ଖୋର୍ଦ୍ଧା:ଓକିଲ ସଂଘର କର୍ମକର୍ତ୍ତାଙ୍କ ପୁଅ ଅପହରଣକୁ ଦେଢ ମାସ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ ଅପହରଣକାରୀକୁ ଧରିବାରେ ବିଫଳ ହେବା ପ୍ରତିବାଦରେ କାର୍ଯ୍ୟବନ୍ଦ ଡାକରା ଦେଇଛି ବାଣପୁର ଓକିଲ ସଂଘ ।
ଜିଲ୍ଲା ବାଣପୁର ଓକିଲ ସଂଘରେ କାର୍ଯ୍ୟରତ ସୁକାନ୍ତ ପ୍ରଧାନଙ୍କ 16 ବର୍ଷର ଝିଅକୁ ଗତ ନଭେମ୍ବର ମାସ 03 ତାରିଖରେ ରାହାଣବେଲି ଗାଁର ଆକାଶ ସୁନ୍ଦରା ନାମକ ଜଣେ ଯୁବକ ଅପହରଣ କରିଥିବା ନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କରିବାର ଦେଢ଼ ମାସ ବିତିଯାଇଥିଲେ ସୁଦ୍ଧା ଆଜିଯାଏଁ ପୋଲିସ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟ କରିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଆଗରୁ ସେହି ଯୁବକ ଜଣକ ସୁକାନ୍ତଙ୍କ ଝିଅକୁ ବିଭିନ୍ନ ପ୍ରକାରର ଉପହାର ଯାଚିଥିଲା ହେଲେ ନାବାଳିକା ଜଣକ ଏନେଇ ତାଙ୍କ ଘରେ ପ୍ରକାଶ କରିଥିଲା l ପରେ ପରେ ସୁକାନ୍ତ ସେହି ଯୁବକଙ୍କୁ ତାଗିଦ କରିବାପରେ ମଧ୍ୟ ସେ ସେଥିରୁ ନିବୃତ୍ତ ହୋଇନଥିଲା । ପରେ ସେ ତାଙ୍କ ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ସୁକାନ୍ତ । ହେଲେ ପୋଲିସ ନାବାଳିକାକୁ ପାଇବାରେ ବିଫଳ ହେବା ପ୍ରତିବାଦ କରି ସଂଘ ଏହି ବନ୍ଦ ଡାକରା ଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ