୁ ଚୋରି ସାମଗ୍ରୀକୁ ପୋଲିସ ଉଦ୍ଧାର କରିଛି । ଜୟଦୁର୍ଗା ନଗରରେ ଥିବା ଏକ କନଷ୍ଟ୍ରକ୍ସନ କମ୍ପାନୀରୁ ଚୋରି ହୋଇଥିଲା । ଚୋରିରେ ସଂପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଛି । ଚୋରି ପରେ ଗୋଟିଏ ସ୍କୁଟି ସାହାଯ୍ୟରେ ଗୋଟିଗୋଟି କରି ସବୁ ଜିନିଷ ବୋହି ନେଇଥିଲେ ଚୋର ଗ୍ୟାଙ୍ଗ । ଗିରଫ ୬ ଚୋରଙ୍କ ମଧ୍ୟରୁ ୨ ଜଣଙ୍କ ନାମରେ ପୂର୍ବରୁ ଚୋରି ମାମଲା ରହିଥିଲା ।

ଏହା ବି ପଢନ୍ତୁ...ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ସୂଚନାଅନୁସାରେ, ଲକ୍ଷ୍ମୀସାଗର ଥାନା ଜୟଦୁର୍ଗାନଗର ପ୍ଲଟ୍‌ ନମ୍ବର ୧୨୯୭ରେ ଭଗବାନ ମହାପାତ୍ର କନଷ୍ଟ୍ରକ୍ସନ୍‌ ଇଞ୍ଜିନିୟର ପ୍ରାଇଭେଟ ଲିମେିଟଡ ଅଫିସ ରହିଛି । କୌଣସି କାରଣରୁ ଏହି ଅଫିସ ୩/୪ ଦିନ ହେଲା ବନ୍ଦ ରହିଥିଲା । ଗତ ମାସ ୧୮ ତାରିଖ ରାତରେ ଦୁର୍ବୃତ୍ତମାନେ ଝରକା ଭାଙ୍ଗି ଭିତରେ ପଶିଥିଲେ । ଅଫିସରେ ଥିବା ଦାମୀ ଏଲଇଡି, ଦୁଇଟି କମ୍ପ୍ୟୁଟର ଡେକ୍ସଟପ୍ ୟୁନିଟ୍‌, ଗୋଟିଏ ବ୍ରାସ ଗଣେଶ ମୂର୍ତ୍ତି, ଗୋଟିଏ ବଡ଼ ଏଲଇଡି, ଦୁଇଟି ଛୋଟ ଏଲଇଡି, ଏସି ଷ୍ଟାବିଲାଇଜର , ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତିନୋଟି ବ୍ରାସ୍ ମୂର୍ତ୍ତି ଚୋରି କରି ନେଇଥିଲେ ଯାହାକୁ ଲକ୍ଷ୍ମୀ ସାଗର ପୋଲିସ୍ ଉଦ୍ଧାର କରିଛି ।

ଏହା ବି ପଢନ୍ତୁ...ସୋର ପୋଲିସକୁ ସଫଳତା, 9 ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

୧୯ ତାରିଖ ଘର ମାଲିକ ଗୌତମ ଦାସ ଥାନରେ ଅଭେିଯାଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଦୁଇଦିନ ତେଳ ମୁଖ୍ୟ ଅଭିଯୁକ୍ତ ବିହାରୀ ଏକ ଏଲଇଡି ଟିଭି ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ସନ୍ଦେହରେ ପୋଲିସ ତାକୁ କାବୁ କରିଥିଲା। ଜେରା ବେଳେ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାକୁ ଥାନାକୁ ନେଇ ଜେରା କରିଥିଲା ପୋଲିସ । ବୟାନକୁ ଆଧାର କରି ଜଣକ ପରେ ଜଣେ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏହି ଗ୍ୟାଙ୍ଗ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 11, 2023, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.