ETV Bharat / state

ଲକଡାଉନ ପାଇଁ ଖୋର୍ଦ୍ଧା ସହରରେ ବ୍ୟାପକ ଚେକିଂ ଓ ବ୍ଳକିଂ

author img

By

Published : May 5, 2021, 3:46 PM IST

କୋରୋନା ମାହାମାରୀକୁ ରୋକିବା ପାଇଁ ଆଜି ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । ଖୋର୍ଦ୍ଧା ସହରରେ ବ୍ୟାପକ ଚେକିଂ ଓ ବ୍ଳକିଂକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

lockdown checking and blocking in khurdha
ଲକଡାଉନ ପାଇଁ ଖୋର୍ଦ୍ଧା ସହରରେ ବ୍ୟାପକ ଚେକିଂ ଓ ବ୍ଳକିଂ

ଖୋର୍ଦ୍ଧା: ଆଜି ଠାରୁ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । କୋରୋନା ରୂପୀ ଅଦୃଶ୍ୟ ଭୂତାଣୁର ବିନାଶ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି ଖୋର୍ଦ୍ଧା ସହରରେ ।

ଖୋର୍ଦ୍ଧା ସହରର ସବୁ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ଳକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ସେହିପରି ବିନା କାରଣରେ ଘରୁ ବାହାରୁଥିବା ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ସୂଚନାଥାଉକି ରାଜ୍ୟରେ କୋରୋନା ମହାମାରୀର ଭୟାବହତାକୁ ଦେଖି ରାଜ୍ୟସରକାର 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଦିନକୁ ଦିନ ରାଜ୍ୟରେ କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ 9889 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.