ETV Bharat / state

ନାତିକୁ କୁରୁକୁରି ଦେଇ ଆଈକୁ ବାନ୍ଧିଲେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

author img

By

Published : Jul 12, 2022, 8:46 PM IST

ଗୁଆ ନିମନ୍ତ୍ରଣ ଦେବାକୁ ଆସିଥିବା କହି ୪ଜଣ ଦୁର୍ବୃତ୍ତ ଘରେ ପଶିଥିଲେ । ଚାଲାକିରେ ଘରେ ଥିବା ନାତିକୁ କୁରୁକୁରି ଦେଇ ବୃଦ୍ଧାଙ୍କ ମୁହଁରେ ପଟି ବାନ୍ଧିଥିଲେ ଦୁର୍ବୃତ୍ତ । ପରେ ଘରର ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଲାପଟପ ଓ ମୋବାଇଲ ନେଇ ଛୁ ମାରିଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ

ନାତିକୁ କୁରୁକୁରି ଦେଇ ଆଇକୁ ବାନ୍ଧି ଲୁଟି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ବେଗୁନିଆରେ ନିଆରା ଢଙ୍ଗରେ ଲୁଟ । ଗୁଆ ନିମନ୍ତ୍ରଣ ଦେବାକୁ ଆସିଥିବା କହି ୪ଜଣ ଦୁର୍ବୃତ୍ତ ଘରେ ପଶିଥିଲେ । ପରେ ଚାଲାକିରେ ଘରେ ଥିବା ନାତିକୁ କୁରୁକୁରି ଦେଇ ବୃଦ୍ଧାଙ୍କ ମୁହଁରେ ପଟି ବାନ୍ଧିଥିଲେ ଦୁର୍ବୃତ୍ତ । ଏହାପରେ ଘରର ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଲାପଟପ ଓ ମୋବାଇଲ ନେଇ ଛୁ ମାରିଥିଲେ ଦୁର୍ବୃତ୍ତ । ଏନେଇ ଲୁଟର ଶୀକାର ହୋଇଥିବା ବୃଦ୍ଧା ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ବେଗୁନିଆ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ୫୭ନଂ ଜାତୀୟ ରାଜପଥ ଯାଇଛି । ସେହି ଜାତୀୟ ରାଜପଥ ନିକଟରେ ବୃଦ୍ଧା ନିଶାମଣି ସେଠୀ ତାଙ୍କ ଝିଅ ଓ ତିନି ବର୍ଷର ନାତି ସହିତ ରୁହନ୍ତି । ତେବେ ଆଜି ଝିଅ କୈଣସି କାମ ପାଇଁ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦିନ ଦ୍ବିପହରରେ ଦୁର୍ବୃତ୍ତ ମାନେ ଗୁଆ ଦେବାକୁ ଆସିଥିବା କହି ଘର ଭିତରକୁ ଆସିଥିଲେ । ପରେ ବୃଦ୍ଧା ଚିନ୍ତାମଣୀଙ୍କୁ ଭଲରେ ଦିଶୁନଥିବାରୁ ତାଙ୍କ ମୁହଁରେ ଅଠା ଟେପ ଲଗାଇ ହାତ ବାନ୍ଧି ଦେଇଥିଲେ । ତାପରେ ତାଙ୍କ ୩ ବର୍ଷର ନାତିକୁ କୁରୁକୁରି ଦେଇ ଘରେ ଭିତରେ ପଶିଥିଲେ । ଘରର ଆଲମାରୀ ଭାଙ୍ଗି ୧୦୦ଗ୍ରାମ ସୁନା ଅଳଙ୍କାର ସହ ଲାପଟପ ଓ ମୋବାଇଲ ନେଇ ପଳାଇଥିଲେ ଦୁର୍ବୃତ୍ତ ମାନେ । ଝିଅ ଘରକୁ ଆସିବା ପରେ ଏସବୁ ଜାଣି ବେଗୁନିଆ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ବେଗୁନିଆ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଈଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.