ETV Bharat / state

Odisha Weather: ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା, ବଢ଼ିପାରେ ଶୀତ - କୁହୁଡି

ପଶ୍ଚିମା ଝଡ ପ୍ରଭାବରେ ଓଡ଼ଶାର ବିଭିନ୍ନ ରାଜ୍ୟରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ବର୍ଷା ପ୍ରଭାବରେ ରାଜ୍ୟରେ ବଢ଼ିପାରେ ଶୀତ । ସ୍ଵାଭାବିକ ଠାରୁ ୩ରୁ ୪ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । ଅଧିକ ପଢ଼ନ୍ତୁ

ପଶ୍ଚିମା ଝଡ ପ୍ରଭାବରେ ଓଡ଼ଶାରେ ହେବ ବର୍ଷା
ପଶ୍ଚିମା ଝଡ ପ୍ରଭାବରେ ଓଡ଼ଶାରେ ହେବ ବର୍ଷା
author img

By

Published : Jan 16, 2023, 7:17 PM IST

ପଶ୍ଚିମା ଝଡ ପ୍ରଭାବରେ ଓଡ଼ଶାରେ ହେବ ବର୍ଷା

ଭୁବନେଶ୍ବର: ଜାଡ଼ରେ ଥରୁଛି ରାଜ୍ୟ । ଏହରେ ମଧ୍ୟରେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି(ମଙ୍ଗଳବାର )ଠୁ ରାଜ୍ୟ ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଦୁଇ ଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗତ କିଛି ଦିନଧରି ରାଜ୍ୟର ବିଭିନ୍ନସ୍ଥାନରେ ଶୁଖିଲା ପାଗ ଥିବା ବେଳେ, ବିଭିନ୍ନସ୍ଥାନରେ କୁହଡ଼ି ଦେଖିବାକୁ ମିଳିଥିଲା । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ. ଆର୍ ବିଶ୍ବାସ କହିଛନ୍ତି, "ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ପ୍ରଭାବ ଥିବା ବେଳେ କୋରାପୁଟ, କେନ୍ଦୁଝର, କନ୍ଧମାଳ ଭଳି ହିଲ୍ସ ଷ୍ଟେସନରେ ୨ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ କରାଯାଇଛି ।"

  • ୧୮ ରେ କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା pic.twitter.com/WvwMKrezWr

    — Meteorological Centre, Bhubaneswar (@mcbbsr) January 16, 2023 " class="align-text-top noRightClick twitterSection" data=" ">

ଏଥିସହ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିଛି । ଆଗାମୀ ୨୪ ଘଣ୍ଟାରେ ମଧ୍ୟରେ ବିଶେଷକରି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା , ଜଗତସିଂପୁର, ଢେଙ୍କାନଳ, ସୁନ୍ଦରଗଡ, କଟକ ଏବଂ ଯାଜପୁର ଜିଲ୍ଳାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଆଶଙ୍କା ରହିଥିବା ପାଣିପାଗ ବିଭାଗ ନିର୍ଦ୍ଦେଶକ । ଏଚ. ଆର୍ ବିଶ୍ବାସ କହିଛନ୍ତି । ଏହାସହ ୧୮ ଜାନୁଆରୀରେ ଉତ୍ତର ଓଡ଼ିଶାର କିଛି ସ୍ଥାନ ଯଥା ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଳାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

୧୮ ଜାନୁଆରୀରେ ପାଗ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ଓ ପାଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ଘନ କୁହୁଡି କିମ୍ବା ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି(ମଙ୍ଗଳବାର )ସକାଳ ୮.୩୦ ପର୍ଯ୍ୟନ୍ତ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେ଼ଙ୍କାନାଳ, ଜଗତସିଂହପୁର, କଟକ ଘନ କୁହୁଡି ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ କୁହୁଡିର ଆସ୍ଥରଣ ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.