ETV Bharat / state

ରାଜଧାନୀରେ ଲୁଟେରାଙ୍କ ଉତ୍ପାତ, ୫ ଗିରଫ - ଲୁଟେରା ଗ୍ୟାଙ୍ଗ ଗିରଫ

ଲୁଟପାଟ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ । ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ବିପୁଳ ଚୋରି ସାମଗ୍ରୀ ଜବତ । ଅଧିକ ପଢ଼ନ୍ତୁ

lootera gang arrested by commissionerate police
ଭୁବନେଶ୍ବରରେ ଲୁଟେରା ଗ୍ୟାଙ୍ଗ ଗିରଫ
author img

By

Published : Jul 9, 2023, 9:45 PM IST

ଭୁବନେଶ୍ବରରେ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଆକ୍ସନ ମୋଡ଼ରେ ସ୍ପେଶାଲ ସ୍କ୍ୱାଡ୍‌ । ରାଜଧାନୀରେ ଲୁଟ କରି ଆତଙ୍କ ଖେଳାଇଥିବା ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ । ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଇଥିବା ବେଳେ ଏକ ଡକାୟତ ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କଠାରୁ ୪୫ ଗ୍ରାମର ୧୦ଟି ସୁନା ଚେନ୍‌, ୪୦ ହଜାର ଟଙ୍କା, ୨ଟି ବାଇକ, ୮ଟି ମୋବାଇଲ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁରରେ ଦେଶୀ ବନ୍ଧୁକ କାରବାର, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ରାଜଧାନୀରେ କ୍ରମାଗତ ଭାବେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଗତ ୬ ମାସ ଭିତରେ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ତେବେ ଭରତପୁର, ଚନ୍ଦଶେଖରପୁରରେ ହୋଇଥିବା ଅଭିଯୋଗ ମୁତାବକ ଏହି ଅଭ୍ୟାସଗତ ଚୋରଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନାଁରେ ପାହାଳ, ସହିଦନଗର, ଖାରବେଳନଗର, ନୟାପଲ୍ଲୀ, ବିଞ୍ଝାରପୁର, ରାଜକନିକା ଥାନାରେ ୨୧ଟି ମାମଲା ରହିଛି । ଗତ ଜୁଲାଇ ୧ ତାରିଖରେ ଭରତପୁର ଥାନା ସତ୍ୟସାଇ ଇନକ୍ଲେଭ ନିକଟରେ ଆଇପିଏସ ସାଗରିକା ନାଥଙ୍କ ପରିବାରଠାରୁ ଲୁଟ ଉଦ୍ଦେଶ୍ୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ୩ ତାରିଖରେ ନୀଳାଦ୍ରି ବିହାରରେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରୁ କଳାକନା ବୁଲିଥିଲା ।ସେହିପରି ଜୁନ ୧୬ରେ ଚନ୍ଦ୍ରଶେଖରପୁରର ଆଉ ଏକ ଲୁଟ ଘଟଣା ପୋଲିସ ନିକଟରେ ଅଭିଯୋଗ ଆସିବା ପରେ ସ୍ପେଶାଲ ସ୍କ୍ୱାଡ୍‌ ତଦନ୍ତ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ସୋର ପୋଲିସକୁ ସଫଳତା, 9 ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

ଏହା ମଧ୍ୟ ପଢ଼ନ୍ତୁ: ଡକାୟତି ଘଟଣାର ପର୍ଦ୍ଦାଫାସ, ୧୪ଦିନ ପରେ ଡକାୟତଙ୍କୁ ବାନ୍ଧିଲା ପୋଲିସ

ଏନେଇ ଡିସିପି ସୂଚନା ଦେଇ କହିଛନ୍ତି,"ଲୁଟେରାଙ୍କୁ ଧରିବା ପାଇଁ ଏକ ଆକ୍ସନ ପ୍ଲାନ ତିଆରି ହୋଇଥିଲା । ସାଇଣ୍ଟିଫିକ ଟିମରୁ ମିଳିଥିବା ସୁରାକ, ସିସିଟିଭି ଓ ସିଡ଼ିଆର ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଛି । ଚନ୍ଦ୍ରଶେଖରପୁର ଥାନା କେସ ନମ୍ବର ୩୧୩ ଦଫା ୪୫୪, ୩୮୦ ଓ ଭରତପୁର ଥାନା କେସ ନମ୍ବର ୨୯୧ ଦଫା ୩୯୪, ୩୯୭ , ୩୫୪ ବିରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଏହି ଗ୍ୟଙ୍ଗରେ ସମ୍ପୃକ୍ତ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଖୋଜୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.