ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ସଂକ୍ରମଣରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଏଥିଲାଗି ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନକୁ ବଳବତ୍ତର ରଖାଯାଇଛି ବୋଲି ଖୋର୍ଦ୍ଧା CDMO ବିଶ୍ବ ରଞ୍ଜନ ପତି ସୂଚନା ଦେଇଛନ୍ତି ।
ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଅନ୍ୟ ଜିଲ୍ଲା ଅପେକ୍ଷା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଏଣୁ ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ଚାଲିଛି ରଣନୀତି । ସଂକ୍ରମଣକୁ ଏଡ଼ାଇବା ପାଇଁ ମୋବାଇଲ ଟେଷ୍ଟିଂ ସହ ଡୋର ଟୁ ଡୋର ସର୍ଭେ ମଧ୍ୟ କରାଯାଉଛି । ସେପଟେ ଗ୍ରାମାଞ୍ଚଳରେ ସଂକ୍ରମଣ ହ୍ରାସ ପାଇ 7ରୁ 7 ପ୍ରତିଶତରେ ରହୁଛି । ଭୁବନେଶ୍ବରର ଅଧିକ ଯାତାୟାତ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି ବୋଲି CDMO ପତି କହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ଭେଲାନ୍ସକୁ ଗୁରୁତ୍ବ ଦିଆଯାଉଛି । ମୋବାଇଲ ଟିମ ଟେଷ୍ଟିଂକୁ ବଢ଼ାଇ ଦିଆଯାଇଥିବା ବେଳେ ଯାହାର ଲକ୍ଷଣ ଦେଖାଯାଉଛି ତାକୁ ଟେଷ୍ଟ କରାଯାଉଛି । ପ୍ରତି ବ୍ଲକରେ 3ରୁ 4ଟି ମୋବାଇଲ ଟିମ ପଠାଯାଇଛି ବୋଲି ସେ କହିଛନ୍ତି । ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସଂକ୍ରମଣ କମିଛି । ଜିଲ୍ଲାରେ ଟେଷ୍ଟ ବଢାଯାଇଥିବା ବେଳେ ଦୈନିକ 100 RTPCR ଟେଷ୍ଟ ଓ ରାପ ଟେଷ୍ଟ ପାଖାପାଖି 300 କରାଯାଉଛି । ଦୈନିକ ମୋଟ 3000 ଟେଷ୍ଟ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ