ଖୋର୍ଦ୍ଧା: ଗୋଟିଏ ପଟେ କୋରୋନା ମହାମାରୀ ଅନ୍ୟପଟେ ବନ୍ୟାର ବିଭୀଷିକା । ଏହା ଭିତରେ ଧୋଇଗଲା ଖଟିଖିଆ ଦିନମଜୁରିଆ ଓ ଚାଷୀଙ୍କ ବର୍ଷକର ଅମଳ । ଚଳିତ ବର୍ଷ ମହାନଦୀର ଶାଖା ରଣ ନଦୀରେ ଆସିଥିଲା ଭୟଙ୍କର ବନ୍ୟା । ଆଉ ଏହି ବନ୍ୟାଜଳ ଦ୍ବାରା ପ୍ରଭାବିତ ହୋଇଛି ବେଗୁନିଆ ବ୍ଲକର ୧୩୪୯ ହେକ୍ଟର ଚାଷ ଜମି । ତା' ସହ ଅନେକ ହରାଇଛନ୍ତି ଜୀବିକା ।
ବନ୍ୟା ଜଳ ଦ୍ବାରା ବେଗୁନିଆ ବ୍ଲକରେ ୫ଟି ପଞ୍ଚାୟତର ୨୧ଟି ଗ୍ରାମରେ ଚାଷ ଜମି ପ୍ରଭାବିତ ହୋଇଛି । ବୁଧବାର ବନ୍ୟା ପ୍ରଭାବିତ ଚାଷୀମାନଙ୍କ ପାଖରେ ପହଞ୍ଚିଥିଲେ ସ୍ଥାନୀୟ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ । ଲୋକମାନଙ୍କୁ କୋରୋନା ସଚେତନତା କରି ମାକ୍ସ ବାଣ୍ଟିବା ସହିତ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଚୁଡା ବିସ୍କୁଟ ବଣ୍ଟନ କରିଥିଲେ ପ୍ରଦୀପ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ