ଖୋର୍ଦ୍ଧା: ଆଜି କୁମାର ପୂର୍ଣ୍ଣିମା। ଏହି ଅବସରରେ ସାରା ରାଜ୍ୟ ସମେତ ଖୋର୍ଦ୍ଧା ଜିଲ୍ଲାରେ କୁମାରୀମାନେ ନୂଆ ବସ୍ତ୍ର ପରିଧାନ କରି କୁମାର ପୂର୍ଣ୍ଣିମା ପାଳିଥିବା ଦେଖିବାକୁ ମିଳିଛି ।
ତେବେ କୁଆଁରୀ ଝିଅମାନେ ମାସେ କାଳ ଚଉରାମୂଳେ ଜହ୍ନିଫୁଲରେ ଚଉରାକୁ ସଜେଇ ଜହ୍ନିଓଷା ମାହାତ୍ମ୍ୟକୁ ଶ୍ରବଣ ଏବଂ ପଠନ କରିଥାନ୍ତି । ଆଜି କୁମାର ପୁନେଇଁରେ କୁମାରୀମାନେ ଚାନ୍ଦ ପୂଜା କରି ବ୍ରତ ଉଦ୍ଯାପନ କରିଛନ୍ତି ।
ଚାନ୍ଦକୁ ଆଞ୍ଜୁଳି ଟେକିବା ସହ ଚାନ୍ଦବନ୍ଦାଣ କରି କୁମାରୀମାନେ ବ୍ରତ ଭାଙ୍ଗିଛନ୍ତି । ବିଶ୍ବାସ ରହିଛି ଏହି ବ୍ରତ କଲେ ଚାନ୍ଦ ପରି ଶାନ୍ତ ଓ ସରଳ ବର ମିଳିଥାଏ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ