ETV Bharat / state

ମାୟାବିନୀ ମୁସ୍କାନ ଲୁଟେରା ଗ୍ୟାଙ୍ଗର ଆଉ ଏକ ସହଯୋଗୀ ଗିରଫ, ଚିଣ୍ଟୁ ନାଁରେ 40ରୁ ଅଧିକ ମାମଲା - ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧି ଚିଣ୍ଟୁ ଗିରଫ

ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧି ଚିଣ୍ଟୁ ଗିରଫ । ବଡଗଡ଼ରୁ ଚିଣ୍ଟୁକୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଅନେକ ଅପରାଧିକ ମାମଲାରେ ଜଡିତ ଥିଲା ଚିଣ୍ଟୁ । ଲୁଟେରା ଗ୍ୟାଙ୍ଗ ମୁସ୍କାନର ବି ମୁଖ୍ୟ ସହଯୋଗୀ ଥିଲା । ଅଧିକ ପଢନ୍ତୁ

ମାୟାବିନୀ ମୁସ୍କାନ ଲୁଟେରା ଗ୍ୟାଙ୍ଗର ଆଉ ଏକ ସହଯୋଗୀ ଗିରଫ, ଚିଣ୍ଟୁ ନାଁରେ ରହିଛି 40ଅଧିକ ଅପରାଧିକ ମାମଲା

author img

By ETV Bharat Odisha Team

Published : Oct 16, 2023, 2:11 PM IST

Updated : Oct 16, 2023, 3:07 PM IST

ମାୟାବିନୀ ମୁସ୍କାନ ଲୁଟେରା ଗ୍ୟାଙ୍ଗର ଆଉ ଏକ ସହଯୋଗୀ ଗିରଫ, ଚିଣ୍ଟୁ ନାଁରେ 40ରୁ ଅଧିକ ମାମଲା

ଭୁବନେଶ୍ବର: ପୋଲିସ କବ୍ଜାରେ ଦୁର୍ଦ୍ଦାନ୍ତ ଅପରାଧି ଚିଣ୍ଟୁ । ଗତ 14ତାରିଖରେ ପୋଲିସ ଚକମା ଦେଇ ଖସିଯାଇଥିବା ବେଳେ ଆଜି ବଡଗଡ଼ ଅଞ୍ଚଳରୁ ଚିଣ୍ଟୁକୁ ଗିରଫ କରିବାରେ ସକ୍ଷମ ହୋଇଛି ଖାରବେଳ ନଗର ପୋଲିସ । ଚିଣ୍ଟୁ ନାଁ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଚୋରି, ଛିନତାଇ, ରାହାଜାନୀ, ହଣାକଟା, ଦାଦାବଟି, ଅପହରଣ, ହତ୍ୟା ଉଦ୍ୟମ ଭଳି ଅନେକ ମାମଲା ରହିଛି । ତେବେ ମାୟାବିନୀ ମୁସ୍କାନ୍‌ ଲୁଟେରା ଗାଙ୍ଗର ବି ମୁଖ୍ୟ ସହଯୋଗୀ ଥିଲା ଚିଣ୍ଟୁ ।

ଏହାମଧ୍ୟ ପଢନ୍ତୁ..ପୂଜାରେ ମାତିଲେ ହାଇୱା ଲୁଟେରା, ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ

ଦୁର୍ଗାପୂଜା ପୂର୍ବରୁ ପୋଲିସକୁ ବଡ଼ ସଫଳତା । ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ମହାନ୍ତି ଓରଫ ଚିଣ୍ଟୁକୁ ବଡଗଡ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି ଖାରବେଳ ନଗର ପୋଲିସ । ଗତ 14ତାରିଖ ଦିନ ଲୁଟେରା ଗ୍ୟାଙ୍ଗର ମାୟାବିନୀ ମୁସ୍କାନ ଓ ଅନ୍ୟ 4 ଜଣ ସହଯୋଗୀ ଗିରଫ ହୋଇଥିବା ବେଳେ ପୋଲିସ ଚଖମା ଦେଖାଇ ଖସିଯିବାରେ ସକ୍ଷମ ହୋଇଥିଲା ଚିଣ୍ଟୁ । ତେବେ ଚିଣ୍ଟୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଜାରି ରଖିଥିଲା । ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଥିଲା । ତେବେ ଆଜି ବଡଗଡ଼ ଅଞ୍ଚଳରୁ ଗିରଫ ହୋଇଛି ଚିଣ୍ଚୁ । ଚିଣ୍ଚୁ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । କମିଶନରେଟ୍‌ ପୋଲିସର ବିଭିନ୍ନ ଥାନାରେ ଚିଣ୍ଟୁ ନାଁରେ ଚୋରି, ଛିନତାଇ, ରାହାଜାନୀ, ହଣାକଟା, ଦାଦାବଟି, ଅପହରଣ, ହତ୍ୟା ଉଦ୍ୟମ ଭଳି 40ରୁ ଅଧିକ ମାମଲା ରହିଛି ।

୨୦୧୮ ମସିହାର ଏକ ଚେନ ଛିନତାଇ ପାଇଁ ମହିଳାଙ୍କୁ ଛୁରୀରେ ଆକ୍ରମଣ କରି ମାମଲାରେ ଗତ ଦୁଇ ମାସ ତଳେ ଖାରବେଳ ନଗର ଥାନା ପୋଲିସ ଦ୍ବାରା ଗିରଫ ହୋଇ ଜେଲ ରହିଥିଲା । ସେହିପରି ବଡଗଡ ଥାନା ଅଞ୍ଚଳରେ ପୁର୍ବତନ କର୍ପୋରେଟରଙ୍କ ପୁଅ ରକି ପାଟଶାଣିକୁ ୨୦୧୮ମସିହାରେ ଆକ୍ରମଣ କରି ବଡଗଡ ପୋଲିସ ଦ୍ବାରା ଗିରଫ ହୋଇଥିଲା । ସେହିଭଳି ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇବା ସହ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଓ ଭଙ୍ଗାରୁଜା କରିବା ଭଳି ମାମଲାରେ ମଧ୍ୟ ସେ କ୍ୟାପିଟାଲ ଥାନା ପୋଲିସ ଦ୍ବାରା ପୂର୍ବରୁ ଗିରଫ ହୋଇଛି ।

ଏହାମଧ୍ୟ ପଢନ୍ତୁ..ମାଷ୍ଟରକ୍ୟାଣ୍ଟିନରେ ଫସିଲା ମାୟାବିନି ଲୁଟେରା, ନିଶା ଦେଇ ଲୁଟ୍ ଯୋଜନା କରି ଧରାପଡିଲା ଗ୍ୟାଙ୍ଗ୍

ପୋଲିସର ସୂଚନା ମୁତାବକ ଅନେକ କେସରେ ସେ ସମ୍ପୃକ୍ତ ଥିବାରୁ ପୋଲିସର ସ୍କାନରରେ ସେ ରହିଥିଲା । ଗତ ୧୪ତାରିଖରେ ଖାରବେଳ ନଗର ଥାନା ଅଞ୍ଚଳର ରିଲାଏନ୍ସ ମଲ୍‌ ପଛପଟେ ମାଷ୍ଚରକ୍ୟାଣ୍ଟିନ ରେଳ ଷ୍ଟେସନର ଯାତ୍ରୀ ମୁସ୍କାନ ସହ ମିଶି ଲୁଟ କରିବାରେ ମଧ୍ୟ ସେ ସମ୍ପୃକ୍ତି ଥିଲା । ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିଥିବା ବେଳେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା ଚିଣ୍ଟୁ । ତେବେ ଦୁର୍ଗାପୂଜା ବିଶୃଙ୍ଖଳା ସୃଷ୍ଟି କରିବା ଆଶଙ୍କାରେ ପୋଲିସ ପ୍ରସ୍ତୁତ କରିଥିବା ଦାଗି ତାଲିକାରେ 219 ଜଣଙ୍କ ମଧ୍ୟରେ ଚିଣ୍ଟୁର ନାଁ ମଧ୍ୟ ରହିଥିଲା । ତେବେ ଆଜି ଚିଣ୍ଟୁ ଗିରଫ ହୋଇଥିବା ବେଳେ ମେଡିକାଲ ଯାଞ୍ଚ ପରେ ତାକୁ କୋର୍ଟ ଚାଲଣ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2023, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.