ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସ୍କାଣ୍ଡାଲ ମାମଲା । କିଛି ଦିନର ଶିଥିଳତା ପରେ ପୁଣି ଆକ୍ଟିଭ ମୋଡରେ କମିଶନରେଟ ପୋଲିସ । ଆଜି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ତେବେ କୋର୍ଟ ଚାଲାଣ ପୂର୍ବରୁ ଜଗବନ୍ଧୁଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କ୍ୟାପିଟାଲ ହସପିଟାଲ୍କୁ ନିଆଯାଇ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।
ସୂଚନା ଅନୁସାରେ, ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଆଜି ସକାଳ ସମୟରେ ଗିରଫ ହୋଇଥିଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଖଣ୍ଡଗିରି ପୋଲିସ ଜଗବନ୍ଧୁଙ୍କୁ ଗିରଫ କରି ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରିଥିଲା । ପରେ ଜଗବନ୍ଧୁଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କ୍ୟାପିଟାଲ ହସପିଟାଲ୍କୁ ନିଆଯାଇ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣିଥରେ କଡା ସୁରକ୍ଷା ମଧ୍ୟରେ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଜଗବନ୍ଧୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବା ଜଣାଯାଇଛି । ପୋଲିସ କଡାସୁରକ୍ଷା ମଧ୍ୟରେ ଜଗବନ୍ଧଙ୍କୁ ଖଣ୍ଡଗିରି ଥାନାରୁ କ୍ୟାପିଟାଲ ହସପିଟାଲ୍ ଏବଂ କୋର୍ଟ ଚାଲାଣ କରାଯିବା ବେଳେ ସାମ୍ବାଦିକମାନେ ବିଭିନ୍ନ ପ୍ରଶ୍ନ ପ,ାରିଥିଲେ ହେଁ ଏନେଇ ସେ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ବାନ୍ଧିଲା ପୋଲିସ
ଗିରଫ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହ ଉଭୟ ବିରୋଧି ଓ ଶାସକ ଦଳର ନେତାଙ୍କ ଫୋଟ ଭାଇରାଲ ହେବାରେ ଲାଗିଛି । ଏବେବି ତାଙ୍କ ପାଖରେ ଅନେକ ଭିଡିଓ ରହିଥିବା କୁହାଯାଉଛି । ଯାହା ଲିକ ହେଲେ ବହୁ ହାଇପ୍ରୋଫାଇଲ ନେତାଙ୍କ କେଳେଙ୍କାରୀ ପଦାକୁ ଆସିବ । ଏପରିକି ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କେତେକ ଫୋଟ ଡିଲିଟ ହୋଇଥିବା ଜଣାପଡିଥିଲା । ଫୋଟ ଡିଲିଟ ପଛରେ ଜଗବନ୍ଧୁର ହାତଥିବା ନେଇ ଚର୍ଚ୍ଚ ହୋଇଥିଲା । ସୂଚନା ଅନୁଯାୟୀ, ଅର୍ଚ୍ଚନା କେଳେଙ୍କାରୀରେ ସାମିଲ ଥିବା ନେତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ତାଲିକା ପ୍ରକାଶ କରିବାକୁ ଦାବି ଜୋର ଧରିଛି । ତା ସହିତ ଅର୍ଚ୍ଚନା ସ୍କାଣ୍ଡାଲ୍ ତଦନ୍ତ ନେଇ ପୋଲିସ ଉପରେ ଶାସକ ଦଳ ଚାପ ପକାଉଥିବା ଅଭିଯୋଗ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ଏନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନାଙ୍କ କଥା ପଚାରିବାରୁ ମୁହଁ ବୁଲାଇ ଦେଲେ ପୋଲିସ କମିଶନର
ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ଅଟକିଥିଲା । ପୋଲିସ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ପଚରାଉଚରା କରିନାହିଁ । ବିନା ବଡବଡ଼ିଆଙ୍କ ସହାୟତାରେ ଭୁବନେଶ୍ବରରେ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା କରିବା ସହଜ ନୁହେଁ ବୋଲି କହୁଛନ୍ତି ବିରୋଧୀ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ CBIକୁ ତଦନ୍ତ ଦାୟିତ୍ବ ଦିଆଯିବାକୁ ବିଜେପି ଦାବି କରିଛି ।
ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗ ମାମଲା: ବହୁ ବିଜେପି ଓ ବିଜେଡି ନେତା ସାମିଲ, ପୋଲିସ ସ୍ଥାଣୁ ପାଲଟିଛି କହିଲେ ତାରା
ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଅନେକ ନେତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଏବେ ରାଜ୍ୟରେ ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ ବୋଲି ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର