ETV Bharat / state

ଆନ୍ତଃରାଜ୍ୟ ବନ୍ୟପ୍ରାଣୀ ତସ୍କରୀଙ୍କ ଚାଲ୍, କଳାହାଣ୍ଡିରୁ ଜବତ ହେଲା ବାଘ-ହରିଣ ଛାଲ

author img

By

Published : Jul 22, 2023, 7:30 PM IST

Updated : Jul 22, 2023, 10:51 PM IST

ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଚାଲିଥିଲା ବନ୍ୟପ୍ରାଣୀ ତସ୍କରୀ । କଳାହାଣ୍ଡିରୁ ଜବତ ହେଲା ବାଘ ଓ ହରିଣ ଛାଲ । ଅଧିକ ପଢନ୍ତୁ

STF Bhubaneswar
STF Bhubaneswar

ଆନ୍ତଃରାଜ୍ୟ ବନ୍ୟପ୍ରାଣୀ ତସ୍କରୀଙ୍କ ଚାଲ୍, କଳାହାଣ୍ଡିରୁ ଜବତ ହେଲା ବାଘ-ହରିଣ ଛାଲ

ଭୁବନେଶ୍ବର: ବର୍ଡର ଇଲାକାରେ ଆକ୍ଟିଭ ବନ୍ୟପ୍ରାଣୀ ତସ୍କରୀ । ଅବାଧରେ ଚାଲିଛି ବାଘ ଓ ହରିଣ ଛାଲ ଡିଲ୍ । ଓଡ଼ିଶା ବନ୍ୟପ୍ରାଣୀ ଲୋଭରେ ପଡୋଶୀ ତସ୍କରୀ । ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା କଳାହାଣ୍ଡିରୁ ଜବତ ହେଲା ବାଘ ଓ ହରିଣ ଛାଲ । ଜଣେ ଚାଷୀ ଶ୍ରିପାଲି ଛକ ନର୍ଲା ରାସ୍ତାରେ ବିକ୍ରି ପାଇଁ ଡିଲ ବେଳେ ଖବର ପାଇ ମାଡ଼ି ବସିଲା ଏସଟିଏଫ ଟିମ୍ । ଅଭିଯୁକ୍ତକୁ ଗିରଫ କରିବା ସହ ତା'ଠାରୁ ପୋଲିସ ୩ଟି ବାଘ ଛାଲ ସହ ୩ଟି ହରିଣ ଛାଲ ଜବତ କରିଛି ।

ଅଭିଯୁକ୍ତର ନାଁ ଖଗେଶ୍ବର ପୁଟେଲ ବୋଲି ଜଣାପଡ଼ିଛି । ଏମ ରାମପୁର କୋର୍ଟରେ ଅଭିଯୁକ୍ତକୁ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସଟିଏଫ ଏସପି କିଶୋର କୁମାର‌ ପାଣିଗ୍ରାହୀ । ତେବେ କଳାହାଣ୍ଡି ଭଳି ଜିଲ୍ଲାରୁ ଏକକାଳୀନ ୩ଟି ବାଘ ଛାଲ ଓ ତିନୋଟି ହରିଣ ଛାଲ ଏକାବେଳେ ଜବତ ହେବା ଏବେ ବନ୍ୟପ୍ରାଣୀ ବିଭାଗ ଓ ଏସଟିଏଫ ମଧ୍ୟ ଚିନ୍ତା ବଢ଼ାଇଛି । କାରଣ ଏକାବେଳେ ଏପରି ୬ଟି ଛାଲ ପାଇଁ ୧୦ଲକ୍ଷରେ ବିକ୍ରି ପାଇଁ ଡିଲ । ଏଭଳି ବଡ଼ ଧରଣର ଡିଲ ପଛରେ ଥାଇପାରେ ରାଜ୍ୟ ବାହାରର ବନ୍ୟପ୍ରାଣୀ ତସ୍କରୀଙ୍କ ହାତ । ମୋଟା ଅଙ୍କର ଟଙ୍କା ଦେଇ ଶିକାରୀ ଓ ବେପାରୀଙ୍କୁ କରିଥାଇପାରନ୍ତି ପ୍ରଭାବିତ । ଏଥିପାଇଁ ଏପରି ଡିମାଣ୍ଡ ଦେଖି ଓଡ଼ିଶାର ଜଙ୍ଗଲରେ ବଢିଥାଇପାରେ ଏପରି ଅବାଧ ଶିକାର।

ଏହା ବି ପଢନ୍ତୁ- Tiger Skin Seized: ଚାଲିଥିଲା ଡିଲ୍, ମାଡିବସିଲା STF

ଏପରି ଡିଲ ପାଇଁ ସୀମାବର୍ତ୍ତୀ ଜିଲ୍ଲାକୁ ବାଛି କଳାହାଣ୍ଡି ଭଳି ନର୍ଲା ରୋଗ ରାଜ୍ୟ ରାଜପଥ ୬ରେ ଏପରି କରିଥାଇପାରନ୍ତି ଚକ୍ରାନ୍ତ । ଯାହାକି ଓଡ଼ିଶା ବନ୍ୟପ୍ରାଣୀଙ୍କ ପାଇଁ ବଢୁଛି ବିପଦ । ଯଦି ଏହା ପଛରେ ପଡୋଶୀ ରାଜ୍ୟର ବନ୍ୟ ତସ୍କରୀଙ୍କ ହାତ ଥାଏ ତେବେ ଏହା ସାଙ୍ଘାତିକ। କାରଣ କଳାହାଣ୍ଡିଠାରୁ ପାଖରେ ଛତିଶଗଡ଼, ତେଲେଙ୍ଗାନା ଓ ଅନ୍ୟପଟେ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ବର୍ଗର ରହିଛି । ତେବେ ବର୍ଡର ଜିଲ୍ଲା ଦେଇ ଅବାଧରେ ଏପରି ବନ୍ୟପ୍ରାଣୀଙ୍କ ଛାଲ ଡିଲ କରାଯାଉଥିଲା । ଏହା ପୂର୍ବରୁ ଯେତେ ଅପରାଧୀ ଧରାପଡ଼ିଛନ୍ତି । ହେଲେ ରାଜ୍ୟ ବାହାରର ବା ଏହି ସପ୍ଲାଏ ପଛର ମୂଳ ରାକେଟ କେଉଁଠି ସେଠି ପହଞ୍ଚି ପାରୁନି ଏସଟିଏଫ।

ଏବେ ଏକକାଳୀନ ୬ଟି ଛାଲ ଡିଲ୍ ହେବା ଘଟଣା ଏସଟିଏଫ ଓ ବନ୍ୟ ବିଭାଗ ପାଇଁ ଚିନ୍ତା ବଢ଼ାଇଛି । ଏନେଇ ଏସଟିଏଫ ଏସପି କହିଛନ୍ତି ଅପରାଧୀଠୁ ମୋବାଇଲ ଜବତ କରାଯାଇଛି । ତା'ଠାରୁ ଏମାନଙ୍କ ଡିଲ ପଛର କାର୍ପଟଦାରଙ୍କ ଲିଙ୍କ ମିଳିବ। ହେଲେ ଏବେ ଯେହେତୁ ସେ ଜଣେ ଚାଷୀ ବୋଲି ଜଣାପଡିଛି ସେ ଶିକାରୀ କି ବେପାରୀ ସେନେଇ ଏସଟିଏଫ ତଦନ୍ତ ଜାରି ରଖିଛି । ତେବେ ଏସପି ସୂଚନା ଦେଇ କହିଛନ୍ତି, "ଏଯାବତ ୨୦୨୦ରୁ ଏଯାବତ ବନ୍ୟପ୍ରାଣୀ ତସ୍କରି ମାମଲାରେ ତଦନ୍ତ ବେଳେ ୨୩ଟି ବାଘଛାଲ ସହ ୧୧ଟି ହରିଣ ଛାଲ ଜବତ କରାଯାଇଛି । ଏପରିକି ୨୦୧୬ରୁ ବିଭିନ ବନ୍ୟପ୍ରାଣୀ ମାମଲାରେ ୨୨୨ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2023, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.