ଖୋର୍ଦ୍ଧା: ଦିନ ଦ୍ବିପ୍ରହରରେ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଚ । ଗତ 3ଦିନ ତଳେ ବେଗୁନିଆ ଥାନା ଅଂଚଳରେ ଏକ ବଡ଼ ଧରଣର ଲୁଟ ହୋଇଥିବା ବେଳେ ଆଜି ପୁଣି ଲୁଟେରା ଏକ ଘରୋଇ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରି ନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନାନୁଯାୟୀ, ଘରୋଇ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଟଙ୍କା ଆଦାୟ କରି ଭାପୁର ଠାରୁ ସୁନାଖଳା ଅଭିମୁଖେ ବାଇକରେ ଫେରୁଥିଲେ । ଉକ୍ତ ରାସ୍ତାର ଖାରଡ଼ପଲି ନିକଟରେ ଦୁଇଟି ପଲସର ବାଇକରେ 4ଜଣ ଦୁର୍ବୁତ୍ତ ଆସି ମାରଣାସ୍ତ୍ରରେ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ମୁନରେ ଭୟଭୀତ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଈ ଫାଣ୍ଡିରେ ଅଭିଯୋଗ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ