ETV Bharat / state

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବିରେ ଆନ୍ଦୋଳନକୁ ପୂରିଲା ୩୫ ଦିନ, ୧୦ରେ NH ବନ୍ଦ ଚେତାବନୀ

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରି ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ୩୫ ଦିନ ହେବ ଧାରଣାରେ ବସିଛନ୍ତି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଲୋକେ । ଆଜି ସେମାନଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

ବେଗୁନିଆରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି
ବେଗୁନିଆରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି
author img

By

Published : Jun 25, 2023, 9:14 PM IST

ବେଗୁନିଆରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି

ଖୋର୍ଦ୍ଧା: ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜନସାଧାରଣଙ୍କୁ ମିଳୁନି ଉନ୍ନତ ସ୍ବାସ୍ଥ୍ୟସେବା । ଯେଉଁଥିପାଇଁ ଦୀର୍ଘ ୩୫ ଦିନ ଧରି ଗଣସତ୍ୟାଗ୍ରହରେ ବସିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ସ୍ଥାନୀୟ ଜନସାଧାରଣ । ବେଗୁନିଆରେ ଥିବା ସ୍ବାଧୀନତା ପୂର୍ବର ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବହେଳିତ ଅବସ୍ଥାରେ ରହିଛି । ଯେଉଁଥିପାଇଁ ବେଗୁନିଆ ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ୩୫ ଦିନ ହେବ ଧାରଣାରେ ବସିଛନ୍ତି । ଆଉ ଯଥାଶୀଘ୍ର ଦାବି ପୂରଣ ନହେଲେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧର ଚେତାବନୀ ମଧ୍ୟ ଦେଇଛନ୍ତି ଆନ୍ଦୋଳନକାରୀ ।

ଆଜି ବର୍ଷା ସତ୍ତ୍ବେ ଗଣସତ୍ୟାଗ୍ରହ ଜାରି ରହିଥିଲା । ସତ୍ୟାଗ୍ରହ ସ୍ଥଳରେ ହଠାତ ପହଞ୍ଚିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସତ୍ୟାଗ୍ରହ ପେଣ୍ଡାଲ ଉପରକୁ ନଚଢ଼ି ତଳେ ଠିଆହୋଇ ଲୋକଙ୍କ ଦାବି ଶୁଣିଥିଲେ ସାଂସଦ । ଏହି ଦାବି ବେଗୁନିଆ ଅଞ୍ଚଳର ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେହିପରି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଆବଶ୍ୟକ ପଡ଼ିଲେ ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସାଂସଦ । ସେପଟେ ଦାବି ପୂରଣ ନହେଲେ ଆସନ୍ତା ମାସ ୧୦ ତାରିଖରେ ବେଗୁନିଆ ଠାରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ବେଗୁନିଆ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବରୋଧ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସ ୨୨ ତାରିଖରୁ ବେଗୁନିଆର ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଆନ୍ଦୋଳନ ଜାରି ରହିଛି । ୨୦୧୫ ମେ' ୧୦ ତାରିଖରେ ବିଧାନସଭା ଗୃହ କମିଟି ବେଗୁନିଆ ଡାକ୍ତର ଖାନାକୁ ଆସି ସ୍ବାସ୍ଥ୍ୟସେବା ସ୍ଥିତିକୁ ଅନୁଧ୍ୟାନ କରିବା ପରେ ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଏଚ୍‌ସି ଅର୍ଥାତ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ୨୦୧୬ ମସିହାରେ ତତ୍କାଳୀନ ବିରୋଧୀ ଦଳ ନେତା, ସ୍ଵାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା ପରେ ପିଏଚ୍‌ସିରୁ ସିଏଚ୍‌ସି କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେହି ସମସ୍ତ ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବା କହିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.