ETV Bharat / state

ଜବରଦଖଲର ନୂଆ ଫଣ୍ଡା, ରାଜଧାନୀରେ ମାତିଛନ୍ତି ମହିଳା ଗୁଣ୍ଡା

author img

By

Published : Apr 2, 2023, 9:58 AM IST

ରାଜଧାନୀରେ ଲେଡି ଡନଙ୍କ ଉତ୍ପାତ । ଜମି ଜବରଦଖଲ ହେଉ ଅବା ନିଶାକାରବାର ସବୁଥିରେ ଲେଡ ଡନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ତେବେ ନଜର ପକାନ୍ତୁ ପୂର୍ବର କିଛି ଘଟଣା ଉପରେ

bouncer gang scare in bhubaneswar
bouncer gang scare in bhubaneswar
bouncer gang scare in bhubaneswar

ଭୁବନେଶ୍ବର: ରାଜଧାନୀରେ ଜମି ଜବରଦଲର ନୂଆ ଫଣ୍ଡା । ଜମି ଜବର ଦଖଲ ହେଉ ବା ଫ୍ଲାଟ୍ । ଜବରଦଖଲ ପାଇଁ ଏବେ ମାତିଛନ୍ତି ମହିଳା ଗୁଣ୍ଡା । ଏକାଧିକ ମହିଳା ଆସି ଘରେ ଜବରଦସ୍ତି ପଶୁଛନ୍ତି । ଜାଗା ଉପରେ ହୋହଲ୍ଲା କରି ଆତଙ୍କ ଖେଳାଉଛନ୍ତି । କେତେବେଳେ ଘରେ ପଶି ଆସବାବ ପତ୍ର ଫୋପାଡୁଛନ୍ତି ତ ଆଉ କେତେବେଳେ ଘର ଭଙ୍ଗାରୁଜା କରୁଛନ୍ତି । ଆତଙ୍କ ଖେଳାଇ ଭଙ୍ଗାରୁଜା କରି ଜବରଦଖଲ କରୁଛନ୍ତି । ବିଗତ କିଛି ବର୍ଷ ଧରି ଭୁବନେଶ୍ୱରରେ ଏପରି ମହିଳା ଗୁଣ୍ଡା ଏବେ ବେଶ ସକ୍ରିୟ ହୋଇଛନ୍ତି । ଯା‌ହାକି ନିକଟରେ ନୟାପଲ୍ଲୀ ଥାନା ହୋଟେଲ ପ୍ରେସିଡେନ୍ସି କଡ଼ରେ ଏକ ଜମି ଜବର ଦଖଲ ପାଇଁ ଶତାଧିକ ମହିଳା ଏକ ବସରେ ଆସି ଏକ ପ୍ଲାଏ ଟାଇଲ ଦୋକାନକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ । ଏହା ପରଠୁ ଏଇ ଘଟଣା ଏବେ ସହରରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସର ତିନୋଟି କେସ ପରେ ଏହା ପଛର ସତ ସାମ୍ନାକୁ ଆସିଛି ।

ଏମାନଙ୍କୁ କିଛି ବିଲଡର ଓ ପ୍ରଭାବଶାଳୀ ଲୋକ ଏପରି ମହିଳାଙ୍କୁ ମୋହରା କରି ଜବରଦଖଲର ନୂଆ ଫଣ୍ଡା ଆପଣାଇଛନ୍ତି । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ମହିଳାଙ୍କୁ ଯୋଗାଯୋଗ କରାଯାଉଛି । ତାଙ୍କ ଜରିଆରେ ଦିନ ମଜୁରିଆ ଭାବେ ଠକୁଥିବା ମହିଳାଙ୍କୁ ପାରିଶ୍ରମିକ ଠାରୁ ଅଧିକ ମଜୁରି ଦେଇ ଏପରି ଅପରାଧରେ ବ୍ୟବହାର କରୁଛନ୍ତି । ଜବର ଦଖଲ ପାଇଁ ଚାହୁଁଥିବା ଜାଗା ବା ଘରେ ପଶି ଆସବାପତ୍ର ଭାଙ୍ଗିବା ବା ଜିନିଷ କିଛି ଚୋରାଇ ନେବା ବା ଘରର ସାମଗ୍ରୀ ଭଙ୍ଗାରୁଜା କରିବା ଭଳି ଆତଙ୍କ ଖେଳାଉଛନ୍ତି । ଏନେଇ ତଦନ୍ତରେ ପୋଲିସ ସେମାନଙ୍କୁ ଥାନାକୁ ଆଣିବା ପରେ କିଏ ପଠାଇଛି କାହିଁକି ପଠାଇଛି କିଛି ଜାଣିନଥିବା କହୁଛନ୍ତି । ଫଳରେ ସହଜରେ ଆଇନରୁ ଖସିଯାଇ ଏଭଳି ଆତଙ୍କରାଜ ଏବେ ସହରରେ ସୃଷ୍ଟି କରି ପୋଲିସ ବିଭାଗକୁ ଚମକାଇ ଦେଇଛନ୍ତି । ତେବେ କେବଳ ଏବେ ନୟାପଲ୍ଲୀରୁ ଏଇ ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏଭଳି ୩ଟି ଘଟଣା ସାମ୍ନାକୁ ଆସିଛି ।

ଘଟଣା ନଂ ୧: ଗତ ୨ମେ ୨୦୨୨ରେ ସମାନ ନୟାପଲ୍ଲୀ ଥାନା ଆଇଆରସି ଭିଲେଜରେ ଥିବା ଏକ ଆପାର୍ଟମେଣ୍ଟରେରେ ପସିଥିଲେ ସାଲିଆସାହିର ୨୦ରୁ ୩୦ ମହିଳା । ଘରର ମାଲିକକୁ ଡରାଇ ଧମକାଇବା ସହ ଘରେ ପଶି ଆସବାପତ୍ର ଆଣି ଫୋପଡା ଫିଙ୍ଗା କରିବା ସହ ଘରୁ କିଛି ଟଙ୍କା ଓ ଗହଣା ନେଇ ଛୁ ମାରିଥିଲେ । ଏହି ଘଟଣାରେ ସେତେବେଳେ ପୋଲିସ କିଛି ମହିଳାଙ୍କୁ ନୋଟିସ କରି ଛାଡିଦେଇଥିଲା ।

ଘଟଣା ନଂ୨: ସମାନ ଘଟଣା ୨୯ ମେ ୨୦୧୯ମସିହାରେ ଘଟିଥିଲା । ସେହି ଆଇଆରସି ଭିଲେଜ ସିଟି ହେଲଥ ସେଣ୍ଟର ହସ୍ପିଟାଲ ପାଖରେ ଥିବା ଏକ ପ୍ଲେଟରେ ଥିବା ଦୁଇଟି ମେଡିସିନ ଦୋକାନ ଓ ଜେରକ୍ସ ଦୋକାନରେ ପଶି ମେଡିସିନ ଓ ଇଞ୍ଜେକ୍ସନ ନଷ୍ଟ କରିବା ସହ ଫିଙ୍ଗାଫିଙ୍ଗି କରି ଦୋକାନରେ ଥିବା ଟଙ୍କା ନେଇ ଛୁ ମାରିଥିଲେ । ତେବେ ଜମିବାଡି ବିବାଦକୁ ନେଇ ଏହା ହୋଇଥିବା ନେଇ ପରବର୍ତ୍ତୀ ସମୟରେ ଜଣାପଡିଥିଲା ।

ଘଟଣା ନଂ 3 : ସେହିପରି ଚଳିତବର୍ଷ ୩ମାର୍ଚ୍ଚ ୨୦୨୩ରେ ସହିଦନଗର ଥାନା Vss ନଗରରେ ଥିବା ଏକ ହୋଟେଲର ଜବରଦଖଲ ନେଇ କିଛି ମହିଳା ଆସି ହୋଟେଲରେ ପଶି ଭଙ୍ଗାରୁଜା ସହ ଆତଙ୍କ ମଚାଇଥିଲେ । ସେହିପରି ସମାନ ୧୦ ଫେବୃଆରୀ ୨୦୨୦ ମସିହାରେ ମଧ୍ୟ ସହିଦନଗର ଥାନା ବିଷ୍ଣୁ ମନ୍ଦିର କଡରେ ଥିବା ପ୍ଲଟ ନମ୍ବର ୧୩୩ ବିଶ୍ବନାଥ ମହାପାତ୍ର ଓ ପତ୍ନୀ ଛବିରାଣି ମହାପାତ୍ରଙ୍କ ଘରେ ପଶି ୨୦ରୁ ୩୦ ମହିଳା ଭାଙ୍ଗିରୁଜା ସହ ଘରୁ ବାହାରି ଯିବାକୁ ଧମକ ଦେଇ ଚାଲିଗଲେ ।

ଜମି ଜବରଦଖଲ ପାଇଁ ଏପରି ମହିଳାଙ୍କୁ ବ୍ୟବହାର କରୁଛନ୍ତି କିଛି ବିଲଡର ଏବଂ ପ୍ରଭାବଶାଳୀ ବ୍ୟକ୍ତି । ନିରିହ ମହିଳାଙ୍କୁ ମଜୁରି ଆଳରେ ଆଣି ଏପରି ଆତଙ୍କ ଅପରାଧରେ ବ୍ୟବହାର କରାଯାଉଛି । ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, "ବିଗତ ଦିନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏବେ ନୟାପଲ୍ଲୀ ଖବରର ତଦନ୍ତ ଜାରି ରଖିଛୁ । ଏସବୁ କରିବା ଆଇନତଃ ଅପରାଧି । ଏନେଇ ଆମେ ଜିରୋ ଟଲେରାନ୍ସ ପଲିସି ଆପଣାଉଛୁ । ଯିଏ ଏପରି କରୁଛନ୍ତି ବା କରାଉଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏବଂ ଆଗକୁ ମଧ୍ୟ ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.