ETV Bharat / state

ଖୋର୍ଦ୍ଧାର ଦୁଇ ବ୍ୟାଙ୍କରୁ ଡକାୟତି - ସୋରଣ ସେବା ସମବାୟ ବ୍ୟାଙ୍କ

ଗତ ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ସେବା ସମବାୟ ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।

_loot
ଖୋର୍ଦ୍ଧାର ଦୁଇ ବ୍ୟାଙ୍କରୁ ଡକାୟତି
author img

By

Published : Jun 29, 2020, 5:35 PM IST

ଖୋର୍ଦ୍ଧା: ସମବାୟ ସମିତି ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି । ଗତ ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ସେବା ସମବାୟ ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧାର ଦୁଇ ବ୍ୟାଙ୍କରୁ ଡକାୟତି

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସୋରଣ ସେବା ସମବାୟ ସମିତି ବ୍ୟାଙ୍କରୁ କେହି ଜଣେ ଦୁର୍ବୃତ୍ତ ଗେଟ୍ ତାଲା ଓ ସ୍କାଏଲାଇଟ ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲା । ଏହାପରେ ଦୁର୍ବୃତ୍ତ ଜଣଙ୍କ ବ୍ୟାଙ୍କ ଭିତରେ ଥିବା ଗଡ଼ରେଜ ଲକର ଭାଙ୍ଗି ୪୦ ହଜାର ୧୧୦ ଟଙ୍କା ସହ ସମିତି ବ୍ୟାଙ୍କର ଅତ୍ୟାବଶ୍ୟକ କାଗଜ ପତ୍ର ଲୁଟି ନେଇଛି ବୋଲି ଅଭିଯୋଗ କରିଛନ୍ତି ସେବା ସମବାୟ ସମିତିର ସମ୍ପାଦକ ।

ସେହିପରି ସୋରଣ ଇଣ୍ଡିଆନ ବ୍ୟାଙ୍କରେ ଦୁର୍ବୃତ୍ତମାନେ ଲୁଟ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି । ଏନେଇ କୁହୁଡି ପୋଲିସ ଫାଣ୍ଡିରେ ଏକ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.