ETV Bharat / state

ମୁଖାପିନ୍ଧା ଡକାୟତଙ୍କ କଳା କାରନାମା: ବନ୍ଧୁକ ମୁନରେ 83 ହଜାର ଟଙ୍କା ଲୁଟ

author img

By

Published : Jul 25, 2019, 3:05 PM IST

ଗତ ବୁଧବାର ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲାରେ ଏକ ଅଟୋ ଚାଳକଙ୍କ ଘରୁ ଚାରିଜଣ ଡକାୟତ ମୁଖାପିନ୍ଧି ଆସି 83ହଜାର ଟଙ୍କା ଲୁଟ କରିଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା : ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲୁଟ ଓ ରାହଜାନି ଭଳି ଘଟଣା ବୃଦ୍ଧି ପାଉଥିବାବେଳେ ଏବେ ଲୁଟେରାଙ୍କ ନଜର ଖୋର୍ଦ୍ଧା ସହରର ବିଭିନ୍ନ ଲୋକଙ୍କ ଘର ଉପରେ । ସେହିପରି ଗତ ବୁଧବାର ବିଳମ୍ବିତ ରାତ୍ରିରେ ଜଣେ ଅଟୋ ଚାଳକଙ୍କ ଘରୁ ବନ୍ଧୁକ ମୁନରେ ଲୁଟ ଘଟଣା ସାମ୍ନାକୁ ଆସିଛି ।

ଗତ ବୁଧବାର ବିଳମ୍ବିତ ରାତିରେ ଅଟୋ ଚାଳକ ମୁକୁନ୍ଦପ୍ରସାଦର ମହମ୍ମଦ ଶେର ଅଲ୍ଲିଙ୍କ ଘରେ ଚାରିଜଣ ଡକାୟତ ମୁଖା ପିନ୍ଧି ଆସି ମୁକୁନ୍ଦପ୍ରସାଦଙ୍କୁ ଧମକାଇ ଥିଲେ । ଏହାପରେ ବନ୍ଧୁକ, ଭୁଜାଲି ଆଦି ମାରଣାସ୍ତ୍ର ଦେଖାଇ ତାଙ୍କ ଘରୁ 83ହଜାର ଟଙ୍କା ଲୁଟ କରିଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖବର ପାଇ ଖୋର୍ଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:କେନାଲ ରସ୍ଥା ପୁନରୁଦ୍ଧାର ଦାବିରେ ରସ୍ଥା ରୋକ । ଜଳ ସେଚନ ବିଭାଗ ବୁଝୁନି ଲୋକଙ୍କ ଦାବି ।Body:ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲ ହୁଡା ରାସ୍ତା ନିର୍ମାଣ ସାଙ୍ଗକୁ କେନାଲ ପୁନଃରୁଦ୍ଧାର ଦାବି ନେଇ ଅାଜି ସକାଳ ୬ଟା ଠାରୁ ସ୍ଥାନୀୟ ପୁରୁଣାଗଡ ଗ୍ରାମବାସୀ ବାଗେଡିଆ ସଜରାସାହି ଠାରେ ରାସ୍ତାରୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି ।ବିଶେଷ ଶତାଧିକ ପୁରୁଷ ଓ ମହିଳା ବାଗେଡିଆ -ଛେଣ୍ଡିପଦା-ଅନୁଗୋଳ ମୁଖ୍ୟ ରାସ୍ତା ଉପରେ ଟାୟାର ଜାଳିବା ସହ ଧାରଣା ଦେଇଛନ୍ତି । ରାସ୍ତା ଅବରୋଧ କରିବା ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଛି ଏବଂ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନ, ରାଜସ୍ବ ବିଭାଗ ତଥା ଜଳସେଚନ ବିଭାଗର ଅଧିକାରୀ ମାନଙ୍କୁ ସ୍ଥାୟୀ ସମାଧାନ କରିବା ପାଇଁ ଅବଗତ କରାଯାଇଥିଲା ।ହେଲେ ପୋଲିସ ପ୍ରଶାସନ ଜଳସେଚନ ବିଭାଗ ଏବଂ ରାଜସ୍ବ ବିଭାଗ ନିଷ୍କ୍ରିୟତା ତଥା ଅପାରଗତା ପ୍ରତିବାଦରେ ଗ୍ରାମବାସୀଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏହି ଆନ୍ଦୋଳନ ଜାରି ରଖିଛନ୍ତି ।ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ କଡା ଚେତାବନୀ ଦେଇଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.