ETV Bharat / state

SHG ମହିଳାଙ୍କୁ ରାଜ୍ୟପାଳଙ୍କ ପରାମର୍ଶ, 'ଭଲ ପ୍ୟାକେଜିଂ ଓ ମାର୍କେଟିଂ ଫୋକସ୍'

author img

By ETV Bharat Odisha Team

Published : Jan 15, 2024, 7:08 AM IST

Krushi Odisha 2024 concluded: ରବିବାର ସନ୍ଧ୍ୟାରେ କୃଷି ଓଡିଶା 2024 କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ

କୃଷି ଓଡ଼ିଶା-୨୦୨୪ ଉଦ୍‌ଯାପିତ
କୃଷି ଓଡ଼ିଶା-୨୦୨୪ ଉଦ୍‌ଯାପିତ
କୃଷି ଓଡ଼ିଶା-୨୦୨୪ ଉଦ୍‌ଯାପିତ

ଭୁବନେଶ୍ୱର: ଉଦ୍‌ଯାପିତ ହୋଇଯାଇଛି ‘କୃଷି ଓଡ଼ିଶା-୨୦୨୪’ । କୃଷି ଓଡ଼ିଶା-୨୦୨୪ର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଉତ୍ପାଦକ ଓ ଉତ୍ପାଦିକତାର ଅଧିକ ବୃଦ୍ଧି କରି ରାଜ୍ୟର ଶସ୍ୟଭଣ୍ଡାରକୁ ସମୃଦ୍ଧ କରିବା ପାଇଁ କୃଷକମାନଙ୍କୁ ଅଧିକ ପରିମାଣର ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଓ ଆଧୁନିକ ସୁବିଧାସୁଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ରାଜ୍ୟପାଳ ରଘୁବର ଦାସ । ଓଡ଼ିଶା କୃଷିକୁ ଏକ ନୂତନ ଶିଖରରେ ପହଞ୍ଚାଇବା ପାଇଁ କୃଷକମାନଙ୍କ ନିକଟରେ ସାମର୍ଥ୍ୟ ରହିଛି ବୋଲି ସେ କହିଥିଲେ ।

ନିଜ ଅଭିଭାଷଣରେ ରାଜ୍ୟପାଳ ପରାମର୍ଶ ଦେଇ କହିଛନ୍ତି ରାଜ୍ୟପାଳ । ସେ କହିଛନ୍ତି," ଓଡ଼ିଶାରେ ମୁଁ ଏବେ ସୁଦ୍ଧା ୧୭ ଜିଲ୍ଲା ବୁଲିଛିି। ରାଜ୍ୟରେ ପ୍ରାକୃତିକ ଜିନିଷର ଅଭାବ ନାହିଁ । ଲୋକେ ଅଧିକ ସରଳ ଓ ବିଶ୍ବାସୀ । ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇଲେ ସେମାନେ ଆଗକୁ ଯାଇପାରିବେ । ରାଜ୍ୟର ୭୦ ପ୍ରତିଶତ ଲୋକେ ଗାଁରେ ବସବାସ କରନ୍ତି ଚାଷ ଉପରେ ନିର୍ଭର କରନ୍ତି । ସେସବୁ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଯେଉଁ ଭଳି ହେବା କଥା ହୋଇନାହିଁ । ବଡ଼ ଡ୍ୟାମ ବଦଳରେ ଛୋଟ ଛୋଟ ଜଳସେଚନ ବ୍ୟବସ୍ଥା କଲେ ଚାଷୀ ଉପକୃତ ହୁଅନ୍ତେ । ପ୍ରଧାନମନ୍ତ୍ରୀଙ୍କ କୃଷକ ସହାୟତା ଟଙ୍କା ଏବେ ବି ଚାଷୀଙ୍କ ପାଖେ ସଠିକ୍ ଭାବେ ପହଞ୍ଚିନାହିଁ । ସେମାନଙ୍କୁ ଚିହ୍ନଟ କରି ଦେବାର ଆବଶ୍ୟକତା ଅଛି । ସେହିପରି ଫସଲ ବୀମା ଯୋଜନା ବି ଅନେକ ଲୋକ ପାଇପାରୁନାହାନ୍ତି ।" ମାଟି ସ୍ବାସ୍ଥ୍ୟ କାର୍ଡ ରହିଲେ ଚାଷୀ ମାନେ ଉପକୃତ ହୋଇପାରିବେ । ସରକାରଙ୍କ ପାଖେ ଏହା ମୁଁ ପହଞ୍ଚାଇବାକୁ ଚାହୁଁଛି । ସରକାର ଏ ବିଷୟରେ ଭାବନ୍ତୁ ବୋଲି କହିଛନ୍ତି ରାଜ୍ୟପାଳ ।

ଅନ୍ୟପଟେ ଚଳିତ ବର୍ଷ କୃଷି ଓଡିଶା କାର୍ଯ୍ୟକ୍ରମର ଥିମ ଥିଲା 'କୃଷି ପ୍ରଗତିରେ ମହିଳା' । ଏହି ବାର୍ତ୍ତାକୁ ନେଇ ରାଜ୍ୟପାଳ କହିଛନ୍ତି, "ମହିଳାଙ୍କ ବିନା କୌଣସି ରାଷ୍ଟ୍ରର ପ୍ରଗତିର କଳ୍ପନା କରିହେବ ନାହିଁ । ଭାରତର ତଥା ରାଜ୍ୟର ବିକାଶରେ ମାତୃଶକ୍ତିର ଯେଉଁ ଯୋଗଦାନ ରହିଛି, ଦୁନିଆରେ ତା’ର ତୁଳନା ନାହିଁ । କୃଷି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁଇପାଦ ଆଗକୁ ଯାଇ କାମ କରୁଛନ୍ତି । କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଆଦି ସବୁଥିରେ ମହିଳାମାନେ ଅଗ୍ରଣୀ ଭୂମିକା ନିର୍ବାହ କରି ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ପ୍ରତିପାଦନ କରିଛନ୍ତି ।" ମହିଳା ଚାଷୀମାନଙ୍କୁ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ବ୍ୟବହାର କରିବା ଲାଗି ଆହ୍ୱାନ ଦେବା ସହ ନିଜ ଉତ୍ପାଦର ଭଲ ପ୍ୟାକେଜିଂ ଓ ମାର୍କେଟିଂ କରିବା ଉପରେ ଧ୍ୟାନ ଦେବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ କହିଛନ୍ତି ରାଜ୍ୟପାଳ ।

ଏହାମଧ୍ୟ ପଢନ୍ତୁ.. କୃଷି ଓଡିଶା-୨୦୨୪; 'ମାଆଙ୍କ ସଶକ୍ତିକରଣ ପରିବାରକୁ ନୁହେଁ, ସମାଜକୁ ସଶକ୍ତ କରେ'

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନଜାତି ଅଞ୍ଚଳରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଯୋଗଦାନ ଢ଼େର ଅଧିକ । ସେମାନଙ୍କ ପାଇଁ ପରିବାର ପ୍ରତିପୋଷଣ ସମ୍ଭବ ହେଉଛି । ଗ୍ରାମୀଣ କ୍ଷେତ୍ରର ବିକାଶ ହେଲେ ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ ଏବଂ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ । ରାଜ୍ୟର ମିଶନ ଶକ୍ତି ଦ୍ୱାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ମହିଳାମାନେ ଜୀବିକାର୍ଜନ ସହ ଆୟବୃଦ୍ଧି କରିପାରୁଛନ୍ତି । କୃଷିକ୍ଷେତ୍ର ସହିତ କୃଷି ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ‘କୃଷି ଓଡ଼ିଶା’ ମହିଳା କୃଷକଙ୍କ ସମୃଦ୍ଧି ଓ ସଶକ୍ତିକରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବ । ଏପରିକି ‘କୃଷି ଓଡ଼ିଶା’ ରାଜ୍ୟରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଓ ନିବେଶ ସୁଯୋଗକୁ ପ୍ରଦର୍ଶିତ କରିଛି । ଓଡ଼ିଶା ଫସଲ ଉତ୍ପାଦନ ଏବଂ ଉତ୍ପାଦିକତାରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ କୃଷିକର୍ମଣ ପୁରସ୍କାର ପ୍ରାପ୍ତ ହେବା ରାଜ୍ୟ ପାଇଁ ତଥା କୃଷକଙ୍କ ପାଇଁ ଗୌରବର ବିଷୟ ବୋଲି ରାଜ୍ୟପାଳ କହିଥିଲେ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, "ସବଡିଭିଜନ ସ୍ତରରେ ଆୟୋଜନ କରାଯାଇଥିବା ମେଳା ବେଶ ସଫଳ ହୋଇଛି । ପ୍ରାୟ ୧୪୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି କାରବାର ସହ ୫୦୦ କୋଟି ଟଙ୍କାର ସବ୍‌ସିଡି ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଚାଷୀଙ୍କ ହାତକୁ ଟଙ୍କା ଦେବା, ରୋଜଗାର ସୃଷ୍ଟି କରିବା ଓ ଉତ୍ପାଦନ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଚଳିତ ସବ୍‌ଡିଭିଜନ୍‌ସ୍ତରୀୟ କୃଷି ମେଳାର ସଫଳତା ଦୃଷ୍ଟିରୁ ଆଗାମୀ ଦିନରେ କୃଷି ଯନ୍ତ୍ରପାତି ମେଳାକୁ ବ୍ଲକ୍‌ ସ୍ତରରେ ଆୟୋଜନ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.