ETV Bharat / state

ଖୁବଶୀଘ୍ର ଖୋଲିବ ହାତୀଙ୍କ ପାଇଁ ପାଠଶାଳା, ସାବାଡ୍ ହେବେ ଦୁଷ୍ଟ ଦନ୍ତା

author img

By ETV Bharat Odisha Team

Published : Dec 6, 2023, 9:25 AM IST

Updated : Dec 6, 2023, 2:26 PM IST

ରାଜ୍ୟରେ ଖୁବଶୀଘ୍ର ହାତୀଙ୍କ ପାଇଁ ଖୋଲିବ ପାଠଶାଳା । ସାବାଡ୍ ହେବେ ଦୁଷ୍ଟ ହାତୀ । ଅଧିକ ପଢନ୍ତୁ

ହାତୀଙ୍କୁ ଦିଆଯିବ କୁମକୀ ପ୍ରଶିକ୍ଷଣ
ହାତୀଙ୍କୁ ଦିଆଯିବ କୁମକୀ ପ୍ରଶିକ୍ଷଣ
ହାତୀଙ୍କୁ ଦିଆଯିବ କୁମକୀ ପ୍ରଶିକ୍ଷଣ

ଭୁବନେଶ୍ବର: ହାତୀଙ୍କ ପାଇଁ ଖୋଲିବ ପାଠଶାଳା । ସାବାଡ୍ ହେବେ ଉତ୍ପାତିଆ ହାତୀ । ଖୁବଶୀଘ୍ର ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ହାତୀଙ୍କ ପାଇଁ ପାଠଶାଳା ଖୋଲାଯିବ । ଏହି ପାଠଶାଳାରେ କୁମକୀ ପ୍ରଶିକ୍ଷଣକୁ ଜୋରଦାର କରାଯିବ । ଚନ୍ଦକା ଓ ଶିମିଳିପାଳରେ ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ହାତୀଙ୍କ ପାଇଁ ଚନ୍ଦକା ଅଭୟାରଣ୍ୟ ଠାରେ କୁମକୀ ପ୍ରଶିକ୍ଷଣ ଟ୍ରେନିଂ ସେଣ୍ଟର ବା ପାଠଶାଳା ପ୍ରସ୍ତୁତ କରାଯାଇଛି । ଏଠାରେ ହାତୀଙ୍କ ଉପରେ କଡା ନଜର ରଖାଯିବ । ପରବର୍ତ୍ତୀ ସମୟରେ ସେମାନଙ୍କୁ ସାବାଡ଼ କରିବେ ମାହୁନ୍ତ । ଏହାପରେ ସେହି ହାତୀଙ୍କୁ କୁମକୀ ପ୍ରଶିକ୍ଷଣ ଦିଆଯିବ । ପରେ ତାଲିମପ୍ରପ୍ତ ଦନ୍ତାଙ୍କୁ ଜଙ୍ଗଲ ଜଗିବାରେ ନିୟୋଜିତ କରାଯିବ । ସେମାନେ ଜଙ୍ଗଲରେ ଶିକାରୀ ଓ କାଠ ଚୋରଙ୍କୁ ତଡିବେ ।

ଏନେଇ ପିସିସିଏଫ ଦେବଦତ୍ତ ବିଶ୍ବାଳ କହିଛନ୍ତି ଯେ, ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ କଥା ଚାଲିଛି । କୁମକୀ ହାତୀଙ୍କ ପରି ଟ୍ରେଣ୍ଡ ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେଣ୍ଡ କରିଥାଏ, ସେମାନଙ୍କ ସାହାଯ୍ୟରେ ଜଙ୍ଗଲୀ ହାତୀକୁ ଆୟତ୍ତ କରାଯାଇପାରିବ । ଅଭୟାରଣ୍ୟରେ ସେମାନଙ୍କୁ ବ୍ୟବହାର କରାଯାଇପାରିବ । ସେଥିପାଇଁ କଥାବାର୍ତ୍ତା ଚାଲିଛି । ଆମ ପାଖରେ ମଧ୍ୟ କିଛି ଟ୍ରେଣ୍ଡ ହାତୀ ଅଛନ୍ତି । ବାହାରୁ ଅଧିକ ଆସିଲେ ଆମ ହାତୀ ଅଧିକ ଟ୍ରେଣ୍ଡ ହୋଇପାରିବେ । ଯାହାକୁ ହାତୀଙ୍କ ପାଠଶାଳା ବୋଲି କୁହାଯାଉଛି । ଏଥିପାଇଁ ଚନ୍ଦକା, ଶିମିଳିପାଳ, ସାତକୋଶିଆରେ ନିଜର କ୍ୟାପଟିଭ ହାତୀ ଅଛନ୍ତି । କୁମକୀ ପ୍ରଶିକ୍ଷଣ ପାଇଁ କର୍ଣ୍ଣାଟକ ଓ ଆସାମ ସହ କଥାବାର୍ତ୍ତା ଚାଲିଛି ।

ଏହା ମଧ୍ୟ ପଢନ୍ତୁ: ଥମୁନି ହାତୀ ମୃତ୍ୟୁ, ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ସନ୍ଦେହ

ସୂଚନା ଅନୁଯାୟୀ, କପିଳାସରେ ଥିବା କାର୍ତ୍ତିକ, ଉମା, ପଦ୍ମା, ଶ୍ୟାମ ଓ ଶିବାକୁ ଚନ୍ଦକା ପାଠଶାଳାକୁ ପଠାଯିବ । ନନ୍ଦନକାନନରୁ ମାମା, ଶିମିଳିପାଳରୁ ଜଗନ୍ନାଥକୁ ମଧ୍ୟ ଏଠାରେ ପ୍ରଶିକ୍ଷଣ ଦିଆଯିବ । ସେହିପରି ଚନ୍ଦକାରୁ ଯଶୋଦା, ସାତକୋଶିଆରୁ ମହେନ୍ଦ୍ର ଓ ରାଜକୁମାର ଆଦି ହାତୀ ଶିମିଳିପାଳ ଯିବେ ବୋଲି ସୂଚନା ମିଳିଛି । ତେବେ ଖୁବଶୀଘ୍ର ରାଜ୍ୟର କିଛି ଜଙ୍ଗଲରେ କୁମକୀ ପ୍ରଶିକ୍ଷଣ ଆରମ୍ଭ କରାଯିବ । ଏଥିପାଇଁ ପିସିସିଏଫ ୱାଇଲ୍ଡ ଲାଇଫ, ଚନ୍ଦକା ଢେଙ୍କାନାଳ ଓ ନନ୍ଦନକାନନର ଉପନିର୍ଦ୍ଦେଶକ ଓ ଶିମିଳିପାଳ ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫସଲ ଜଗିଥିଲେ, 2 ଚାଷୀଙ୍କୁ ଦଳିଦେଲା ଦନ୍ତା

ତେବେ ରାଜ୍ୟରେ ଦିନକୁ ଦିନ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି । ଏଥିରେ ମୃତ୍ୟୁ ହେଉଥିବା ଲୋକଙ୍କୁ ଅନୁକମ୍ପା ଦେବା ପାଇଁ ଅନୁକମ୍ପା ୱେବସାଇଟ ଅଛି । ସବୁ ଡିଭିଜନକୁ ଅର୍ଥ ଦିଆଯାଇଛି । ମୃତଲୋକଙ୍କ ସମ୍ପର୍କୀୟମାନେ ଅନଲାଇନରେ ଅନୁକମ୍ପା ରାଶି ପାଇଁ ଆବେଦନ କଲେ ଖୁବଶୀଘ୍ର ପାଇପାରିବେ । ମୃତ୍ୟୁ ହେଲେ 6 ଲକ୍ଷ , ଫସଲ ନଷ୍ଟ ହେଲେ ଏକର ପିଛା 20 ହଜାର ଟଙ୍କା, ବଦଳ ଓ ଗାଈ ମୃତ୍ୟୁ ହେଲେ ମଧ୍ୟ ଅନୁକମ୍ପା ରାଶି ବଢାଯାଇଛି । ଏ ରାଶିକୁ ଏଥିପାଇଁ ବଢାଯାଇଛି କି ଲୋକମାନେ ବନ୍ୟଜନ୍ତୁଙ୍କ ପ୍ରତି ଆକ୍ରୋଶ ମନେଭାବ ନ ରଖିବେ ।

ହାତୀ ମଣିଷ ଲଢେଇରେ ବର୍ଷକୁ ପ୍ରାୟ 80 ରୁ 90 ଜଣଙ୍କ ଜୀବନ ଯାଉଛି । ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକତା ରହିଛି । ଯେଉଁଠାରେ ହାତୀ ରହୁଛନ୍ତି ସେ ଜାଗାକୁ ନ ଗଲେ 50 ପ୍ରତିଶତ ହାତୀ ମଣିଷ ଲଢେଇ କମିଯିବ । ଲୋକମାନେ ଏହାକୁ ଖାତିର କରୁନାହାନ୍ତି । ଯାହାଫଳରେ ଅନେକଙ୍କ ଜୀବନ ଯାଉଛି । ଏ ଦିଗରେ ଆମକୁ ଆହୁରି ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ପିସିସିଏଫ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 6, 2023, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.